ଶାହାରୁଖ ଖାନ୍‌ ପ୍ରଥମଥର ପାଇଁ ଆରବପତି କ୍ଲବରେ ସାମିଲ

ଦେଶବିଦେଶ
Spread the love

ମୁମ୍ବାଇ,୨/୧୦:  ବଲିଉଡ୍‌ର ‘ବାଦଶାହ’ ଶାହାରୁଖ ଖାନ୍‌ (୫୯) ପ୍ରଥମ ଥର ପାଇଁ ଆରବପତି କ୍ଲବରେ ସାମିଲ ହୋଇଛନ୍ତି। ୨୦୨୫ ହୁରୁନ୍‌ ଇଣ୍ଡିଆ ରିଚ୍‌ ଲିଷ୍ଟ୍‌ରେ ସେ ୧୨,୪୯୦ କୋଟି ଟଙ୍କାର ସମ୍ପତ୍ତି ସହ ବଲିଉଡ୍‌ର ସବୁଠାରୁ ଧନୀ ଅଭିନେତା ଭାବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ୨୦୨୪ରେ ସେ ୭,୩୦୦ କୋଟି ଟଙ୍କା ସହ ଏହି ତାଲିକାରେ ପ୍ରଥମ ଥର ପାଇଁ ସ୍ଥାନ ପାଇଥିଲେ।

ତାଲିକାରେ ଜୁହୀ ଚାୱଲା ଓ ତାଙ୍କ ପରିବାର ୭,୭୯୦ କୋଟି ଟଙ୍କା ସହ ଦ୍ୱିତୀୟ, ହ୍ରୀତିକ ରୋଶନ ୨,୧୬୦ କୋଟି ଟଙ୍କା ସହ ତୃତୀୟ ସ୍ଥାନରେ ରହିଛନ୍ତି। ଶାହାରୁଖ ରେଡ୍‌ ଚିଲିଜ୍‌ ଏଣ୍ଟରଟେନମେଣ୍ଟ ଓ ଆଇପିଏଲ୍‌ ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସର ସହ-ମାଲିକ ଅଟନ୍ତି। ତାଙ୍କର ଏକ୍ସରେ ୪୩.୯ ନିୟୁତ ଓ ଇନଷ୍ଟାଗ୍ରାମରେ ୪୮.୬ ନିୟୁତ ଫଲୋଅର୍ସ ଅଛନ୍ତି।

୨୦୨୩ରେ ମୁକ୍ତିଲାଭ କରିଥିବା ‘ଜଓ୍ଵାନ’ ଚଳଚ୍ଚିତ୍ର ବକ୍ସ ଅଫିସରେ ୧,୦୦୦ କୋଟି ଟଙ୍କା ଆୟ କରି ଇତିହାସ ରଚିଥିଲା। ଏହି ଚଳଚ୍ଚିତ୍ର ପାଇଁ ଶାହାରୁଖ ପ୍ରଥମ ଥର ପାଇଁ ଜାତୀୟ ପୁରସ୍କାର ହାସଲ କରିଛନ୍ତି।

Leave a Reply

Your email address will not be published. Required fields are marked *