ପ୍ରେମ ପ୍ରତାରଣା: ଭୁବନେଶ୍ବର ଏୟାରପୋର୍ଟ ଡିଜିଏମ୍‌ ଗିରଫ

ଭୁବନେଶ୍ଵର, ୨୫/୧୦: ଏୟାରହୋଷ୍ଟ୍ରେସ୍‌ ଙ୍କୁ ଲଭ୍‌ , ସେକ୍ସ, ଧୋକା ଅଭିଯୋଗରେ ଭୁବନେଶ୍ଵର ଏୟାରପୋର୍ଟ ଡିଜିଏମ୍ ଗିରଫ ହୋଇଛନ୍ତି। ଏୟାରପୋର୍ଟ ଡିଜିଏମ ଉମାକାନ୍ତ ପଟେଲଙ୍କୁ କମିଶନରେଟ୍ ପୋଲିସ୍‌ ଗିରଫ କରିଛି। ମିଛ କଥା କହି ଅବୈଧ ସମ୍ପର୍କ ରଖିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏୟାରହୋଷ୍ଟ୍ରେସ୍‌ଙ୍କର ଗର୍ଭପାତ କରାଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ବିବାହିତ ହୋଇ ବି ଏୟାରହୋଷ୍ଟ୍ରେସ୍‌ ଙ୍କ ସହ ଉମାକାନ୍ତ ସମ୍ପର୍କ ରଖିଥିଲେ। ଦୀପାବଳି ଦିନ ଘରୋଇ ଏୟାରଲାଇନ୍ସର ଜଣେ ଯୁବତୀ ଏୟାରପୋର୍ଟ […]

ସଂପୂର୍ଣ୍ଣ ପଢନ୍ତୁ

ନୁଆପଡ଼ା ରେ ସୁଭଦ୍ରା ଶକ୍ତି ସମାବେଶ

ନୂଆପଡ଼ା, ୨୫/୧୦ : ଆଜି ନୂଆପଡା ବିଜେପି କାର୍ଯ୍ୟଳୟ ରେ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ ପୂର୍ଣ୍ଣିମା ନାଏକ ମଞ୍ଚ ସଞ୍ଚାଳନ କରିଥିବାବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ନୂଆପଡା ଜିଲ୍ଲା ମହିଳା ସଭାନେତ୍ରୀ ରାଜେଶ୍ଵରୀ ସାହୁ, ଜୟ ଢୋଲକିଆଙ୍କ ମାଆ କଳ୍ପନା ଢୋଲକିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି […]

ସଂପୂର୍ଣ୍ଣ ପଢନ୍ତୁ

ବାଲେଶ୍ଵର ଓ ଗଞ୍ଜାମରେ ସରକାରୀ ଛୁଟି ବାତିଲ୍‌

ବାଲେଶ୍ଵର, ୨୫/୧୦: ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ଵର ଏବଂ ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ କର୍ମଚାରୀ ମାନଙ୍କର ଛୁଟି ବାତିଲ ହୋଇଛି। ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି, ସୋମନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଅଧିକାରୀ ମାନଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ ନିର୍ଦେଶ ରହିଛି।୨୮ ଓ ୨୯ ତାରିଖରେ ଦକ୍ଷିଣ ଓଡିଶାକୁ ରେଡ଼ ଆଲର୍ଟ ଜାରି କରାଯାଇଛି । ପବନକୁ ନେଇ […]

ସଂପୂର୍ଣ୍ଣ ପଢନ୍ତୁ

ବିସ୍ଫୋରଣ ଯୋଜନା ପଣ୍ଡ, ୨ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ, ୨୫/୧୦: ଦିଲ୍ଲୀରେ ଆତଙ୍କବାଦୀଙ୍କ ବଡ ବିସ୍ଫୋରଣ ଯୋଜନା ପଣ୍ଡ ହୋଇଛି । ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ଜଣେ ଦିଲ୍ଲୀର ହୋଇଥିବା ବେଳେ ମଧ୍ୟପ୍ରଦେଶର ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଆଇଇଡି ବିସ୍ଫୋରଣ ପାଇଁ ଏହି ଦୁଇ ଆତଙ୍କବାଦୀ ଯୋଜନା କରୁଥିଲେ । ଦିଲ୍ଲୀର ଜନଗହଳିପୂର୍ଣ୍ଣ ଅଞ୍ଚଳ ଏମାନଙ୍କ ଟାର୍ଗେଟରେ ରହିଥିଲା । ଗୁଇନ୍ଦା ଓ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମ୍‌ ମିଳିତ ଭାବେ ଛାନଭିନ କରି ଆତଙ୍କବାଦୀ […]

ସଂପୂର୍ଣ୍ଣ ପଢନ୍ତୁ

ସିଧାସଳଖ ନିଯୁକ୍ତ ହେବେ ୪୨୧୯ କନଷ୍ଟେବଳ: ଗୃହବିଭାଗ

ଭୁବନେଶ୍ବର, ୨୫/୧୦: ରାଜ୍ୟରେ ଖାଲି ପଡ଼ିଥିବା ୪୨୧୯ କନଷ୍ଟେବଳ ପଦ ପୂରଣ ହେବ। ଆବଶ୍ୟକ ନିୟମାବଳୀ ପାଳନ କରି ୪୨୧୯ ପୁଲିସ କନଷ୍ଟେବଳ ସିଧାସଳଖ ନିଯୁକ୍ତ ହେବେ। ରାଜ୍ୟ ପୁଲିସ ମୁଖ୍ୟାଳୟର ପ୍ରସ୍ତାବକୁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ପୁଲିସ ମହାନିର୍ଦେଶକଙ୍କୁ ଅବଗତ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗର ଏସ୍‌ଓପି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ଗୃହ ବିଭାଗ ଉପ ସଚିବ ତରୁଣ କୁମାର ପଣ୍ଡା ଚିଠିରେ ଉଲ୍ଲେଖ କରିଛନ୍ତି, ଓଡ଼ିଶା […]

ସଂପୂର୍ଣ୍ଣ ପଢନ୍ତୁ

ଅକ୍ଟୋବର ୨୬ରୁ ପୁଣି ଆରମ୍ଭ ହେବ ଭାରତ-ଚୀନ ବିମାନ ସେବା

ବେଜିଂ, ୨୫/୧୦ : ପାଞ୍ଚ ବର୍ଷର ବିରତି ପରେ ଆସନ୍ତା ୨୬ ତାରିଖରୁ ପୁଣି ଥରେ ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଇଣ୍ଡିଗୋ ଘୋଷଣା କରିଛି ଯେ ଏହା ଅକ୍ଟୋବର ୨୬ରୁ କୋଲକାତା-ଗୁଆଙ୍ଗଝୋଉ ବିମାନ ଏବଂ ନଭେମ୍ବର ୧୦ରୁ ଦିଲ୍ଲୀ-ଗୁଆଙ୍ଗଝୋଉ ବିମାନ ସେବା ପୁଣି ଆରମ୍ଭ କରିବ। ସେପଟେ ଚୀନ୍ ବିମାନ କମ୍ପାନୀ ଚାଇନା ଇଷ୍ଟର୍ଣ୍ଣ ଘୋଷଣା କରିଛି ଯେ ଏହା ନଭେମ୍ବର ୯ ରୁ ସାଂଘାଇ-ଦିଲ୍ଲୀ ବିମାନ […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦ୍ର ସାହିତ୍ୟ ଅକାଦେମିର ଅନୁବାଦ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ, ଓଡିଶାରୁ ପାଇଲେ ୩

ଭୁବନେଶ୍ବର, ୨୫/୧୦: କେନ୍ଦ୍ର ସାହିତ୍ୟ ଅକାଦେମିର ଅନୁବାଦ ପୁରସ୍କାର ପ୍ରଦାନ ସମାରୋହ ଆଜି କୋଲକାତାସ୍ଥିତ ଜାତୀୟ ଗ୍ରନ୍ଥାଗାରସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ଭାଷା ଭବନ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଅକାଦେମିର ସଭାପତି ମାଧବ କୌଶିକ ଏଥିରେ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବରେ ପ୍ରଫେସର ସୁକାନ୍ତ ଚୌଧୁରୀ ଯୋଗ ଦେଇ କହିଥିଲେ, ଭାଷା ଓ ସାହିତ୍ୟର ସମୃଦ୍ଧିରେ ଅନୁବାଦର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ଭାଷା ସହ ଆଉ ଗୋଟିଏ ଭାଷା ମଧ୍ୟରେ ଏକ ସେତୁ […]

ସଂପୂର୍ଣ୍ଣ ପଢନ୍ତୁ

ସ୍କ୍ରବ୍ ଟାଇଫସ୍: ସୁନ୍ଦରଗଡ଼ରେ ୨ ମୃତ, ୧୫୬୪ ଆକ୍ରାନ୍ତ

ସୁନ୍ଦରଗଡ଼, ୨୫/୧୦: ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍‌ ଟାଇଫସ୍‌ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ଜିଲ୍ଲାର ବଡ଼ଗାଁ ଓ ରାଉରକେଲା ଅଞ୍ଚଳର ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚଳିତବର୍ଷ ୧୦ ମାସ ମଧ୍ୟରେ ୧୫୬୪ ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ଜାନୁଆରିରୁ ଅକ୍ଟୋବର ୨୨ ତାରିଖ ସୁଦ୍ଧା ୭୩୫୮ଟି ନମୁନା ପରୀକ୍ଷା କରାଯାଇଥିବା ଜିଲ୍ଲା ସ୍ବାସ୍ଥ୍ୟବିଭାଗ ସୂତ୍ରରୁ ଜଣାପଡ଼ିଛି। ରାଉରକେଲା ସହରାଞ୍ଚଳରେ ସର୍ବାଧିକ ୨୧୫ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗୁରୁଣ୍ଡିଆରେ ସର୍ବନିମ୍ନ ୧୦ ଜଣଙ୍କଠାରେ ସ୍କ୍ରବ୍‌ ଟାଇଫସ୍‌ ଲକ୍ଷଣ ଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଆସୁଛି ବାତ୍ୟା ମୋନ୍ଥା

ଭୁବନେଶ୍ୱର, ୨୫/୧୦ :ବଙ୍ଗୋପସାଗରରେ ଆସୁଛି ବାତ୍ୟା। ଏହାର ନାମ ଥାଇ ଭାଷାରେ ‘ମୋନ୍ଥା’। ଇତିମଧ୍ୟରେ ଶୁକ୍ରବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ୩ କି.ମି. ବେଗରେ ଗତି କରୁଛି। ଶନିବାର ସୁଦ୍ଧା ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ପାଖାପାଖି କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତରେ ପରିଣତ ହେବ। ୨୬ ତାରିଖ ସୁଦ୍ଧା ଅବପାତଟି କ୍ରମଶଃ ଗଭୀର ଅବପାତରେ ପରିଣତ ହୋଇ ୨୭ ତାରିଖ ସକାଳେ ବାତ୍ୟାର ରୂପ […]

ସଂପୂର୍ଣ୍ଣ ପଢନ୍ତୁ

୩୩୦ ଲିଟର ଦେଶୀ ମଦ ସହ କାର ଜବତ

ଆଠଗଡ, ୨୪/୧୦:କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦେଶ କ୍ରମେ ଆଠଗଡ ଅବକାରୀ ଉପଅଧିକ୍ଷକ ସିଏଚ ତିରୁପତିଙ୍କ ନେତୃତ୍ବରେ ଚୋରା ମଦ କାରବାର ରୋକିବାକୁ ନିୟମିତ ପେଟ୍ରୋଲିଂ ଚାଲିଛି । ଗୁରୁବାର ରାତିରେ ଅବକାରୀ କାର୍ଯ୍ୟାଳୟର ଅନତି ଦୂରରେ ଟିପିସିଓଡିଏଲ ବିଦ୍ୟୁତ ସବଷ୍ଟେସନ ରାସ୍ତାରେ ସନ୍ଦିଗ୍ଧ ଅବସ୍ଥାରେ ଯାଉଥିବା ଏକ କାରକୁ ଅବକାରୀ ସ୍କ୍ୱାର୍ଡ ଅଟକାଇଥିଲେ । ହ୍ୟୁଣ୍ଡାଇ ଆଇ୧୦ ଓଆର ୦୫ ଏସି ୯୩୯୪ ନଂ ବିଶିଷ୍ଟ ଉକ୍ତ କାର ମଧ୍ଯରୁ ଚାଲାଣ […]

ସଂପୂର୍ଣ୍ଣ ପଢନ୍ତୁ