୩ ସେବାୟତ ନିଲମ୍ବିତ

ପୁରୀ, ୭/୧୧ : ଶ୍ରୀମନ୍ଦିରର ୩ ସେବାୟତଙ୍କୁ ନିଲମ୍ବନ କଲେ ମୁଖ୍ୟ ପ୍ରଶାସକ । ନାଟ୍ୟମଣ୍ଡପରେ ବେନିୟମ ଭାବେ ଅର୍ଥ ଆଦାୟ ଅଭିଯୋଗରେ ୨ ସେବାୟତଙ୍କୁ ନିଲମ୍ବିତ କରାଯାଇଛି । ବେନାସୁଆରଙ୍କୁ ୨ ମାସ ପାଇଁ ସେବା କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।ସୂଚନାଯୋଗ୍ୟଯେ , ଶ୍ରୀମନ୍ଦିର ପରିସରରେ ଡାଲଡା ଘିଅ ବ୍ୟବହାର କରିବାରୁ ଜଣେ ନିଲମ୍ବିତ ହୋଇଥିବା ଜଣାପଡିଛି । ନିଲମ୍ବିତ ହୋଇଥିବା ଅନ୍ୟ ଦୁଇ ସୁଆର ବଡ଼ୁସେବକ ନାରାୟଣ ପଣ୍ଡା ଓ ଖୁଣ୍ଟିଆ ସେବକ ରାଜାରାମ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’

କଟକ, ୭/୧୧: ଲକ୍ଷେଶ୍ଵର ପ୍ରଡ଼କ୍ସନ ବ୍ୟାନରରେ ପ୍ରସ୍ତୁତ ତଥା ସୌରଭ ପାଢ଼ୀଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’ ର ପୋଷ୍ଟ ପ୍ରଡ଼କ୍ସନ କାମ ଶେଷ ହୋଇଛି। ଆଗାମୀ ଜାନୁଆରୀରେ ଏହାର ଶୁଭମୁକ୍ତି ପାଇଁ ପ୍ରସ୍ତୁତ ହୋଇସାରିଛି। ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ଭୂମିକାଙ୍କ ସହିତ ନାୟକ ମଣ୍ଟୁ ନଜର ଆସୁଛନ୍ତି। ଚକ୍ରାନ୍ତର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର କାନ୍ଧେଇଛନ୍ତି ଅଭିଜ୍ଞ ନିର୍ଦ୍ଦେଶକ ପିନୁ ନାୟକ। କାହାଣୀ ରଚନା କରିଛନ୍ତି ଦିଶା ପାଢ଼ୀ ଏବଂ ସଂଳାପ ରଚନା କରିଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ଝିଅ ଝାଡଖଣ୍ଡ ଡିଜିପି

ରାଞ୍ଚି, ୭/୧୧: ଓଡ଼ିଶାରେ ଜନ୍ମିତ ବରିଷ୍ଠ ଆଇପିଏସ୍ ଅଧିକାରୀ ତାଦାଶା ମିଶ୍ର ଝାଡ଼ଖଣ୍ଡର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ (DGP) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପଦବୀରେ ଅବସ୍ଥାପିତ ହେବାରେ ସେ ହେଉଛନ୍ତି ଝାଡ଼ଖଣ୍ଡ ପୁଲିସ୍ ଫୋର୍ସର ପ୍ରଥମ ମହିଳା ମୁଖ୍ୟ।୧୯୯୪ ବ୍ୟାଚ୍‌ର ଆଇପିଏସ୍ ଅଫିସର ତାଦାଶା ମିଶ୍ର, ପୂର୍ବତନ ଡିଜିପି ଅନୁରାଗ ଗୁପ୍ତାଙ୍କ ସ୍ୱେଚ୍ଛାକୃତ ଅବସର ପରେ ନଭେମ୍ବର ୭ ତାରିଖରୁ ‘ଇନ୍-ଚାର୍ଜ ଡିଜି ଓ ଇନ୍ସପେକ୍ଟର ଜେନେରାଲ୍ ଅଫ୍ ପୋଲିସ’ ଭାବେ ନିଯୁକ୍ତ ହୋଇଛନ୍ତି।ଡିସେମ୍ବର […]

ସଂପୂର୍ଣ୍ଣ ପଢନ୍ତୁ

ବିଶ୍ବସ୍ତରୀୟ ଭିତ୍ତିଭୂମି ଆମର ଲକ୍ଷ୍ୟ: ନିତିନ ଗଡ଼କରି

ଭୁବନେଶ୍ବର, ୭/୧୧: କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରି ଆଜି ଭୁବନେଶ୍ବରରେ ଆୟୋଜିତ ଭାରତୀୟ ରୋଡ କଂଗ୍ରେସର ୮୪ତମ ଅଧିବେଶନରେ ଯୋଗଦେଇ କହିଛନ୍ତି। ଏହି ଅବସରରେ ସେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି, ଭାରତକୁ ବିଶ୍ବଗୁରୁ କରାଯିବାର ଲକ୍ଷ୍ୟ ରଖାଯାଇଛି। ଭାରତ ଏବେ ଅନ୍ୟ ଦେଶରୁ ତେଲ ଆମଦାନୀ କରୁଛି। କିନ୍ତୁ ଭାରତର ଲକ୍ଷ୍ୟ ଯେ, ଆଗାମୀ ଦିନରେ ତେଲ ରପ୍ତାନୀ କରିବ। ଭାରତରେ ଇଥାନୋଲ, ମେଥାନୋଲ, ବାଓ-ଏଲ୍ଏନ୍‌ଜି, ସିଏନ୍‌ଜି ଏବଂ ଗ୍ରୀନ୍‌ ‌ହାଇଡ୍ରୋଜେନ୍‌ ଉତ୍ପାଦନ କରାଯିବ। ଦେଶର କିଛି […]

ସଂପୂର୍ଣ୍ଣ ପଢନ୍ତୁ

‘ହକ୍‌’ ଚଳଚ୍ଚିତ୍ରକୁ ହାଇକୋର୍ଟଙ୍କ ଅନୁମତି

ଭୋପାଳ, ୭/୧୧: ଇମ୍ରାନ ହାସ୍‌ମି ଓ ୟାମି ଗୌତମ ଅଭିନୀତି ହିନ୍ଦୀ ଚଳଚ୍ଚିତ୍ର ‘ହକ୍‌’ର ମୁକ୍ତିଲାଭକୁ ବିରୋଧ କରି ଶାହ ବାନୋ ବେଗମଙ୍କ ଝିଅ ସିଦ୍ଦିକା ବେଗମ ଯେଉଁ ପିଟିସନ ଦାଏର କରିଥିଲେ, ତାହାକୁ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ଗୁରୁବାର ଖାରଜ କରିଦେଇଛନ୍ତି। ଶୁକ୍ରବାର (ନଭେମ୍ବର ୭) ଚଳଚ୍ଚିତ୍ରଟି ମୁକ୍ତିିଲାଭ କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ କଟକଣା ଲାଗୁ କରିବା ଅଯୁକ୍ତିକର ବୋଲି ହାଇକୋର୍ଟ କହିଛନ୍ତି। ସିଦ୍ଦିକା ଅତିକମରେ ଏକ ମାସ […]

ସଂପୂର୍ଣ୍ଣ ପଢନ୍ତୁ

ରୋଡ୍ସ କଂଗ୍ରେସ ସମାବେଶ ଉଦଘାଟିତ

ଭୁବନେଶ୍ୱର, ୭/୧୧: ଭୁବନେଶ୍ୱର ଜନତା ମଇଦାନରେ ୮୪ତମ ଇଣ୍ଡିଆନ୍‌ ରୋଡ କଂଗ୍ରେସ (ଅ୍ଧବଆରସି) ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହାର ଶୁଭାରମ୍ଭ କରିଛନ୍ତି । ୧୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସଡ଼କ ମହାକୁମ୍ଭରେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ସଡ଼କ ସୁରକ୍ଷା ବିଶେଷଜ୍ଞ, ଗବେଷକ, ଛାତ୍ରଛାତୟୀଙ୍କୁ ମିଶାଇ ଦେଶ ବିଦେଶରୁ ତିନି ହଜାର ପ୍ରତିନିଧି ଯୋଗ […]

ସଂପୂର୍ଣ୍ଣ ପଢନ୍ତୁ

ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ଲଡିବେ ୨୦୯ ଓକିଲ

ବ୍ରହ୍ମପୁର, ୭/୧୧: ବହୁ ଚର୍ଚ୍ଚିତ ବ୍ରହ୍ମପୁରର ଆଇନଜୀବୀ ତଥା ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ପୀତବାସଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ଜଣ ଓକିଲ ପିଟିସନ ଦାଖଲ କରିଛନ୍ତି । ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ଜଣ ଓକିଲ ପିଟିସନ ଦାଖଲ କରିଥିବା ସୂଚନା ମିଳିଛି । ବ୍ରହ୍ମପୁର ଏସଡିଜେଏମ୍‌ କୋର୍ଟରେ ଅଦଳଶତନାମା ଦାଖଲ କରିଛନ୍ତି ଏହସବୁ ଆଇନଜୀବୀ । […]

ସଂପୂର୍ଣ୍ଣ ପଢନ୍ତୁ

ପଞ୍ଚାୟତ ନିର୍ବାଚନ ପାଇଁ ‘ମିସନ୍‌ ପାୱାର’: ୧୦ରେ ପ୍ରସ୍ତୁତି ବୈଠକ

ଭୁବନେଶ୍ବର,୭/୧୧: ରାଜ୍ୟ ସରକାରଙ୍କ ଫୋକସରେ ଗାଁ। ଗାଁକୁ ସବୁଦିନିଆ ରାସ୍ତା ସହ ପାନୀୟ ଜଳ ଓ ବିଜୁଳି ଯୋଗାଇବା ପାଇଁ ଆରମ୍ଭ ହେବାକୁ ଯାଉଛି ‘ମିସନ୍‌ ପାୱାର’। ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଏହାର ସଂକଳ୍ପ ଚିଠା (ନୋଟ୍‌ ସିଟ୍‌) ପ୍ରସ୍ତୁତ କରାଯାଇଛି। ଧାର୍ଯ୍ୟ ସମୟ ସୀମା ଭିତରେ ଖସଡ଼ା ପ୍ରସ୍ତୁତ କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୦ତାରିଖରେ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କୁ ନେଇ ଏକ ‌ବଡ଼ ବୈଠକ ଅନୁଷ୍ଠିତ […]

ସଂପୂର୍ଣ୍ଣ ପଢନ୍ତୁ

ବନ୍ଦେ ମାତରମ୍ : ସାଂସ୍କୃତିକ ରାଷ୍ଟ୍ରବାଦ ପ୍ରଥମ ଉଦ୍‌ଘୋଷଣା- ଅମିତ ସାହା

ଆମ ଦେଶର ଇତିହାସରେ ବେଳେବେଳେ ଏଭଳି କିଛି ବିଶେଷ ଅବସର ଆସିଛି, ଯେତେବେଳେ ଗୀତ ଏବଂ କଳାତ୍ମକ କାର୍ଯ୍ୟ ଭିନ୍ନ ଭିନ୍ନ ରୂପେ ଲୋକମାନଙ୍କ ଭାବନାକୁ ପ୍ରଭାବିତ କରି ଆନ୍ଦୋଳନର ସ୍ୱରୂପ ପ୍ରଦାନ କରିବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ତାହା ଛତ୍ରପତି ଶିବାଜି ମହାରାଜଜୀଙ୍କ ସେନାର ଯୁଦ୍ଧ ଗୀତ ହୋଇଥାଉ, ଅଥବା ସ୍ୱାଧୀନତା ଆନ୍ଦୋଳନ ସମୟରେ ସଂଗ୍ରାମୀମାନଙ୍କ ଦ୍ୱାରା ବୋଲାଯାଉଥିବା ଗୀତ ହୋଇଥାଉ କିମ୍ବା ଆପାତକାଳୀନ ସ୍ଥିତି ଜାରି ହୋଇଥିବାବେଳେ ଏହା ବିରୋଧରେ ଦେଶର ଯୁବଗୋଷ୍ଠୀଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଏସ୍‌ଆଇ ନିଯୁକ୍ତିରେ ଅନିୟମିତତା ମାମଲା: ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟର ସୁରାକ

ଭୁବନେଶ୍ବର, ୭/୧୧: ପୁଲିସ ସବ୍‌ ଇନ୍ସପେକ୍ଟର (ଏସଆଇ) ପରୀକ୍ଷା ଅନିୟମିତତା ମାମଲାରେ ଭିତିରି ରହସ୍ୟର ଗୁମର ଖୋଲୁଛି। ତଦନ୍ତକୁ ଜୋରଦାର କରିବା ପରେ ଅଭିଯୁକ୍ତଙ୍କ କାରସାଦି ପଦାକୁ ଆସିବାରେ ଲାଗିଛି। ୫ଦିନିଆ ରିମାଣ୍ଡ ଥିବା ଶଙ୍କର ପୃଷ୍ଟି ଓ ଅରବିନ୍ଦ ଦାସଙ୍କୁ ଜେରା କରି ରଚା ଯାଇଥିବା ସୁକଳ୍ପିତ ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟର ବଡ଼ ଧରଣର ସୁରାକ ହାତେଇଛି କ୍ରାଇମବ୍ରାଞ୍ଚ। ଏହି ଘଟଣାରେ ଜଡ଼ିତ ଥିବା ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ ଲାଗି ଫୋନ୍‌ ଓ ଲାପ୍‌ଟପରେ […]

ସଂପୂର୍ଣ୍ଣ ପଢନ୍ତୁ