ବାପାଙ୍କ ଉପରେ ଚଢିଗଲା ପୁଅର ବରଯାତ୍ରୀ ଗାଡି

ପାଟଣାଗଡ଼, ୨୬/୧୧ : ବେଲପଡ଼ା ଥାନା ମଣ୍ଡଳ ଗାଁରେ ବାହାଘର ଶୋଭାଯାତ୍ରା ବେଳେ ଅଘଟଣ। ପୁଅ ବାହା କରିବାକୁ ବରଯାତ୍ରୀ ନେଇ ଆସିଥିବା ବାପାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଚୈତନ୍ୟ ବାଗ ବୋଲି ଜଣାପଡିଛି। ସୂଚନା ଅନୁସାରେ ଗତକାଲି ରାତିରେ ବଲାଙ୍ଗିର ସଦରଥାନା ଆମ୍ବପାଲି ଗାଁ ରୁ ଚୈତନ୍ୟ ବାଗ ତାଙ୍କ ପୁଅ ବାହାଘର ପାଇଁ ବେଲପଡା ଥାନା ମଣ୍ଡଳ କୁ ଆସିଥିଲେ ।ବରଯାତ୍ରୀ ପ୍ରୋସେସନରେ କନ୍ୟା ଘରକୁ ଯାଉଥିବାବେଳେ ବରଯାତ୍ରୀ ଗାଡି ବରପିତା […]

ସଂପୂର୍ଣ୍ଣ ପଢନ୍ତୁ

ଦୀର୍ଘ ୬ ବର୍ଷ ପରେ ଖୋଲିବ ଗୁଣ୍ଡିଚା ମନ୍ଦିର…

ପୁରୀ, ୨୬/୧୧ : ଆସନ୍ତା ଡିସେମ୍ବର ୧ ତାରିଖରେ ଖୋଲିବ ଗୁଣ୍ଡିଚା ମନ୍ଦିର। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା। ଗୁଣ୍ଡିଚା ମନ୍ଦିର ଦୀର୍ଘ ୬ ବର୍ଷ ହେବ ବନ୍ଦ ରହିଥିଲା । ଫଳରେ ଦୀର୍ଘ ବର୍ଷ ଧରି ଦର୍ଶନରୁ ବଞ୍ଚିତ ରହୁଥିଲେ ସର୍ବସାଧାରଣ । ଗୁଣ୍ଡିଚା ମନ୍ଦିର ନିକଟରୁ ଜବରଦଖଲ ହଟିଛି। ଟେଣ୍ଡର ଦିଆନଯାଇ ଶ୍ରୀମନ୍ଦିର ପ୍ରଶାସନ ନିଜେ ଏହାକୁ ପରିଚାଳନା କରିବ। ଟିକେଟ୍ […]

ସଂପୂର୍ଣ୍ଣ ପଢନ୍ତୁ

ଆଜିର ପିଲାମାନେ ହିଁ ହେବେ, ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତର ନିର୍ମାତା-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬/୧୧ : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ବିଜ୍ଞାନ ଓ ପ୍ରଯୁକ୍ତି ମହୋତ୍ସବ ସାଇ-ଟେଡ୍‌ ୨୦୨୫ ରେ ଯୋଗ ଦେଇଛନ୍ତି। ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ସାଇ-ଟେଡ୍- ୨୦୨୫ କାର୍ଯ୍ୟକ୍ରମରେ କେବଳ ପ୍ରାଇଭେଟ ସ୍କୁଲ ନୁହେଁ ବରଂ କଟକ-ଭୁବନେଶ୍ୱରର ସରକାରୀ ସ୍କୁଲର ପିଲାମାନେ ମଧ୍ୟ ଭାଗ ନେଇଛନ୍ତି। ଯାହା ବିଜ୍ଞାନରେ ସେମାନଙ୍କ ସୃଜନଶୀଳ ପ୍ରତିଭାର […]

ସଂପୂର୍ଣ୍ଣ ପଢନ୍ତୁ

ଓଏଏସ୍ ଅଧିକାରୀଙ୍କ ସ୍ତରରେ ବଡଧରଣର ଅଦଳବଦଳ

ଭୁବନେଶ୍ଵର, ୨୬/୧୧: ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି। ଉଷାରାଣୀ ସାହୁ ପଞ୍ଚାୟତିରାଜ ବିଭାଗର ସ୍ଵତନ୍ତ୍ର ସଚିବ ହୋଇଥିବାବେଳେ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ଲୋପାମୁଦ୍ରା ମହାପାତ୍ର। ରାଜ୍ୟ ମାଇନିଂ ବିଭାଗର ସିଭିଓ ହେଲେ ନାରାୟଣ ଚନ୍ଦ୍ର ଧଳ। ଅନୁସୂଚିତ ଜନଜାତି ବିଭାଗର ଅତିରିକ୍ତ ସଚିବ ହେଲେ ଦେବେନ୍ଦ୍ର ନନ୍ଦ । ସେହିପରି ପ୍ରୀତିପର୍ଣ୍ଣା ମିଶ୍ର ରାଜସ୍ଵ ବିଭାଗର ଡ଼େପୁଟି ସେକ୍ରେଟାରୀ ହୋଇଥିବାବେଳେବାଲେଶ୍ବର ଜିଲ୍ଲାର ଡ଼ିଏଚ୍ଏଚ୍ ପ୍ରଶାସନିକ ଅଧିକାରୀ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେପି ହ୍ବିସିଲ୍‌ ଫୁଙ୍କିଲେ ବିଜେଡି ଭାଙ୍ଗିବ

ଭୁବନେଶ୍ଵର, ୨୬/୧୧ : ସୁଜାତା କାର୍ତ୍ତିକେୟନ୍ ଙ୍କୁ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ପାର୍ଟି ଥିଲେ ତ ସୁଜାତା ଦାୟିତ୍ଵ ନେବେ। ସେ କେଉଁ ରାଜନେତା ଯେ ସେ ଜନତାଙ୍କର ଆସ୍ଥାଭାଜନ ହୋଇପାରିବେ। ବିଜେଡି ଆଉ ରହିବନି ତା କଥା ଆଲୋଚନା କରିକି ଲାଭ କଣ। ବିଜେପି ହ୍ବିସିଲ୍‌ ଫୁଙ୍କିଲେ ବିଜେଡି ଭାଙ୍ଗିବ , ୧୨ ଫାଳ ହୋଇଯିବ। ବିଜେଡି ୨୪ ବର୍ଷ ଶାସନ କରିବା ପରେ ନିର୍ବାଚନରେ ୩ନଂ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ଵାର୍ଥପର ଲୋକ ଦଳରୁ ପଳେଇଲେ ଭଲ

ଭୁବନେଶ୍ଵର, ୨୬/୧୧ : ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିସ୍ଫୋରକ ବୟାନ ରଖିଛନ୍ତି। ସେ କହିଛନ୍ତି ନବୀନ ବାବୁ ମୋତେ ଫୋନ୍ କଲେ, ଗୃହରେ ଅନୁପସ୍ଥିତ ରହିବାକୁ କହିଥିଲେ। ମୁଁ ତାଙ୍କ ହିସାବରେ ଭୋଟ୍ ଦେବାକୁ ଯାଇନଥିଲି। କିଛି ଲୋକ ନବରନ ବାବୁଙ୍କୁ ଦେଖା କରିବାକୁ ଦେଉନାହାଁନ୍ତି। ଭୂପିନ୍ଦର ସିଂଙ୍କୁ ମଧ୍ୟ ଦେଖା କରାଇ ଦେଲେନି। ମୁଁ ଦେଖା କରିବାକୁ ଚାହୁଁଛି ବୋଲି ନବୀନ ବାବୁଙ୍କୁ ଜଣାଇ ନିଆଯାଉନି। ନିର୍ବାଚନ ବେଳେ ନବୀନ ବାବୁ ପ୍ରଚାର ମଙ୍ଗ […]

ସଂପୂର୍ଣ୍ଣ ପଢନ୍ତୁ

୨୨ ମୌଜା ଗୌରବ ରତିକାନ୍ତ ପାଳଙ୍କ ବିୟୋଗ

କଟକ,୨୬/୧୧ : ବିଶିଷ୍ଟ ସମାଜସେବୀ,ଧର୍ମପରାୟଣ,ସଙ୍ଗଠକ, ବହୁମୁଖୀ ପ୍ରତିଭା,ରାଜନୀତିଜ୍ଞ ତଥା ୨୨ ମୌଜା ବାରଡିଆ ନିବାସୀ ରତିକାନ୍ତ ପାଳ (୭୧)ଙ୍କ ହୃଦଘାତରେ ପରଲୋକ ଗମନ ଘଟିଛି । ସେ ଶାନ୍ତ,ସରଳ,ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ କନିଷ୍ଠ ଭ୍ରାତା ଶ୍ରୀକାନ୍ତ ପାଳ,ପୁତ୍ର ଶ୍ରୀମନ୍ତ ପାଳ,ପୁତୁରା ସତ୍ୟଜିତ୍ ପାଳ,ପରିବାର ସଦସ୍ୟ,ଜ୍ଞାତି କୁଟୁମ୍ବ ସହ ଗ୍ରାମବାସୀ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା ସହ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ଫେବୃଆରୀ ସୁଦ୍ଧା ମାଓବାଦୀଙ୍କ ସମୂହ ଆତ୍ମସମର୍ପଣ ପ୍ରତିଶ୍ରୁତି

ମୁମ୍ବଇ, ୨୫/୧୧: ଆସନ୍ତାବର୍ଷ ଫେବୃଆରୀ ସୁଦ୍ଧା ମାଓବାଦୀମାନେ ସମୂହ ଆତ୍ମସମର୍ପଣ କରିବେ ବୋଲି ମାଓବାଦୀ ସଂଗଠନ ପକ୍ଷରୁ କୁହାଯାଇଛି। ସଂଗଠନ ପକ୍ଷରୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଏଭଳି ପ୍ରତିଶ୍ରୁତି ଦିଆଯାଇଛି। ସୂଚନାଯୋଗ୍ୟ ଏହି ତିନି ରାଜ୍ୟର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ କମ୍ବିଂ ଅପରେସନ କରାଯାଉଥିବାବେଳେ ଏକାଧିକ ମାଓବାଦୀ ଓ ସେମାନଙ୍କର କମାଣ୍ଡର ପ୍ରାଣ ହରାଇସାରିଲେଣି। ଏଥିରେ ଭୟଭୀତ ହୋଇ ଲାଲବାହିନୀ ବର୍ତ୍ତମାନ ଆତ୍ମସମର୍ପଣ ପାଇଁ ଏକପ୍ରକାର […]

ସଂପୂର୍ଣ୍ଣ ପଢନ୍ତୁ

୧୪୧ ବର୍ଷ ବୟସରେ କଇଁଛର ମୃତ୍ୟୁ

ୱାଶିଂଟନ, ୨୫/୧୧: ଆରପାରିରେ ଆମେରିକାର ସନ ଡିଏଗୋ ଚିଡିଆଖାନାର ବୟୋଜ୍ୟେଷ୍ଠ ଗ୍ୟାଲାପାଗୋସ ପ୍ରଜାତିର କଇଁଛ ଗ୍ରେମା । ମୃତ୍ୟୁ ବେଳକୁ କଇଁଛର ବୟସ ୧୪୧ ବର୍ଷ ହୋଇଥିଲା । ଏହି ଶାନ୍ତ , ସରଳ କଇଁଛଟି ଚିଡିଆଖାନାକୁ କେବେ ଆସିଥିଲା , ତାହା ସଠିକ୍ ଭାବେ ଜଣାପଡିନି। ତଥାପି ୧୯୨୮ କିମ୍ବା ୧୯୩୧ରେ ଏହା ଗ୍ୟାଲାପୋଗୋସ କଇଁଛର ପ୍ରଥମ ଗ୍ରୁପ ଭାବେ ଏଠାକୁ ଆସିଥିଲା । ବୟସ ବଢ଼ିବା ପରେ ଗ୍ରେମାର ହାଡ ସମସ୍ୟା ଦେଖାଦେଇଥିଲା। ଶେଷରେ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ଦ୍ୱାଦଶ ନିଯୁକ୍ତିମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ- ୨୦୨୫

ଭୁବନେଶ୍ୱର ୨୫/୧୧: ଆପଣମାନେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସାଧୁତାପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଜରିଆରେ ସରକାରୀ ଚାକିରୀ ଯୋଗ ଦେଉଛନ୍ତି । ତେଣୁ ଆପଣଙ୍କ କର୍ତ୍ତବ୍ୟପଥରେ ସାଧୁତା ଓ ସ୍ୱଚ୍ଛତା ଅବଲମ୍ୱନ କରିବା ପାଇଁ ସଂକଳ୍ପବଦ୍ଧ ହେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଦ୍ୱାଦଶ ନିଯୁକ୍ତିମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ- ୨୦୨୫ ଅବସରରେ ନବନିଯୁକ୍ତଙ୍କୁ ଉପଦେଶ ଦେଇ କହିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟ ସରକାରଙ୍କ ୧୨ଟି ବିଭାଗରେ ସମୁଦାୟ ୭୨୯୩ ଜଣଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ