ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ବ୍ୟାନ କଲେ

ନୂଆଦିଲ୍ଲୀ,୧୭/୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ ତିଆରି ପାଇଁ ବ୍ୟବହୃତ ହେଉଥିବା କୋଇଲା ଓ କାଠ ଜଳା ତନ୍ଦୁର ଉପରେ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (DPCC) ପକ୍ଷରୁ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ସହରର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଖୋଲା ଖାଦ୍ୟ ଦୋକାନଗୁଡ଼ିକ ତୁରନ୍ତ ଇଲେକ୍ଟ୍ରିକ୍, ଗ୍ୟାସ୍-ଆଧାରିତ, କିମ୍ବା ଅନ୍ୟାନ୍ୟ ପରିଷ୍କାର […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶଂସା

ଓ୍ବାଶିଂଟନ୍‌,୧୭/୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଭାରତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆମେରିକା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଅଂଶୀଦାର। ଭାରତରେ ଥିବା ଆମେରିକୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା ଶେୟାର କରିଛି।ଭାରତରେ ଥିବା ଆମେରିକୀୟ ଦୂତାବାସ ଏକ୍ସରେ ପୋଷ୍ଟ କରିଛି ଯେ, ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ ବିଶ୍ୱର ସବୁଠାରୁ […]

ସଂପୂର୍ଣ୍ଣ ପଢନ୍ତୁ

ଇଥିଓପିଆ ସଂସଦକୁ ସମ୍ବୋଦକ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, ୧୭/୧୨: ଇଥିଓପିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ । ଆଜି ଏହି ଅବସରରେ ଇଥିଓପିଆ ସଂସଦକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ଯେ ଏହା ମୋ ପାଇଁ ଗର୍ବର ବିଷୟ କି ଲୋକତନ୍ତ୍ରର ମହିନ୍ଦରକୁ ଆସିଛି । ବନ୍ଧୁତାର ନୂଆ ଅଧ୍ୟାୟ ଲେଖୁଛନ୍ତି ଭାରତ ଓ ଇଥିଓପିଆ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ମନ ମିଶିଲେ ପର୍ବତ ଆପେ ଆପେ ରାସ୍ତା ଦେଖାଏ । ଇଥିଓପିଆ ସିଂହଙ୍କ ଦେଖ ମୁଁ […]

ସଂପୂର୍ଣ୍ଣ ପଢନ୍ତୁ

ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ କାର୍ଯ୍ୟକ୍ରମରେ ଦେଲେ ଯୋଗ

ବ୍ରହ୍ମପୁର ୧୭/୧୨: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ଗସ୍ତ କରିଛନ୍ତି । ଆଜି ଦିନ ସାଢେ ୧୧ ଟା ବେଳେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ରାମଲିଙ୍ଗେଶ୍ୱର୍ ପାର୍କରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରୁ ସେ ସବ ରେଜିଷ୍ଟର ଚକକୁ ଯାଇ ସ୍ବର୍ଗତ ମୋହନ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରୁ ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ […]

ସଂପୂର୍ଣ୍ଣ ପଢନ୍ତୁ

ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ଵର, ୧୭/୧୨: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ନିଖୋଜ ଥିବା ଜଗତସିଂହପୁର ଜିଲ୍ଲାର ଓଡିଆ ଯୁବକ ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରାଯାଇଛି। କେନ୍ଦ୍ର ସରକାରଙ୍କ ଉଦ୍ୟମ ପରେ ସେ ଭାରତ ଫେରିଛନ୍ତି। ଆଜି ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରାଯାଇଛି। ତେବେ ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ଆଦର୍ଶ ବେହେରା ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି । ସେ କହିଛନ୍ତି ସୁରକ୍ଷିତ ସ୍ଥାନକୁ ଯିବା ବେଳେ ତାଙ୍କୁ ଆର୍‌ଏସ୍‌ଏଫ୍ ର ୧୫ରୁ ୨୦ ଜଣ […]

ସଂପୂର୍ଣ୍ଣ ପଢନ୍ତୁ

ଗୁଣିଗାରେଡ଼ି ପାଇଁ ଖୋଳିଥିଲେ ଗାତ, ଚାଲିଗଲା ଜୀବନ

କେନ୍ଦ୍ରାପଡା, ୧୭/୧୨ : ଅନ୍ଧବିଶ୍ଵାସ ନେଲା ଜୀବନ। ଗ୍ରହ ଶାନ୍ତି ପୂଜା ବେଳେ ଅଘଟଣ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ । ମିଳିଥିବା ସୂଚନା ଅନୁଯାୟୀ ଜଗବନ୍ଧୁ ମହାରଣାଙ୍କ ଘରେ ଗୁଣି ଗାରେଡ଼ି ପାଇଁ ୧୦ ଫୁଟ ଗଭୀର ଗାତ ଭିତରେ ପୂଜା ଚାଲିଥିଲା।ଏହି ସମୟରେ ହଠାତ୍ ମାଟି ଧସି ଯାଇଥିଲା। ଫଳରେ ଜଗବନ୍ଧୁ ମାଟି ତଳେ ରହିଯାଇଥିଲେ। ଗ୍ରାମବାସୀମାନେ ଦୁଇ ଗୁଣିଆ ଙ୍କୁ ଅଟକ ରଖିଛନ୍ତି ।ପୁଲିସ୍‌ର […]

ସଂପୂର୍ଣ୍ଣ ପଢନ୍ତୁ

ଜାନୁଆରୀ ୬ରୁ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର, ୧୬/୧୨: ବର୍ତ୍ତମାନ୍ ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଏଥିଲାଗି ରାଜ୍ୟରେ ଏବେ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ଜାନୁଆରୀ ୬ ତାରିଖରୁ ପକ୍ଷୀ ଗଣନା ଆରମ୍ଭ ହେବ। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ଚିଲିକା, ନଳବନ, ମଙ୍ଗଳାଯୋଡ଼ି, ହୀରାକୁଦ ଏବଂ ନନ୍ଦନକାନନ ପରି ପ୍ରମୁଖ ସ୍ଥାନମାନଙ୍କରେ ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ଏହି ଗଣନା କାର୍ଯ୍ୟ କରାଯିବ।ଚଳିତ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ହେବ ଫାର୍ମା ହବ୍‌

ଭୁବନେଶ୍ୱର,୧୬/୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ ନେଇ ସରକାର ସମସ୍ତ ପ୍ରକାର ସାହାଯ୍ୟ,ସହଯୋଗ ଯୋଗାଇ ଦେବେ ବୋଲି ସେ କହିଛନ୍ତି। ଫାର୍ମା ସମ୍ମିଳନୀରେ ମୋଟ ୪୨ଟି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହାଦ୍ୱାରା ମୋଟ ୩୮,୪୦୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ସଂପୂର୍ଣ୍ଣ ପଢନ୍ତୁ

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬/୧୨: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ ତାହା ଖାରଜ ହୋଇଛି। ଜେଲରେ ଦିନ କାଟୁଥିବା ବ୍ରହ୍ମପୁର ପୂର୍ୱତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ୱତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ, ଆଇନଜୀବୀ ତଥା ବିଜେଡି ନେତା ମଦନ ମୋହନ ଦଳାଇ, ବ୍ୟବସାୟୀ ସୁନିଲ ହୋତା ଓ ଶୂନ୍ୟ ଦାସଙ୍କ ଜାମିନ ଖାରଜ ହୋଇଯାଇଛି । ଗଞ୍ଜାମ ଜିଲା […]

ସଂପୂର୍ଣ୍ଣ ପଢନ୍ତୁ

ଗୋଆ ଅଗ୍ନିକାଣ୍ଡ : ୧୦ ଦିନ ପରେ ଦିଲ୍ଲୀରେ ପହଞ୍ଚିଲେ ଲୁଥ୍ରା ଭ୍ରାତା

ନୂଆଦିଲ୍ଲୀ, ୧୬/୧୨ : ପଳାତକ ଲୁଥ୍ରା ଭ୍ରାତା ଆଜି ଥାଇଲାଣ୍ଡରୁ ଦିଲ୍ଲୀ ଫେରିଛନ୍ତି। ଗୋଆ ‘ବର୍ଚ୍ଚ ବାଏ ରୋମିଓ ଲେନ୍’ ନାଇଟ କ୍ଲବର ମାଲିକ ଦୁଇ ଭାଇ ସୌରଭ ଲୁଥ୍ରା ଓ ଗୌରବ ଲୁଥ୍ରା ଘଟଣା ଘଟିବାର ୧୦ ଦିନ ପରେ ଭାରତ ଫେରିଛନ୍ତି । ଥାଇଲ୍ୟାଣ୍ଡ ସରକାର ସେମାନଙ୍କୁ ଫେରାଇ ଦେବା ପରେ ସେମାନେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି । ଦିଲ୍ଲୀ କୋର୍ଟରେ ହାଜର ହେବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଉଭୟଙ୍କୁ ଗୋଆ ନିଆଯିବ।ସୂଚନା ମୂତାବକଗତ […]

ସଂପୂର୍ଣ୍ଣ ପଢନ୍ତୁ