ସ୍ବିଜରଲାଣ୍ଡ ସ୍କି ରିସର୍ଟରେ ଅଗ୍ନିକାଣ୍ଡରେ ୪୭ ମୃତ

ଜେନିଭା, ୨/୧: ନୂଆବର୍ଷ ପାଳନ ସମୟରେ ସ୍ବିଜରଲାଣ୍ଡର କ୍ରାନ୍ସ ମଣ୍ଟାନା ସହରରେ ଏକ ସ୍କି ରିସର୍ଟ ବାର୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ଏପର୍ଯ୍ୟନ୍ତ ୪୭ଜଣ ଲୋକ ପ୍ରାଣ ହରାଇଛନ୍ତି। ୧୦୦ରୁ ଅଧିକ ଆହତ ହୋଇଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହା ଏକ ଦୁର୍ଘଟଣା ଏବଂ ଏହାପଛରେ ଆତଙ୍କବାଦୀ ସଂଗଠନର କୌଣସି ହାତ ନାହିଁ ବୋଲି ସ୍ବିଜରଲାଣ୍ଡ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ଘଟଣା ପାଇଁ ସ୍ବିଜରଲାଣ୍ଡରେ ୫ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ […]

ସଂପୂର୍ଣ୍ଣ ପଢନ୍ତୁ

୪୦କୋଟି ଠକେଇ: ଜଣଙ୍କୁ ବାନ୍ଧିଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର, ୨/୧: ସେୟାର ଟ୍ରେଡିଂ ନାଁରେ ୪୦କୋଟି ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ । ପଶ୍ଚିମବଙ୍ଗ ବାଙ୍କୁରାର ଅମିତ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଓଡିଶାର ଅର୍ଥନୈତିକ ଅପରାଧ ଶାଖା। ସେୟାର ଟ୍ରେଡିଂରେ ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଅମିତ ଲୋକମାନଙ୍କୁ ଠକୁଥିବାର ଅଭିଯୋଗ ହୋଇଥିଲା । ଓଡ଼ିଶାର ୫୦୦, ପଶ୍ଚମିବଙ୍ଗର ୧୦୦ ଜମାକାରୀଙ୍କ ଠାରୁ ଆଦାୟ କରିଥିଲା ୧୨୦କୋଟି ଟଙ୍କା । ମୁଖ୍ୟ ଅଭିଯୁକ୍ତ ଅମିତ ମଣ୍ଡଳ ଘର ପଶ୍ଚିମବଙ୍ଗ […]

ସଂପୂର୍ଣ୍ଣ ପଢନ୍ତୁ

ପୁରୀ ଦୁର୍ଘଟଣା: ଘଟଣାସ୍ଥଳରେ ଉତ୍ତେଜନା, ୪ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ, ୨/୧: ଆଜି ସକାଳେ ପୁରୀ ବଡଦାଣ୍ଡ ବଳଗଣ୍ଡି ଛକରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ବର୍ଷର ନାବାଳକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ୪ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବୋଲେରୋ ଓ ସ୍କୁଟି ଧକ୍କାରେ ଜଣେ ନିଷ୍ପାପ ଶିଶୁଙ୍କ ଦେହାନ୍ତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାର ଲୋକେ ଓ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିବା ସହ ମେଡିକାଲରେ ଅବ୍ୟବସ୍ଥା […]

ସଂପୂର୍ଣ୍ଣ ପଢନ୍ତୁ

ଲୋକସେବା ଭବନରେ ରିଲ୍ସ କରିବା ମନା

ଭୁବନେଶ୍ୱର, ୨/୧: ଲୋକସେବା ଭବନ ସମ୍ମୁଖରେ ମାଳ ମାଳ ରିଲ୍ସ କରିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଲୋକସେବା ଭବନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ, ସେଠାରେ ରିଲ୍ସ କରିବାର କୌଣସି ଅବକାଶ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଯଦି ଏପରି କିଛି ଘଟଣା ହେଉଛି ସୁରକ୍ଷା ଅଧିକାରୀମାନେ ଏହା ଉପରେ ନଜର ରଖିବେ ଏବଂ ପୁଲିସ ବିଭାଗ ମଧ୍ୟ ଯଥାର୍ତ ପଦକ୍ଷେପ ନେବ […]

ସଂପୂର୍ଣ୍ଣ ପଢନ୍ତୁ

୨୦୨୫ରେ ନନ୍ଦନକାନନ ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ; ରାଜସ୍ବ ଆୟ ୨୫ କୋଟି

ଭୁବନେଶ୍ୱର, ୧/୧: ୨୦୨୫ ମସିହାରେ ଭୁବନେଶ୍ୱରରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସର୍ବାଧିକ ପର୍ଯ୍ୟଟକମାନଙ୍କ ଆଗମନ ହୋଇଥିବା ନେଇ ରେକର୍ଡ କରାଯାଇଛି।ତେବେ ୨୦୨୪ ମସିହାରେ ମୋଟ ୩୭,୯୯,୬୩୨ ପର୍ଯ୍ୟଟକ ନନ୍ଦନକାନନ ଆସିଥିବା ବେଳେ ୨୦୨୫ ମସିହା ମଧ୍ୟରେ ମୋଟ ୪୦,୨୦,୫୩୯ ଜଣ ଲୋକ ଆସିଥିବା ନେଇ ଚିଡ଼ିଆଖାନା କର୍ତ୍ତୃପକ୍ଷ ଗୁରୁବାର ଦିନ କହିଛନ୍ତି।ଏଥିସହିତ ଏହି ସମସ୍ତ ଉତ୍ସରୁ ସଂଗ୍ରହ ହୋଇଥିବା ରାଜସ୍ୱ ୨୩.୨୩ କୋଟି ଟଙ୍କାରୁ ଅଧିକ ଥିଲା। ଯାହା ୨୦୨୪ ତୁଳନାରେ ପ୍ରାୟ ୧.୦୬ କୋଟି […]

ସଂପୂର୍ଣ୍ଣ ପଢନ୍ତୁ

ରେକର୍ଡ ଭାଙ୍ଗିଲା ମଦବିକ୍ରି: ରାଜଧାନୀବାସୀ ପିଇଦେଲେ ୩୨ କୋଟି

ଭୁବନେଶ୍ୱର, ୧/୧ : ନୂଆବର୍ଷ ମଉଜରେ ମଦ ପିଆରେ ରେକର୍ଡ । ବର୍ଷର ଶେଷ ସପ୍ତାହରେ ରାଜଧାନୀରେ ଦେଶୀ-ବିଦେଶୀ ମିଶେଇ ଲୋକ ପିଇଗଲେ ୪ ଲକ୍ଷ ଲିଟର ମଦ। ବଡ଼ଦିନରୁ ଜିରୋନାଇଟ୍ ସେଲିବ୍ରେସନ ଯାଏଁ ୩୨ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।୨୦୨୫ ମସିହା ଶେଷ ସପ୍ତାହରେ ଭୁବନେଶ୍ବରରେ ବିକ୍ରି ହୋଇଛି ଅଢେଇ ଲକ୍ଷ ଲିଟର ବିଦେଶୀ ଓ ଦେଢ ଲକ୍ଷ ଲିଟର ଦେଶୀ ମଦ । […]

ସଂପୂର୍ଣ୍ଣ ପଢନ୍ତୁ

ଆଦିବାସୀ ବସ୍ତିରେ ଶୀତବସ୍ତ୍ର ବାଣ୍ଟିଲେ ସମାଜସେବୀ

ମାହାଙ୍ଗା, ୧/୧ : ନୂଆବର୍ଷକୁ ବିଭିନ୍ନ ଢଙ୍ଗରେ ଲୋକେ ପାଳନ କରୁଥିବା ବେଳେ, ଭୋଜି ଭାତ ନାଚ ଗୀତ ଏବଂ ସଭା ସମାବେଶ ଠାରୁ ଦୂରରେ ରହି ସମାଜର ସବୁଠାରୁ ତଳ ସ୍ତରରେ ରହୁଥିବା ଆଦିମ ଜନଜାତିର ଲୋକମାନଙ୍କୁ ଭେଟି ସେମାନଙ୍କ ସହିତ ନୂଆବର୍ଷ ପାଳନ କରିଥିଲେ ସଚେତନ ଯୁବକ ମାନେ l ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତର ବିଭିନ୍ନ ଆଦିବାସୀ ବସ୍ତିରେ ଦୀର୍ଘ ୬ ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଧରି ଖୋଲା ଆକାଶ ତଳେ ଝାଟିମାଟି […]

ସଂପୂର୍ଣ୍ଣ ପଢନ୍ତୁ

ନୂଆବର୍ଷ ରେ ଝଙ୍କଡ଼ ସାରଳାପୀଠରେ ଲକ୍ଷାଧିକ ଭକ୍ତସମାଗମ

ଝଙ୍କଡ଼, ୧/୧: ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠରେ ନବବର୍ଷ 2026 ଉପଲକ୍ଷେ ଲକ୍ଷାଧିକ ଜନସମାଗମ ଦେଖିବାକୁ ମିଳିଥିଲା l ଯଦିବା ପ୍ରାତଃ ସମୟରେ ଘନକୁହୁଡି ଯୋଗୁଁ ଯାତ୍ରୀ ସଂଖ୍ୟା ହ୍ରାସ ପାଇଥିଲା ମାତ୍ର ଠିକ ଦିନ 10 ଟାରୁ ତିନିଗୋଟି ମୁଖ୍ୟପ୍ରବେଶ ପଥରେ ନାହିଁନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା l ପ୍ରବଳ ଜନସମାଗମ କୁ ଦୃଷ୍ଟିରେ ରଖି ପ୍ରାୟ ଅଧକିଲୋମିଟର ପୂର୍ବରୁ ରାସ୍ତାଗୁଡିକୁ ଶୀଲ କରାଯାଇ, ଯାନବାହାନ ଗୁଡିକ ପାର୍କିଂସ୍ଥାନରେ ରଖାଯିବାର ବ୍ୟବସ୍ଥା କରାଯାଇଥିଲା l ସେଠାରୁ ଚାଲିଚାଲି […]

ସଂପୂର୍ଣ୍ଣ ପଢନ୍ତୁ

ରାଜଧାନୀରେ ଗଡିଲା ମୁଣ୍ଡ

ଭୁବନେଶ୍ୱର, ୧/୧: ନୂଆବର୍ଷ ଆରମ୍ଭରୁ ରାଜଧାନୀରେ ଗଡିଲା ମୁଣ୍ଡ । ସଂଘବଦ୍ଧ ଆକ୍ରମଣରେ ଆହତ ହୋଇଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତ ଯୁବକ ହେଲେ ନୟାପଲ୍ଲୀ ନୂଆସାହି ଅଞ୍ଚଳର । ନୟାପଲ୍ଲୀ ପୁଲିସ ଥାନାରେ ହତ୍ୟା ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ।ସୂଚନା ଅନୁସାରେ ଗତ ୨୬ତାରିଖ ଦିନ ଯୁବକ ଜଣଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିଲା […]

ସଂପୂର୍ଣ୍ଣ ପଢନ୍ତୁ

ଡାକ୍ତରଙ୍କ ଦାବିର ତର୍ଜମା ପାଇଁ କମିଟି ଗଠନ

ଭୁବନେଶ୍ୱର, ୧/୧: ଦୀର୍ଘ ଦିନ ହେବ ଓମ୍‌ସାର ଡାକ୍ତର ମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କ ଦାବି ତର୍ଜମା ପାଇଁ ସଚିବସ୍ତରୀୟ କମିଟି ଗଠନ ହୋଇଛି । ସଚିବସ୍ତରୀୟ କମିଟି ଗଠନ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଡାକ୍ତର ସଙ୍ଘର ଦାବି ନେଇ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ମୋ ସହ ବୈଠକ ହୋଇସାରିଛି, ସଚିବସ୍ତରୀୟ କମିଟି ଗଠନ ହୋଇଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ […]

ସଂପୂର୍ଣ୍ଣ ପଢନ୍ତୁ