ଭୁବନେଶ୍ବରରେ ହେବ ‘ସମର୍ପିତ ବସ୍‌ ପଥ’ ବ୍ୟବସ୍ଥା

ପାଇଲଟ୍ ଭିତ୍ତିରେ କାର୍ଯ୍ୟକାରୀ ପାଇଁ ଭୁବନେଶ୍ଵରର ୨ଟି ମୁଖ୍ୟ ସଡ଼କକୁ ଚିହ୍ନଟ ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ନିର୍ମାଣ ହେବ ’ସମର୍ପିତ ବସ୍‌ ପଥ’ (ଡେଡିକେଟେଡ୍‌ ବସ୍‌ ଲେନ୍‌)। ଏହି ଲେନ୍‌ରେ ସାଧାରଣ ବସ୍ ସହ ସ୍କୁଲ୍ ବସ୍ ଏବଂ ଆମ୍ବୁଲାନ୍‌ସ ଆଦି ଜରୁରୀକାଳୀନ/ଅତ୍ୟାବଶ୍ୟକ ସେବା ଯାନବାହନକୁ ପ୍ରାଥମିକତା ଦିଆଯିବ। ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧୀନସ୍ଥ କ୍ରୁଟ୍ ପକ୍ଷରୁ ଭୁବନେଶ୍ୱରର ଦୁଇଟି ପ୍ରମୁଖ କରିଡରରେ ପାଇଲଟ୍ ଭିତ୍ତିରେ ‘ବସ୍ ପ୍ରାଥମିକତା ଲେନ୍’ବ୍ୟବସ୍ଥା ଆରମ୍ଭ […]

ସଂପୂର୍ଣ୍ଣ ପଢନ୍ତୁ

ପାକିସ୍ତାନ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର କରିପାରେ: ପ୍ରଫେସର ଜିଆଙ୍ଗଙ୍କ ଯୁକ୍ତି

ନୂଆଦିଲ୍ଲୀ : ଚାଇନାରେ ଜନ୍ମିତ କାନାଡାର ଶିକ୍ଷାବିତ୍ ପ୍ରଫେସର ଜିଆଙ୍ଗ ଜୁଏକିନ୍ ତାଙ୍କ ପୂର୍ବାନୁମାନ ପାଇଁ ଜଣାଶୁଣା, ଯାହାକୁ ସେ ସିଦ୍ଧାନ୍ତ ଦ୍ୱାରା ସମର୍ଥନ କରନ୍ତି । ପ୍ରଫେସର ଜିଆଙ୍ଗ କହିଛନ୍ତି ଯେ ଯଦି ଯୁଦ୍ଧରେ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଏ, ତେବେ ପାକିସ୍ତାନ ଏପରି କରିବାରେ ପ୍ରଥମ ଦେଶ ହୋଇପାରେ । ଭୂରାଜନୈତିକ ଘଟଣାକୁ ‘ଗେମ୍‌ ଥିଓରି’ ଆଧାରରେ ବିଶ୍ଳେଷଣ କରୁଥିବା ଜିଆଙ୍ଗଙ୍କ ମତରେ, ପାକିସ୍ତାନର ପରମାଣୁ ନୀତି ତାକୁ ସଙ୍କଟ ସମୟରେ ପ୍ରଥମେ ପରମାଣୁ […]

ସଂପୂର୍ଣ୍ଣ ପଢନ୍ତୁ

ହର୍ ଘର୍ ତିରଙ୍ଗା ୨୦୨୬: ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ପ୍ରସ୍ତୁତ କଲେ ୬୦ ଲକ୍ଷ ଜାତୀୟ ପତାକା

ଭୁବନେଶ୍ୱର: ସମଗ୍ର ଦେଶରେ ‘ହର୍ ଘର୍ ତିରଙ୍ଗା ୨୦୨୬’ ଅଭିଯାନକୁ ବେସ୍‌ ଉତ୍ସାହ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍.ଏଚ୍.ଜି.)ର ମହିଳାମାନେ ଏକ ବିଶାଳ ସଫଳତା ହାସଲ କରିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାରୁ ମିସନ୍ ଶକ୍ତିର ମହିଳାମାନେ ମିଳିମିଶି ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ସମ୍ପୂର୍ଣ୍ଣ ୬୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରିବାର ଲକ୍ଷ୍ୟ ପୂରଣ କରିଛନ୍ତି। ଏହି ବୃହତ୍ ଜାତୀୟ କାର୍ଯ୍ୟକ୍ରମରେ ୧,୨୩୫ଟି ଏସ୍.ଏଚ୍.ଜି., ୨୦୧ଟି ଉତ୍ପାଦକ ଗୋଷ୍ଠୀ […]

ସଂପୂର୍ଣ୍ଣ ପଢନ୍ତୁ
Supremecourtwikimediacommons 1068x665

ଡିଜିପି ଚୟନରେ ରୋକ୍‌ ଲଗାଇଲେ ସୁପ୍ରିମ୍ କୋର୍ଟ, ୧୮ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ବର: ଓଡ଼ିଶାର ନୂଆ ପୁଲିସ ଡିଜି ଚୟନ ପ୍ରକ୍ରିୟାର ଚୂଡ଼ାନ୍ତ ବୈଠକ ପୂର୍ବରୁ ସାମୟିକ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ଗୁରୁବାର ସନ୍ଧ୍ୟା ୫ଟାରେ ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିସନ(ୟୁପିଏସ୍‌ସି) ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକର କେଇଘଣ୍ଟା ପୂର୍ବରୁ ସୁପ୍ରିମ୍‌ ‌‌କୋର୍ଟଙ୍କ ରୋକ୍‌ ପରେ ବିଭିନ୍ନ ମହଲରେ ହଟଚମଟ ସୃଷ୍ଟି ହୋଇଛି। ସୁପ୍ରିମ କୋର୍ଟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ତିନିଜଣିଆ ଖଣ୍ଡପୀଠ ୟୁପିଏସ୍‌ସିଙ୍କୁ ଡିଜିପି ଚୟନ […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳାପୀଠରେ ଶ୍ରୀମଦ ଭାଗବତ ମହୋତ୍ସବ ଉଦଯାପିତ

ଝଙ୍କଡ଼  :  ଗତ ଅଗଷ୍ଟ ଛଅତାରିଖ ଗୁରୁବାର ଠାରୁ ଶୁଭାରମ୍ଭ ହୋଇଥିବା, ତ୍ରୟୋଦଶବାର୍ଷିକ ଶ୍ରୀମଦ ଭାଗବତ ପାରାୟଣ – ପ୍ରବଚନ ମହୋତ୍ସବ ବୁଧବାର ବିଳମ୍ବିତରାତ୍ରୀ ରେ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି l ଶ୍ରୀ ଜଗନ୍ନାଥ ଚାରିଟେବ୍ଲୁ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ର ପୂର୍ଣ୍ଣାହୁତି ଉପଲକ୍ଷେ ପ୍ରାତଃ ସମୟରେ ମାଆଙ୍କ ମାର୍ଜନା ପରେ, ମନ୍ଦିରବେଢାରେ ବିଶ୍ୱକଲ୍ୟାଣ ଯଜ୍ଞ ରେ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ର ରେ ଆହୁତି ପ୍ରଦାନ ଓ ଅପରାହ୍ନ […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତ୍ତୋଲ ସମ୍ବାଦ ସାହିତ୍ୟଘର ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଝଙ୍କଡ :  ବିଶ୍ୱ ପରିବେଶ ର ସୁରକ୍ଷା ଓ ଏକ ସବୁଜ ବିଶ୍ୱ ର ପରିକଳ୍ପନା କୁ ସାକାର କରିବାପାଇଁ ତିର୍ତ୍ତୋଲ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ତିର୍ତ୍ତୋଲ ର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ନେହେରୁପଡିଆ ସ୍ଥିତ ଇଉନୋପସ ଆଇ ଟି ଆଇ ପରିସରରେ ଆଜି ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ତିର୍ତ୍ତୋଲ ର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ତିର୍ତ୍ତୋଲ ସମ୍ବାଦ ପ୍ରତିନିଧି […]

ସଂପୂର୍ଣ୍ଣ ପଢନ୍ତୁ

୫୫ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ‘ଡିଜିପି ଡିସ୍କ୍‌’

ଭୁବନେଶ୍ବର: ଭୁବନେଶ୍ଵରସ୍ଥିତ ପୁଲିସ ଭବନଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ସମାରୋହରେ ୫୫ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସେବା, କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ପଦକ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀବିଗ୍ରହଙ୍କ ମସ୍ତକରେ ଲାଗି ହେଲା ସୁବର୍ଣ୍ଣ ଚିତା

ପୁରୀ : ଶ୍ରୀବିଗ୍ରହଙ୍କ ମଥାରେ ଲାଗିଛି ହୀରା ଖଚିତ ଚିତା। ମହାପ୍ରଭୁ ଜ୍ବରରେ ପଡ଼ିବା ବେଳେ ଚିତା ଖୋଲାଯାଇଥିବା ବେଳେ ଚିତାଲାଗି ଅମାବାସ୍ୟାରେ ପୁନଃ ସ୍ଥାପିତ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଥାରେ ହୀରା, ଶ୍ରୀବଳଭଦ୍ରଙ୍କ ମଥାରେ ନୀଳା ଓ ଦେବୀ ସୁଭଦ୍ରାଙ୍କ ମଥାରେ ମାଣିକ ତଥା ପନ୍ନା ଖଚିତ ସୁବର୍ଣ୍ଣ ଚିତା ଲାଗି ହୋଇଛି। ଏଥିସହ ମହାପ୍ରଭୁଙ୍କଠାରେ ପାରମ୍ପରିକ ଭା‌ବେ ପ୍ରସ୍ତୁତ ଚିତଉ ପିଠା ପ୍ରସାଦ ଭାବେ ଲାଗି ହୋଇଛି। ଘରେଘରେ ମଧ୍ୟ ମହାପ୍ରଭୁଙ୍କ ଏହି ପରମ୍ପରା […]

ସଂପୂର୍ଣ୍ଣ ପଢନ୍ତୁ
Pm Imran Khan1

‘ଇମ୍ରାନ ଖାନ ଜୀବିତ ଅଛନ୍ତି’ ମୃତ୍ୟୁ ଗୁଜବକୁ ଖଣ୍ଡନ

ଇସଲାମାବାଦ: ପାକିସ୍ତାନର ଜେଲ୍‌ରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନଙ୍କ ମୃତ୍ୟୁ ଘଟିଥିବା ନେଇ ବ୍ୟାପକ ଗୁଜବ ସୃଷ୍ଟି ହୋଇଛି। ଏହି ଚାଞ୍ଚଲ୍ୟକର ଦାବି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିବା ପରେ ପାକିସ୍ତାନ ସେନା ପକ୍ଷରୁ ଏକ ବିବୃତି ଜାରି କରି ଏହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସ୍ପଷ୍ଟ କରାଯାଇଛି। ସେନାର ଗଣମାଧ୍ୟମ ଶାଖା ଆଇଏସ୍‌ପିଆର୍‌ ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ଇମ୍ରାନ ଖାନ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ ସ୍ତରୀୟ ଉର୍ଦ୍ଦୁ କବି ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ୮୦ତମ ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ଠାରେ ରାଜ୍ୟ ସ୍ତରୀୟ ଉର୍ଦ୍ଦୁ କବି ସମ୍ମିଳନୀ (ମୁଶାଏରା) ଆୟୋଜିତ ହୋଇଯାଇଛି। ଆଜି ରାଜ୍ୟ ସ୍ତରୀୟ ଉର୍ଦ୍ଦୁ କବି ସମ୍ମିଳନୀରେ ପ୍ରାୟ ୪୬ ଜଣ କବି ଉର୍ଦ୍ଦୁ କବିତା ପାଠ କରିଥିଲେ। ଏଥିରେ ବିଶେଷ ଭାବରେ ଦେଶାତ୍ମବୋଧକ କବିତା ପାଠ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ […]

ସଂପୂର୍ଣ୍ଣ ପଢନ୍ତୁ