ତିର୍ତ୍ତୋଲ : ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ତଥା ଗ୍ରାମର ସମାଜସେବୀ ତଥା ଗଣମାଧ୍ୟମ ପ୍ରତିନିଧି, ତିର୍ତ୍ତୋଲ ପ୍ରେସକ୍ଲବ ର ସହସମ୍ପାଦକ ଭାଗବତ ପ୍ରସାଦ ଙ୍କ ସହଧର୍ମିଣୀ ଗୀତାଞ୍ଜଳି ସାମଲ ଙ୍କ ହୃଦଘାତ ଜନିତ ମୃତୁ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି | ସେ ଜଣେ ସୁଗୃହିଣୀ, ମିଷ୍ଠଭାଷୀ, ପରୋପକାରୀ, ଧାର୍ମିକ ଚିନ୍ତାଧାରା ର ମହିଳା ଥିଲେ | ଦୀର୍ଘ ଆଠ ମାସ ଧରି ମଧୁମେହ, ଉଚ୍ଚରକ୍ତଚାପ ଓ କିଡ଼ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ, ପ୍ରଥମେ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲ ଓ ପରେ ପରେ କଟକ ବଡମେଡିକାଲ ରେ ଚିକିତ୍ସାଧୀନ ଥିଲେ| !ଗତ ଗୁରୁବାର ରାତି ୧୦:୨୫ ମିନିଟ ସମୟରେ ଡାୟଲିସିସ ଚାଲିଥିବା ଅବସ୍ଥାରେ ମାତ୍ର ୪୭ ବର୍ଷ ବୟସରେ ଆକସ୍ମିକ ଭାବେ ହୃଦଘାତ ରେ ଦେହତ୍ୟାଗ କରିଛନ୍ତି | ମୃତ୍ୟୁ ସମୟରେ ତାଙ୍କ ପାଖରେ ସ୍ୱାମୀ ଭାଗବତ ପ୍ରସାଦ ଏବଂ ସାନ ପୁଅ ମହିମା ପ୍ରସାଦ ଉପସ୍ଥିତ ଥିଲେ ଏବଂ ଭୁବନେଶ୍ୱର ରେ ରହୁଥିବା ବଡ ପୁଅ ଭକ୍ତି ପ୍ରସାଦ ଖବର ପାଇ ତୁରନ୍ତ ପହଞ୍ଚି ମୃତ ଶରୀର କୁ ନିଜ ଗ୍ରାମ କନିମୂଳ କୁ ଆଣି ଥିଲେ |
ଶୁକ୍ରବାର ଦିନ ୮:୩୦ ମିନିଟ ସମୟରେ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ବେଦଦ୍ୟୁତି ପୃଷ୍ଟି, ସମାଜସେବୀ ମୁରଲୀଧର ସେଠୀ, ସମାଜସେବୀ ରବୀନ୍ଦ୍ର କୁମାର ମଲ୍ଲିକ, ତିର୍ତ୍ତୋଲ ଵିଏସପି ବିଧାୟକ ପ୍ରାର୍ଥୀ ଶ୍ରୀମାନ ସମୀର ସାମଲ,ଶାରଳା ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ, ଯୁବ ସମାଜସେବୀ ଦୀପରାଜ ସିଂହ, ସାମ୍ବାଦିକା କବିତା ଦାଶ, ମାଇନୋରିଟି ମମ୍ୟୁନିଟି ବାଲୁବିଶିର ସଭାପତି ତଥା ସାମ୍ବାଦିକ ସେଖ ସନାୱର ଅଲ୍ଲୀ, ତିର୍ତ୍ତୋଲ ପ୍ରେସକ୍ଳବ ର ଉପସଭାପତି ସାମ୍ବାଦିକ ରଞ୍ଜନ କୁମାର ମଲ୍ଲିକ, ଅକ୍ଷୟ କୁମାର ମଲ୍ଲିକ, ଗୌରାଙ୍ଗ ଦାସ,ସୁବାସ ସାମଲ, ପ୍ରଶାନ୍ତ ସାମଲ, ଭରତ କୁମାର ପାଇଟାଳ, ଖ୍ରୀଷ୍ଟଫର ଆନନ୍ଦ , ଗୋବିନ୍ଦ ଚନ୍ଦ୍ର ସାହୁ,ସମୀର ସାମଲ, ଗିରିଧାରୀ ସାମଲ, ରମେଶ ସିଂହ,,ଦିଲ୍ଲୀପ କୁମାର ସାମଲ, ଅଶୋକ ସାମଲ, ଦେବେନ୍ଦ୍ର ସାମଲ, ଅଜୟ କୁମାର ସାହୁ,ପବିତ୍ର କୁମାର ସ୍ୱାଇଁ, ଆଶାକର୍ମୀ ଅଞ୍ଜଳି ବେହେରା, ଅଙ୍ଗନୱାଡି କର୍ମୀ ଦେବସ୍ମିତା ସାହୁ ଓ ଟୁକୁନି ଦେଈ ପ୍ରମୁଖ ଗ୍ରାମର ଶତାଧିକ ବ୍ୟକ୍ତିଙ୍କ ଉପସ୍ଥିତିରେ ଗୀତାଞ୍ଜଳି ର ମରଶରୀର କୁ ଶୋଭାଯାତ୍ରାରେ ନିଆଯାଇ ଯଥାବିଧି ଅନୁଯାୟୀ ସଂସ୍କାର କରାଯାଇ ଥିଲା !ଗୀତାଞ୍ଜଳୀର ମୃତ୍ୟୁରେ ଆଖପାଖ ଅଞ୍ଚଳରେ ଗଭୀର ଶୋକର ପରିବେଶ ଦେଖିବାକୁ ମିଳିଥିଲା !!