Download

ଉତ୍ତରାଖଣ୍ଡ ସରକାରଙ୍କ ବଡ଼ ନିଷ୍ପତ୍ତି; ମଦ୍ରାସା ପାଠ୍ୟକ୍ରମରେ ସାମିଲ ହେବ ଅପରେସନ ‘ସିନ୍ଦୂର’

ଦେଶବିଦେଶ
Spread the love

ନୂଆଦିଲ୍ଲୀ: ଅପରେସନ ‘ସିନ୍ଦୂର’କୁ ନେଇ ଉତ୍ତରାଖଣ୍ଡ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟର ମଦ୍ରାସାଗୁଡ଼ିକର ପାଠ୍ୟକ୍ରମରେ ଅପରେସନ ‘ସିନ୍ଦୂର’କୁ ସାମିଲ କରାଯିବ। ଯେଉଁଥିରେ ଭାରତୀୟ ସେନାର ବୀରତା ଏବଂ ଦେଶ ପ୍ରତି ସମର୍ପଣର ପ୍ରେରଣାଦାୟକ କାହାଣୀ ସାମିଲ ରହିବ। ରାଜ୍ୟର ୪୫୧ ପଞ୍ଜୀକୃତ ମଦ୍ରାସାରେ ବର୍ତ୍ତମାନ ୫୦ ହଜାରରୁ ଅଧିକ ଛାତ୍ର ଅଧ୍ୟୟନ କରୁଛନ୍ତି। ଜାତୀୟତାବାଦ ଏବଂ ସେନାର ଗୌରବକୁ ଶିକ୍ଷା ସହିତ ଯୋଡ଼ିବା ଦିଗରେ ସରକାରଙ୍କର ଏହା ଏକ ମହତ୍ଵପୂର୍ଣ୍ଣ ପ୍ରୟାସ ବୋଲି କୁହାଯାଉଛି।
ଉଲ୍ଲେଖ ଯେ, ପହଲଗାଓଁ ଆକ୍ରମଣ ପରେ ଭାରତ ସରକାର ଆତଙ୍କବାଦ ବିରୋଧରେ ଅପରେସନ ‘ସିନ୍ଦୂର’ ଆରମ୍ଭ କରିଥିଲେ। ଏହି ଅପରେସନ ସମୟରେ ଭାରତୀୟ ସେନା ପାକିସ୍ତାନର ଏକାଧିକ ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସ କରିଥିଲା। ଯାହାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *