4f605485 2b4f 4271 B52d Ed7237cb7c66

ମାଟ୍ରିକ ପରୀକ୍ଷାରେ ଶୀର୍ଷସ୍ଥାନ ଅଧିକାର କରିଥିବା ଆଦର୍ଶ ଛାତ୍ରୀ ସୁଶ୍ରୀ ଶୁଭଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧନା

ରାଜ୍ୟ
Spread the love

ଦେଉଳି :  ଗତ  ସୋମବାର ଦିବା ୫ ଘଟିକା ସମୟ ରେ କଟକ ସଦର ର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପାଟଣା ତରଫ ରୁ ୨୦୨୫ ମାଟ୍ରିକ ପରୀକ୍ଷା ରେ ଶୀର୍ଷସ୍ଥାନ ଅଧିକାର କରିଥିବା ଆଦର୍ଶ ଛାତ୍ରୀ ସୁଶ୍ରୀ ଶୁଭଶ୍ରୀ ଦାସଙ୍କୁ  ଉତ୍ତରୀୟ ପୁଷ୍ପ ଗୁଚ୍ଛ , ମାନପତ୍ର, ପୁସ୍ତକ ପ୍ରଭୃତି  ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏଥିରେ ସଭାପତି ସରୋଜ ନଳିନୀ ପରିଜା , କାର୍ଯ୍ୟକରି ସଭାପତି ଅଭୟ କୁମାର ଦାସ , ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ମହାସଚିବ ରୁଦ୍ର ନାରାୟଣ ଦାସ, ଗୁରୁଜୀ ସନ୍ଥୋଷ କୁମାର ଭୋଇ , ବରିଷ୍ଟ ସଭ୍ୟ ପ୍ରଦୀପ୍ତ ମହାପାତ୍ର ଏବଂ ମୁଖ୍ୟ ଅତିଥି ଭାବେ ବସନ୍ତ କୁମାର ରଥ ମହୋଦୟ ଉପସ୍ଥିତ ରହି ତାଙ୍କର ପିତା ବିନୋଦ ଦାସ , ବଡ଼ ବାପା ପୀତବାସ ଦାସ ମାତା ବିନି ଦାସ ଙ୍କୁ ଆନ୍ତରିକ ବଧେଇ ଜଣାଇବା ସହିତ ଛାତ୍ରୀ ଶୁଭଶ୍ରୀ ଦାସ କିପରି ଭବିଷ୍ୟତ ରେ ଉଜ୍ଜ୍ୱଳ ମୟ ଶିକ୍ଷା ତାରକା ହୋଇ ଦେଶ ର ନାମ କୁ ଉଚ୍ଚ କରିପାରିବେ ସେଥି ପାଇଁ ସଦା ସର୍ବଦା ଚେଷ୍ଟିତ ହେବେ ପରାମର୍ଶ ପ୍ରଦାନ କରିଥିଲେ । ଶେଷ ରେ କାର୍ଯ୍ୟକରି ସଭାପତି ଅଭୟ କୁମାର ଦାସ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କଲେ |

Leave a Reply

Your email address will not be published. Required fields are marked *