Puri Temple 750x430

ଶ୍ରୀମନ୍ଦିରରେ ବାନ୍ତି କଲେ ଭକ୍ତ: ସାଧାରଣ ଦର୍ଶନ ୧ଘଣ୍ଟା ଯାଏଁ ବନ୍ଦ

ରାଜ୍ୟ
Spread the love

ପୁରୀ: ଶ୍ରୀମନ୍ଦିରରେ ଆଜି ପୁଣି ଅଘଟଣ ଘଟିଛି। ମଧ୍ୟାହ୍ନ ଧୂପ ଶେଷ ପରେ ଭିତର କାଠ ନିକଟରୁ ଦର୍ଶନ ଜାରି ଥିବା ବେଳେ ଭଣ୍ଡାର ଘର ନିକଟରେ ଜନୈକ ଭକ୍ତ ବାନ୍ତି କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଉଛି। ଏହି କାର୍ଯ୍ୟ ପାଇଁ ସାଧାରଣ ଦର୍ଶନ ପ୍ରଭାବିତ ହୋଇଛି। ସାଧାରଣ ଦର୍ଶନକୁ ଏକ ଘଣ୍ଟା ଯାଏଁ ସ୍ଥଗିତ ରଖାଯାଇଛି।
ସୂଚନା ଅନୁସାରେ ଆଜି ମହାପ୍ରଭୁଙ୍କ ଦର୍ଶନ ଜାରି ଥିବା ବେଳେ ସନ୍ଧ୍ୟାରେ ଭକ୍ତମାନେ ଭିତର କାଠ ନିକଟରୁ ଦର୍ଶନ କରୁଥିଲେ। କିନ୍ତୁ ଏହି ସମୟରେ କୌଣସି ଭକ୍ତ ବାନ୍ତି କରିଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ୧ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖାଯାଇଛି। ମହାପ୍ରଭୁଙ୍କ ମହାସ୍ନାନ ନୀତି ଶେଷ ହେଲା‌ ପରେ ପୁଣି ଥରେ ସାଧାରଣ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ ହେବ।
ସୂଚନାଯୋଗ୍ୟ, ଗତ ୨୬ ତାରିଖ ଦିନ ଶ୍ରୀମନ୍ଦିରରେ ରକ୍ତ ଛିଟା ପଡ଼ିଥିଲା। ସେଦିନ ସନ୍ଧ୍ୟାରେ ଶ୍ରୀମନ୍ଦିରର ଧୁକୁଡ଼ି ଦ୍ୱାରଠାରେ ରକ୍ତ ଛିଟା ପଡ଼ିଥିଲା। ଫଳରେ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଏଥି ପାଇଁ ୧ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖାଯାଇଥିଲା। କୌଣସି କାରଣରୁ ଧୁକୁଡ଼ି ଦ୍ୱାରରେ ରକ୍ତ ପଡ଼ିଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *