387d15ea 4640 4f44 83df 4b4b949fe570

ଜନକଲ୍ୟାଣ ସେବା ସମବାୟ ସମିତିରେ ମୁଗମଣ୍ଡି ଉଦଘାଟନ

ରାଜ୍ୟ
Spread the love

ଝଙ୍କଡ଼ : ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ର ସରକାର ମେ ମାସ ୨୪ ତାରିଖରେ ନିର୍ଦ୍ଦେଶ ଦେଲାପରେ ଜୁନ ମାସ ପ୍ରଥମ ସପ୍ତାହରୁ ଆମ ରାଜ୍ୟ ରେ ମୁଗମଣ୍ଡି ଖୋଲାଯିବାର ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ଉପଲକ୍ଷେ ତିର୍ତ୍ତୋଲ ବ୍ଲକ, ଝଙ୍କଡ଼ ସାରଳା ପୀଠ କନକପୁର ସ୍ଥିତ ଜନକଲ୍ୟାଣ ସେବା ସମବାୟ ସମିତି ପରିସରରେ ମୁଗମଣ୍ଡି ଉଦଘାଟନ ଉତ୍ସବ ସମିତିର ସଭାପତି ଅଜୟ କୁମାର ରାଉଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ଗତ ଶୁକ୍ରବାର ମଧ୍ୟାହ୍ନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବିଭାଗୀୟ ଅଧିକାରୀ ଧୀରେନ୍ଦ୍ର କୁମାର ବାରିକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ , ତିର୍ତ୍ତୋଲ ସମବାୟ ବ୍ୟାଙ୍କର ପ୍ରାକ୍ତନ ମ୍ୟାନେଜର ଫକୀର ଚରଣ ସ୍ୱାଇଁ, ମୁଳିସିଂହ ସରପଞ୍ଚ ସାଫି ଆଜାମ , ଭି ଏଲ୍ ଡବ୍ଲୁ କାଳୀପ୍ରସନ୍ନ ସେଠୀ, ପୁର୍ବତନ ପ୍ରସାଶନିକ ଅଧିକାରୀ ରଣଜିତ୍ କୁମାର ସାହୁ, ପର୍ଚେଜିଂ କମିଟି ର ସଦସ୍ୟ ବରଦା ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇ ୮ ହଜାର ୬୮୨ ଟଙ୍କା ରେ ଉନ୍ନତ ମାନର ଧାନ ଚାଷୀ ମାନଙ୍କ ଠାରୁ କ୍ରୟ କରାଯିବ । ମୁଗର ମାନ ପରୀକ୍ଷା ନିମନ୍ତେ ମଧ୍ୟ ମେସିନ୍ ବ୍ୟବହାର କରାଯାଉଥିବାର ସୂଚନା ପ୍ରଦାନ କରିଥିଲେ।

ପ୍ରାରମ୍ଭରେ ପଣ୍ତିତ ଚିନ୍ତାମଣି ଦାଶ, ମାପଯନ୍ତ୍ର ପୂଜାର୍ଚ୍ଚନା କରିବା ପାଇଁ ନିମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି, ଫିତା କାଟି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ସମିତି ର ସମ୍ପାଦକ ପରମାନନ୍ଦ ଦାସ ସମସ୍ତଙ୍କୁ ସ୍ଵାଗତ କରିଥିବା ବେଳେ , ବି ଓ ଚିରଞ୍ଜିବୀ ରାଉଳ ଲେଜର୍ କ୍ଳର୍କ ଶୁଭକାନ୍ତ ବେହେରା ଓ ରଞ୍ଜନ କୁମାର ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ। ନିର୍ଦ୍ଦେଶକବୋର୍ଡ ସଦସ୍ୟ ବିଭୁଦତ୍ତ୍ ମହାନ୍ତି, ମନୋଜ କୁମାର ଦାସ, ଦୁର୍ଗାଦାତ୍ତ ମହାନ୍ତି, ଲକ୍ଷ୍ମୀପ୍ରିୟା ସାହୁ, ଧୀରେନ୍ଦ୍ର କୁମାର ସାହୁ , ରଜନୀକାନ୍ତ ରାଉଳ, ସର୍ବେଶ୍ଵର ଭଟ୍ଟ , କ୍ଷୀରୋଦ ପାଢ଼ୀ ଓ ପର୍ଶୁରାମ ଭଟ୍ଟ ପ୍ରମୁଖ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ବେଳେ, ପରିଶେଷରେ ସହସମ୍ପାଦକ ପ୍ରକାଶ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବାର ଜଣାଯାଇଛି।

Leave a Reply

Your email address will not be published. Required fields are marked *