Whatsapp Image 2025 06 14 At 10.32.27 1 750x430

ସିଏସଆଇଆର-ଚତୁର୍ଥ ପାରାଡାଇମ୍ ପ୍ରତିଷ୍ଠାନର ନିର୍ଦ୍ଦେଶକ ହେଲେ ଓଡିଆ ବୈଜ୍ଞାନିକ ଗୋପାଳକୃଷ୍ଣ ପାତ୍ର

ରାଜ୍ୟ
Spread the love

ଭୁବନେଶ୍ବର : ଡକ୍ଟର ଗୋପାଳ କୃଷ୍ଣ ପାତ୍ର ବାଙ୍ଗାଲୋର ସ୍ଥିତ ସିଏସଆଇଆର-ଚତୁର୍ଥ ପାରାଡାଇମ୍ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦେଶର ଅଗ୍ରଣୀ ବିଜ୍ଞାନ ଓ କାରିଗରୀ ବିଦ୍ୟାର ସଂସ୍ଥାନ ବୈଜ୍ଞାନିକ ତଥା ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର)ର ୩୭ଟି ସଂସ୍ଥାନ ମଧରୁ ସିଏସଆଇଆର୍ ୪ ପିଆଇ ସଂସ୍ଥାନରେ ଡକ୍ଟର ପାତ୍ର ୧୯୯୭ରୁ ଜଣେ ବୈଜ୍ଞାନିକ ଭାବରେ କାର୍ଯ୍ୟ କରୁଛନ୍ତି। ଓଡିଶାର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ସ୍ନାତ୍ତକୋତ୍ତର ଓ ପିଏଚଡି ଡିଗ୍ରୀ ହାସଲ ପରେ ସେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ। ଡକ୍ଟର ପାତ୍ର ବିଭିନ୍ନ ପଦବୀରେ ୨୦୧୮-୨୦୨୧ ପର୍ଯ୍ୟନ୍ତ ସଫଳ ଭାବେ ଦାୟିତ୍ଵ ନିର୍ବାହ କରିଛନ୍ତି।
ତାଙ୍କ ଅଧୀନରେ ୫ ଜଣ ପିଏଚଡ଼ି ଗବେଷକ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଫେସର ପାତ୍ର ବର୍ତ୍ତମାନ ପିଢ଼ିର ସାଇବର୍ ଭୌତିକ ସିଷ୍ଟମ୍ ଏବଂ ଉଚ୍ଚ ପ୍ରଦର୍ଶନ କମ୍ପ୍ୟୁଟିଂର ବିଭିନ୍ନ ସୁରକ୍ଷା ଦିଗ ଉପରେ ଅଧିକ ଗବେଷଣା କରୁଛନ୍ତି। ସେ ମଧ୍ୟ କୃତ୍ରିମ ବୁଦ୍ଧିମତ୍ତା, ବ୍ଳକଚେନ୍ ଏବଂ କ୍ରିପ୍ଟୋଗ୍ରାଫିର ବ୍ୟବହାର କରି ସଂଯୁକ୍ତ ଯାନବାହାନ ଏବଂ ନାଗରିକ ସେବାର ଗୋପନୀୟତା ଏବଂ ସୁରକ୍ଷା ଉପରେ ଗବେଷଣାରେ ନିୟୋଜିତ ଅଛନ୍ତି। ଡକ୍ଟର ପାତ୍ର ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଅନେକ ଶିଳ୍ପ ପରାମର୍ଶଦାତା ବୋର୍ଡ ଏବଂ ଅଧ୍ୟୟନ ବୋର୍ଡର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ସେ ପ୍ରସିଦ୍ଧ ପତ୍ରିକା ଏବଂ ରେଫରୀ ସମ୍ମିଳନୀ କାର୍ଯ୍ୟରେ ପ୍ରାୟ ୬୦ଟି ଗବେଷଣା ପତ୍ର ପ୍ରକାଶ କରିଛନ୍ତି। ଡକ୍ଟର ପାତ୍ରଙ୍କ ଏହି ସଫଳତା ପାଇଁ ଓଡ଼ିଶା ଓ ଦେଶର ବିଭିନ୍ନ ଭାଗରୁ ଅଭିନନ୍ଦନର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *