ଝଙ୍କଡ଼ : କେନ୍ଦ୍ର ସରକାର ଙ୍କ ଏକାଦଶଟମ୍ ଓ ରାଜ୍ୟ ସରକାରଙ୍କ ପ୍ରଥମ ବାର୍ଷିକ ପୂର୍ତ୍ତି ଉପଲକ୍ଷେ ଗତ ସୋମବାର ଦିନ ପୂର୍ବାହ୍ନ ରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶ ବାହନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ସରପଞ୍ଚ ରେବତୀ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଓ ସମାଜସେବୀ ତଥା ପରିବେଶବିତ୍ ଅଶୋକ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବ୍ଲକର ଜିପିଓ ବିଶ୍ୱଜିତ୍ ମହାପାତ୍ର , ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏହି ଯୋଜନା ମାଧ୍ୟମ ରେ ସମାଜର ସବୁ ବର୍ଗର ଲୋକମାନେ କିପରି ଭାବେ ଉପକୃତ ହୋଇପାରିବେ ସେ ବିଷୟରେ ତଥ୍ଯ ଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ।

ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା, ଆୟୁଷ୍ମାନ ଭାରତ ଯୋଜନା, ମନରେଗା ଯୋଜନାରେ ଜବକାର୍ଡ ର ଉପାଦେୟତା, ବାର୍ଦ୍ଧକ୍ୟଭତ୍ତା, ଅନ୍ତୋଦୟ ଗୃହ ଯୋଜନା ଚାଷୀ ମାନଙ୍କୁ ସଏଲ୍ ହେଲ୍ପକାର୍ଡ ପ୍ରଦାନ ଆଦି ବିଭିନ୍ନ ଜନକଲ୍ୟାଣ ଯୋଜନାର ପ୍ରଚାର ପ୍ରସାର ଓ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଏ ବିଷୟରେ ଅବଗତ କରାଇବା ପାଇଁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସି ଏସ ଓ ସୌମ୍ୟା ଶେଫାଳୀକା, କୃଷି ଅଧିକରଣ ଅନୁସୂୟା ପାତ୍ର, କୃଷକ ସାଥୀ ଚିତ୍ତରଞ୍ଜନ ମଲ୍ଲିକ, ସ୍ବାସ୍ଥ୍ୟ ପରିଦର୍ଶକ ଦୀପକ କୁମାର ବେହେରା, ଏ ଡି ଓ ରାଧାକାନ୍ତ ନାୟକ ଓ ମହିଳା ସ୍ବାସ୍ଥ୍ୟ କର୍ମୀ ସିଗ୍ନଧା ମୟୀ ସ୍ୱାଇଁ ପ୍ରମୁଖ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏଥିରେ ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା, ସ୍ଵୟଂ ସହାୟିକା ଗୋଷ୍ଠୀ, ଆଶାକର୍ମୀ ଙ୍କ ସ୍ଥାନୀୟ ଅଞ୍ଚଳର ଶତାଧିକ ହିତାଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଚାଷୀ ମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା। ଏହି ଅବସରରେ କେତେକ ହିତାଧିକାରୀ ମାନଙ୍କୁ ମଧ୍ୟ ସରପଞ୍ଚ ଶ୍ରୀମତୀ ମହାନ୍ତି ଙ୍କ ଦ୍ଵାରା ନୂତନ କାର୍ଡ ପ୍ରଦାନ କରାଯାଇ ଥିଲା।
