ଜଗତସିଂହପୁର/ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିରିତୋଳ ପଞ୍ଚାୟତ ଅଫିସ୍ ସମ୍ମୁଖରେ ରାଜ୍ୟ ସରକାରଙ୍କ ପ୍ରଥମ୍ବାର୍ଷିକ ପୂର୍ତ୍ତି ସରପଞ୍ଚ ରମାମଣି ଦାସ ଙ୍କ ଅଧ୍ୟକ୍ଷତା ରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଗତ ଗୁରୁବାର ଦିନ ପୂର୍ବାହ୍ନରେ ଆୟାଜିଟ ଏହି କାର୍ଯ୍ୟକ୍ରମରେ ଜିପିଓ ବିଶ୍ୱଜିତ୍ ମହାପାତ୍ର, ପି ଓ ତୋଫାନ ଦାସ, ଏ ଡି ଇ ଓ ସୁରେଶ ଚନ୍ଦ୍ର ମହାପାତ୍ର, ନାୟବ ସରପଞ୍ଚ ରାମ ରତନ ନାୟକ, ବିରିତୋଳ ପ୍ରାଥମିକ କୃଷି ସମବାୟ ସମିତି ର ସମ୍ପାଦକ ଅସିତ୍ କୁମାର ସ୍ବାଇଁ ଙ୍କ ସମେତ ସରସ୍ଵତୀ ଦାସ, ସୁରେଶ ଦାସ , ମାନସୀ ବେହେରା , ଶେଖ୍ ଶ୍ୟାମସୁଦ୍ଦିନ ପ୍ରମୁଖ ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ ସହିତ, ବିଶିଷ୍ଟ୍ ସମାଜସେବୀ ଅକ୍ଷୟ କୁମାର ମହାନ୍ତି , ପ୍ରେମାନନ୍ଦ ମହାରଣା, ମୋ ସେବା କେନ୍ଦ୍ର ର ଆଶିଷ କୁମାର ଦାସ ଓ ଯୁବସମାଜସେବୀ ସ୍ବପ୍ନ ସରିତ୍ ପରିଡ଼ା ପ୍ରମୁଖ ଯୋଗଦେଇ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
ଏହି ଅବସରରେ ବିଭିନ୍ନ ପ୍ରକାରର ହିତାଧିକାରୀ ମାନଙ୍କୁ ସରପଞ୍ଚ ଓ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ବାରା କାର୍ଡ ପ୍ରଦାନ କରାଯାଇଥିଲା।
