D9847a36 0610 457f A094 5b8a0ff80f77

ମୁଳିସିଂହ ପଞ୍ଚାୟତରେ ବିକାଶ ବାହନ ଯାତ୍ରାକୁ ବିପୁଳ ସ୍ୱାଗତ।

ରାଜ୍ୟ
Spread the love

ଜଗତସିଂହପୁର/ ଝଙ୍କଡ଼ :  ରାଜ୍ୟ ସରକାରଙ୍କ ପ୍ରଥମ ବାର୍ଷିକ ପୂର୍ତ୍ତି ଉପଲକ୍ଷେ ଗତ ଗୁରୁବାର ଦିନ ପୂର୍ବାହ୍ନରେ ତିର୍ତ୍ତୋଲ ବ୍ଲକ ମୁଳିସିଂହ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ବିକାଶ ବାହନ ରଥ ପହଞ୍ଚିବା ପରେ ବହୁସଂଖ୍ୟକ ମହିଳା ମାନେ ମୁରୁଜ ପକାଇ, ଧୂପ ଦୀପ ଅକ୍ଷତ ଓ ଫୁଲ ପକାଇ ରଥକୁ ସ୍ବାଗତ କରିଥିଲେ।

Df7f2c50 8b92 437c 922d 35aafac5d8ad

ପଞ୍ଚାୟତର ସରପଞ୍ଚ ସଫି ଆ ଜାମ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ,ସମିତିସଭ୍ୟ ରଞ୍ଜନ କୁମାର ସାହୁ ଜିପିଓ ବିଶ୍ୱଜିତ୍ ମହାପାତ୍ର, ରାଜସ୍ବ ନିରୀକ୍ଷକ ନୃସିଂହ ଚରଣ ରାଉତ , ପିଓ ଭୀମସେନ ମୁର୍ମୁ , ଏ ଡି ଓ ସୁରେଶ ମହାପାତ୍ର, ନାୟବ ସରପଞ୍ଚ ମାନସୀ ନନ୍ଦ, ଏ ଏନ ଏମ ଆଶିଷ ସାହୁ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ସି ଏଚ୍ ଓ ସିଂଗ୍ଧା ରାଣୀ ସିଂହ ଙ୍କ ସମେତ ଲିଲି ସେଠୀ, ବିଭାସିନି ବ୍ରହ୍ମ, ଅଶୋକ କୁମାର ସିଂହ , ନିରଞ୍ଜନ ସାହୁ ଓ ମେନକା ଦାସ ପ୍ରମୁଖ ୱାର୍ଡ ସଭ୍ୟ ସଭ୍ୟା ଙ୍କ ସହିତ ସମସ୍ତ ବିଭାଗୀୟ ପଦାଧିକାରୀ, ଆଶାକର୍ମୀ, ଅଙ୍ଗନବାଡ଼ି, ସି ଆର ପି ଓ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ହିତାଧିକାରୀ ମାନେ ଯୋଗଡେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଯୋଗ୍ୟ ବିବେଚିତ ହିତାଧିକାରୀ ମାନଙ୍କୁ ନୂତନ ଭତ୍ତା, ଅନ୍ତୋ ଦୟ ବାସଗୃହ ଓ ଆୟୁଷ୍ମାନ କାର୍ଡ ଆଦି ପ୍ରଦାନ କରାଯାଇଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *