2 180 1751094941152

କୋଲକାତା ‘ଲ’ କଲେଜ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ୪ ଗିରଫ: ଶନିବାର ସିକ୍ୟୁରିଟି ଗାର୍ଡକୁ ଧରିଲା ପୁଲିସ

ଦେଶବିଦେଶ
Spread the love

କୋଲକାତା: ପଶ୍ଚିମବଙ୍ଗ ଦକ୍ଷିଣ କୋଲକାତା ‘ଲ’ କଲେଜ ପରିସରରେ ଜଣେ ପ୍ରଥମ ବର୍ଷର ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଶନିବାର କୋଲକାତା ପୋଲିସ କଲେଜର ଜଣେ ସୁରକ୍ଷା କର୍ମୀଙ୍କୁ ଗିରଫ କରିଛି। ଏହି ମାମଲାରେ ଏହା ଚତୁର୍ଥ ଗିରଫ। ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ପୁଲିସ ତିନି ଜଣଙ୍କୁ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତ ହେଉଛି ଶାସକ ଦଳ ଟିଏମ୍‌ସିର ନେତା।

ରିପୋର୍ଟ ଅନୁସାରେ ଘଟଣା ଜୁନ୍ ୨୫ ତାରିଖରେ ଘଟିଥିଲ। ପୀଡ଼ିତା ୨୪ ବର୍ଷିୟା ଆଇନ ଛାତ୍ରୀଙ୍କୁ ସୁରକ୍ଷା କର୍ମୀଙ୍କ କୋଠରୀ ଭିତରେ କିଛି ଘଣ୍ଟା ପର୍ଯ୍ୟନ୍ତ ଦୁଷ୍କର୍ମ ସହ ମାର୍‌ପିଟ୍ ବି କରାଯାଇଥିଲା। ଶୁକ୍ରବାର ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି।

ପୀଡିତାଙ୍କ ଅଭିଯୋଗ ଅନୁସାରେ, କଲେଜର ମୁଖ୍ୟ ଫାଟକ ବନ୍ଦ ହେବା ପରେ ସୁରକ୍ଷା କର୍ମୀଙ୍କୁ କୋଠରୀ ବାହାରେ ବସାଇ ଦିଆଯାଇଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ଘଟଣା ସମୟରେ କଲେଜର ମୁଖ୍ୟ ଫାଟକ ବନ୍ଦ ଥିଲା। ଯଦିଓ ସୁରକ୍ଷା କର୍ମୀ ସେଠାରେ ଥିଲେ, ହେଲେ ସେ ହସ୍ତକ୍ଷେପ କରି ନଥିଲେ।

ପୋଲିସ ସୂତ୍ର ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଗଣବଳାତ୍କାର ସମୟରେ ଗିରଫ ସୁରକ୍ଷା କର୍ମୀ ପିନାକୀ ବାନାର୍ଜୀ ସେଠାରେ ଉପସ୍ଥିତ ଥିଲେ। ହେଲେ ଅଭିଯୁକ୍ତଙ୍କ ନିର୍ଦ୍ଦେଶ ଅନୁଯାୟୀ, ସେ ପୀଡିତାଙ୍କୁ ତାଙ୍କ ଗାର୍ଡରେ ରୁମ୍‌ରେ ଏକା ଛାଡି ଚାଲିଯାଇଥିଲେ। ସାହାଯ୍ୟ ପାଇଁ ପୀଡିତା ବାରମ୍ବାର ନିବେଦନ କରିବା ସତ୍ତ୍ୱେ, ଗାର୍ଡ ତାଙ୍କୁ ସାହାଯ୍ୟ କରି ନଥିବା ପୋଲିସ କହିଛି।

କେବଳ ସେତିକି ନୁହେଁ, ଘଟଣା ବିଷୟରେ କଲେଜ କର୍ତ୍ତୃପକ୍ଷ କିମ୍ବା ପୋଲିସକୁ ରିପୋର୍ଟ କରିବା ସିକ୍ୟୁରିଟି ଗାର୍ଡ ପିନାକୀ ବାନାର୍ଜୀର ଦାୟିତ୍ୱ ଥିଲା। କିନ୍ତୁ ସେ ଏସବୁ କିଛି କରି ନଥିଲା। ପଚରାଉଚରା ସମୟରେ ଏଥିରେ ତାଙ୍କର ଅବହେଳା ଥିବା ଜଣାପଡ଼ିବା ପରେ ତାକୁ ଗିରଫ କରାଯାଇଥିଲା।

ଅଭିଯୋଗରେ କୁହାଯାଇଛି ଯେ, ୨୪ ବର୍ଷୀୟା ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ କଲେଜର ପୂର୍ବତନ ଛାତ୍ର ଏବଂ ଜଣେ ଅପରାଧିକ ଓକିଲ ଭାବେ ପ୍ରାକ୍ଟିସ୍ କରୁଛି। ସେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ବେଳେ କଲେଜ୍‌ରେ ପଢ଼ୁଥିବା ଅନ୍ୟ ଦୁଇ ଜଣ ଛାତ୍ର ସେଠି ଠିଆ ହୋଇ ଦେଖୁଥିଲେ। ଏବଂ ଏହାର ଭିଡିଓ ତିଆରି କରୁଥିଲେ।

ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର, କଲେଜର ଟିଏମସିପିର ପୂର୍ବତନ ୟୁନିଟ୍ ସଭାପତି ଥିବା ବେଳେ ସେ ପୂର୍ବତନ ଛାତ୍ର ମଧ୍ୟ। ତା ସହିତ ସହ-ଅଭିଯୁକ୍ତମାନେ ହେଲେ କଲେଜରେ ପଢ଼ୁଥିବା ପ୍ରଥମ ବର୍ଷର ଛାତ୍ର ୧୯ ବର୍ଷୀୟ ଜାଇବ ଅହମ୍ମଦ ଏବଂ ଦ୍ୱିତୀୟ ବର୍ଷର ଛାତ୍ର ପ୍ରମିତ ମୁଖାର୍ଜୀ। ଏମାନଙ୍କୁ ଗୁରୁବାର ଗିରଫ କରାଯାଇଥିଲା।

ମୁଖ୍ୟ ଅଭିଯୁକ୍ତ ମନୋଜିତ ପୀଡ଼ିତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ସେ ମନା କରିଥିଲେ। ଏବଂ ତାଙ୍କର ଜୀବନ ସାଥି ଅଛନ୍ତି ବୋଲି କହିଥିଲେ। ଏଥିରେ ଉତ୍‌କ୍ଷୀପ୍ତ ହୋଇ ମନୋଜ ତାଙ୍କୁ ମାଡ଼ ମାରିବ ସହ ଦୁଷ୍କର୍ମ କରିଥିଲେ। ଏହାର ଭିଡିଓ ରେକର୍ଡିଂ କରି ବ୍ଲାକ୍‌ମେଲ୍ କରିଥିଲେ।

ପୋଲିସର କହିବା ଅନୁଯାୟୀ, ଏକ ଡାକ୍ତରୀ ପରୀକ୍ଷାରେ ମଧ୍ୟ ପୀଡିତାଙ୍କ ଅଭିଯୋଗ ପ୍ରମାଣିତ ହୋଇଛି। ତାଙ୍କୁ ଜବରଦସ୍ତ ଦୁଷ୍କର୍ମ କରାଯାଇଥିବା ଓ ତାଙ୍କ ଶରୀରରେ ଅନ୍ୟାନ୍ୟ କ୍ଷତ ବି ରହିଛି।

Leave a Reply

Your email address will not be published. Required fields are marked *