Jaga 750x375 1

‘ବାହୁଡ଼ା ଯାତ୍ରା ସୁପରିଚାଳନା ପାଇଁ ସମସ୍ତ ପ୍ରକାର ଦିଗକୁ ଲକ୍ଷ ରଖା ଯାଇଛି’

ରାଜ୍ୟ
Spread the love

ଭୁବନେଶ୍ବର: ମହାପ୍ରଭୁଙ୍କ ଆଶୀର୍ବାଦରୁ ବାହୁଡ଼ା ଯାତ୍ରାଠୁ ନେଇ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସଫଳତାର ସହିତ ଆୟୋଜନ ହେବ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହା କହିଛନ୍ତି। ବାହୁଡ଼ା ଯାତ୍ରା ସୁପରିଚାଳନା ପାଇଁ ସମସ୍ତ ପ୍ରକାର ଦିଗକୁ ଲକ୍ଷ ରଖା ଯାଇଛି। ସବୁ ଦିଗକୁ ତର୍ଜମା କରାଯାଇଛି। ପୁଲିସ ବ୍ୟବସ୍ଥାଠୁ ନେଇ ପ୍ରଶାସନିକ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ମୋର ପୂର୍ଣ୍ଣ ବିଶ୍ୱାସ ଅଛି। ତା ସହିତ ପ୍ରଭୁଙ୍କ ଆଶୀର୍ବାଦ ମଧ୍ୟ ଅଛି। ତେଣୁ ବାହୁଡ଼ା ଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ଆୟୋଜନ ହେବ।

ଆଇନ୍‌ ମନ୍ତ୍ରୀ ରତ୍ନଭଣ୍ଡାର ପ୍ରସଙ୍ଗରେ ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରତ୍ନଭଣ୍ଡାର ସମ୍ପୂର୍ଣ ସୁରକ୍ଷିତ। ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ରତ୍ନଭଣ୍ଡାରର କୌଣସି ପ୍ରକାର ନିର୍ମାଣ ଜନିତ ତ୍ରୁଟି ରହିବ ନାହିଁ। ସେହିପରି ରତ୍ନଭଣ୍ଡାର ନିର୍ମାଣ ସୁରକ୍ଷା ଦୃଷ୍ଟିରୁ କୌଣସି ପ୍ରକାର ଅସୁବିଧା ଶହେ ବର୍ଷ ପର୍ଯ୍ୟନ୍ତ ହେବ ନାହିଁ। ତାକୁ ନଜର ରଖି ମରାମତି କରାଯାଇଛି। ମରାମତି କାମ ଶେଷ ପର୍ଯ୍ୟାୟରେ ଅଛି। ଟାର୍ଗେଟ ରଖାଯାଇଥିଲା ବାହୁଡ଼ା ଯାତ୍ରା ସୁଦ୍ଧା ରତ୍ନଭଣ୍ଡାର କାମ ସାରିବୁ। ଶେଷ ସ୍ଥିତିରେ ପହଞ୍ଚି ସାରିଛୁ। ରତ୍ନଭଣ୍ଡାରର ମରାମତି ସରିବା ପରେ ବାକି କାମ ଯାହା ରହିଲା ମହାପ୍ରଭୁଙ୍କ ଅଳଙ୍କାର ସିନ୍ଧୁକ ଭିତରକୁ ଯିବା। ତାପରେ ଗଣତିମଣତି ଆରମ୍ଭ ହେବ। ମହାପ୍ରଭୁ ନୀଳାଦ୍ରି ବିଜେ ହେବା ପରେ ତାପରେ ସେହି ପ୍ରକ୍ରିୟା ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *