Screenshot 2025 07 04 120144 750

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀ ଗିରଫ

ରାଜ୍ୟ
Spread the love

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ ବି ଡିଭିଜନ ଅଧୀନରେ ଥିବା ଟିଟଲାଗଡ଼ ଆର୍ ଆଣ୍ଡ ବି ସବ-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଦିଲେଶ୍ୱର ମାଝୀ। ଗତକାଲି ଦିଲେଶ୍ୱରଙ୍କ ନିକଟରେ ଆୟବହିର୍ଭୁତ ସମ୍ପତି ଥିବା ନେଇ ତାଙ୍କର ସମ୍ବଲପୁର ବାସଭବନରେ ଭିଜିଲାନ୍ସ ତରଫରୁ ରେଡ୍ ହୋଇଥିଲା।

ବଲାଙ୍ଗୀରର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ଵାରା ଏହି ସର୍ଚ୍ଚ ୱାରେଣ୍ଟ ଜାରି କରାଯାଇଥିଲା। ଯାହା ଫଳରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର ଛଅଟି ସ୍ଥାନରେ ଏକକାଳୀନ ଚଢ଼ଉ ହୋଇଥିଲା।

୧. ସମ୍ବଲପୁର ସହର (ସରଲା)ରେ ୪୫୦୦ ବର୍ଗଫୁଟରୁ ଅଧିକ ଜାଗାରେ ଏକ ଦୁଇ ମହଲା କୋଠା ଥିବା ବେଳେ ତଳ ମହଲାରେ ତାଙ୍କ ପତ୍ନୀ ଏକ ବିୟୁଟି ପାର୍ଲର ଖୋଲିଛନ୍ତି।

୨. ଝାରସୁଗୁଡ଼ାର ବ୍ରଜରାଜନଗର ୟୁନିଟ୍-୨ର ଗଣ୍ଡାଘୋରା ମୌଜାରେ ୬୩୦୦ ବର୍ଗଫୁଟରୁ ଅଧିକ ଜାଗାରେ ଆଉ ଏକ ଦୁଇ ମହଲା କୋଠା ଏବଂ ଲହଣ୍ଡାପୁରରେ ଆଉ ଦୁଇଟି ବଙ୍ଗଳା ରହିଛି। କେବଳ ଏତିକି ନୁହେଁ ୟୁନିଟ୍-୨ରେ ୪ଟି ଦୋକାନ ସହିତ ୯୦୦ ବର୍ଗଫୁଟରୁ ଅଧିକ ଜାଗାରେ ଏକ ମାର୍କେଟ୍ କମ୍ପ୍ଲେକ୍ସ ମଧ୍ୟ ରହିଛି।

୩. ୯ଟି ଦାମୀ ପ୍ଲଟ ରହିଛି। ଯାହାକି ସମ୍ବଲପୁର, ଝାରସୁଗୁଡ଼ାର ବ୍ରଜରାଜନଗର ଏବଂ ବଡ଼ମାଲରେ ଗୋଟିଏ ଲେଖାଏଁ ଥିବା ବେଳେ ସମ୍ବଲପୁର ରେ ୬ଟି ପ୍ଲଟ ରହିଛି।

୪. ବେଡ଼ରେ କରିଥିବା ସିକ୍ରେଟ୍ ଚାମ୍ବରରୁ ନଗଦ ୬,୫୭,୫୦୦ ଟଙ୍କା ଜବତ ହୋଇଛି। ଏଥିସହ ୩୦୦ ଗ୍ରାମ ସୁନା ମଧ୍ୟ ଜବତ କରାଯାଇଛି।

୫. ୨୦ ଲକ୍ଷ ଟଙ୍କା ବ୍ୟାଙ୍କ୍ ରେ ଜମା ଥିବା ନେଇ ମଧ୍ୟ ସୂଚନା ମିଳିଛି। ଏଥିସହିତ ଗୋଟିଏ ଚାରି ଚକିଆ ଯାନ (ସ୍ୱିଫ୍ଟ ଡିଜାୟାର) ସହ ୨ଟି ଦୁଇ ଚକିଆ ଯାନ ମଧ୍ୟ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *