2 195 1751715343422

ଗେଟ୍‌ରେ ଅପେକ୍ଷା କରିଥିଲା ସୁଟର , ୬ ସେକେଣ୍ଡରେ ହତ୍ୟା ; ସାମ୍ନାକୁ ଆସିଲା ଗୋପାଳ ଖେମକା ମର୍ଡରର ସିସିଟିଭି ଭିଡ଼ିଓ

ଦେଶବିଦେଶ
Spread the love

ପାଟନା : ବିହାରର ବଡ଼ ବ୍ୟବସାୟୀ ତଥା ଉଦ୍ୟୋଗପତି ଗୋପାଳ ଖେମକାଙ୍କର ପାଟନାରେ (ଗାନ୍ଧୀ ମୈଦାନ ଥାନା ଠାରୁ, ପାଖାପାଖି ୫୦୦ ମିଟର ଦୂରତାରେ )ନିଜର ହିଁ ଆପାର୍ଟମେଣ୍ଟ ସାମ୍ନାରେ ହତ୍ୟା ହୋଇଥିଲା। ଏବେ ଏହାର ଏକ ସିସିଟିଭି ଭିଡ଼ିଓ ଆସିଛି ସାମ୍ନାକୁ। ଭିଡ଼ିଓରେ ଏକୁଟିଆ ସୁଟର ଆପାର୍ଟମେଣ୍ଟର ଗେଟ୍‌ ବାହାରେ ତାଙ୍କର ଆସିବାକୁ ଅପେକ୍ଷା କରୁଥିବାର ଦେଖିବାକୁ ମିଳୁଛି। ହେଲମେଟ୍‌ ପିନ୍ଧିଥିବା ହତ୍ୟାକାରୀ ରାତି ୧୧.୩୮ସମୟରେ ଖେମକାଙ୍କୁ ୬ ସେକେଣ୍ଟରେ ଗୁଳି ମାରିବା ପରେ ଏକ ସ୍କୁଟିରେ ଫେରାର ହେଉଛି। ଖେମକାଙ୍କର କାରର ପଛରେ ଆଉ ଏକ କାର୍‌ ଲାଗୁଛି , କିନ୍ତୁ ସେହି ଗାଡ଼ିରେ ବସିଥିବା ଲୋକେ ଯେତେବେଳେ ପରିସ୍ଥିତିକୁ ବୁଝି ବାହାରକୁ ଆସୁଛନ୍ତି , ତ ସେତେବେଳକୁ ହତ୍ୟାକାରୀ ଫେରାର ହୋଇ ଯାଉଛି। ଭିଡ଼ିଓରେ ଗେଟ୍‌ ଖୋଲିବାକୁ ଆସୁଥିବା ଗାର୍ଡକୁ ମଧ୍ୟ ଦେଖିବାକୁ ମିଳୁଛି। ଖେମକାଙ୍କର କାର୍‌ ରହିବାର ପାଖାପାଖି ୨୦ ସେକେଣ୍ଡ ପରେ ଗାର୍ଡ ଆସିବାର ନଜର ଆସୁଛି।

ଗୋପାଳ ଖେମକାଙ୍କର ଭାଇ ଶଙ୍କର ଖେମକା କହିଛନ୍ତି ଯେ, ଗୋପାଳ ବାଙ୍କିପୁର କ୍ଲବ୍‌ର ଡାଇରେକ୍ଟର ଥିଲେ ଏବଂ ରାତିରେ ସେଠାରୁ ଫେରୁ ଥିଲେ। ଗୋପାଳ ନିୟମିତ ଭାବେ କ୍ଲବ୍‌ ଯାଉଥିଲେ। ଝଗଡ଼ା ବା ବିବାଦକୁ ଏଡେଇ ଶଙ୍କର କହିଛନ୍ତି ଯେ, ଶତ୍ରୁତା ଭଳି କୌଣସି କଥା ହୋଇଥିଲେ , ଭାଇ ରାତିରେ ଏହିପରି ଫେରି ନଥାନ୍ତେ। ଶଙ୍କର କହିଛନ୍ତି ପୁଲିସ ଖୋଳତାଡ କରୁ ଏବଂ କହୁ ଯେ ଗୋପାଳଙ୍କୁ କିଏ ଓ କାହିଁକି ମାରିଛି। ଶଙ୍କର କହିଛନ୍ତି ଯେ , ଗୋପାଳଙ୍କୁ ଝିଅ-ବୋହୂ ହସ୍ପିଟାଲ ନେଇ ଯାଇଥିଲେ , ଯେଉଁଠି ଡାକ୍ତରମାନେ ମୃତ ଘୋଷିତ କରିଥିଲେ। ଶଙ୍କର କହିଛନ୍ତି ଯେ, ସୂଚନା ଦେବା ପରେ ଗାନ୍ଧୀ ମୈଦାନ ଥାନା ପୁଲିସ ରାତି ୧.୩୦ଟା ସମୟରେ , ଟାଉନ ଡିଏସପି ଏସପି ୨.୪୫ ରେ ଓ ସିଟି ଏସପି ୨.୩୦ ଟା ସମୟରେ ଆସିଛି।

ଗୋପାଳ ଖେମକାଙ୍କର ପୁଅ ଗୁଞ୍ଜନ ଖେମକାଙ୍କର ମଧ୍ୟ ୨୦୧୮ରେ ହାଜିପୁରରେ ତାଙ୍କର ଫ୍ୟାକ୍ଟ୍ରିର ଗେଟ୍‌ରେ ଏହିପରି ହତ୍ୟା କରାଯାଇ ଥିଲା, ସେତେବେଳେ ପୂର୍ବରୁ ଅପେକ୍ଷା କରିଥିବା ହତ୍ୟାକାରୀମାନେ ଗୁଞ୍ଜନଙ୍କୁ ଗୁଳି କରି ଥିଲେ। ଗୋପାଳ ଖେମକାଙ୍କୁ ପୁଅର ହତ୍ୟା ପରେ କିଛି ଦିନ ପାଇଁ ପୁଲିସ ସୁରକ୍ଷା ମିଳିଥିଲା ,କିନ୍ତୁ  ପରେ ହଟେଇ ନିଆଯାଇ ଥିଲା। ଗୋପାଳ ଖେମକା ବିଜେପି ସହ ସଂପୃକ୍ତ ଥିଲେ ଏବଂ ତାଙ୍କର ହତ୍ୟା ପରେ ବିରୋଧୀ ନେତାମାନେ ନିତିଶ ସରକାରର ଆଇନ ବ୍ୟବସ୍ଥାର ଦାବିରେ ହମଲା କରିଥିଲେ। ତେଜସ୍ୱୀ ଯାଦବ କହିଥିଲେ ବିହାରରେ ପ୍ରତି ମାସରେ ଶହ ଶହ ହତ୍ୟାକାଣ୍ଡ ଘଟଣା ହେଉଛି,କିନ୍ତୁ ଏହାକୁ ଜଙ୍ଗଲରାଜ୍ କୁହାଯିବ ନାହିଁ ।

Leave a Reply

Your email address will not be published. Required fields are marked *