ଜଗତସିଂହପୁର/ ଝଙ୍କଡ଼ : ଝଙ୍କଡ଼ ପ୍ରଗଣାର ସର୍ଵପୁରାତନ ଐତିହାସିକ ମସଜିଦ,ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୁଳିସିଂହ ଠାରେ ଆଉରଙ୍ଗଜେବଙ୍କ ଦ୍ଵାରା ନିର୍ମିତ ହେଇଥିଲା । ଏହି ମସଜିଦ ରେ ପର୍ବପର୍ବାଣୀ ଆଦି ପାଳନ ସମୟରେ ସମୁହ ନମାଜ ପାଠ ଓ ଇସଲାମିକ ଧର୍ମଗୁରୁ ମାନଙ୍କ ଦ୍ଵାରା ଧର୍ମସଭା କରାଯାଇଥାଏ । ମାତ୍ର ମସଜିଦର ସମ୍ମୁଖ ଭାଗ ଚଟାଣ ଉପରେ ଛାତ ପଡି ନଥିବାରୁ, ବ୍ରତଧାରୀମାନେ ଖରାରେ ସିଝି ଓ ବର୍ଷାରେ ଭିଜି ଉପାସନା କରିବା ସହିତ ସମୁହ ନମାଜ ପାଠ କରୁଥିଲେ। ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କ ସ୍ୱେଚ୍ଛାକୃତ ସହଯୋଗ ଓ ସହାୟତା ରେ ପ୍ରାୟ ୨୫ ଲକ୍ଷ ଟଙ୍କା ଆର୍ଥିକ ଅଟ୍ଟକଳ ରେ କିଛିଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ପ୍ରାର୍ଥନା ଗୃହର ଗତ ବୁଧବାର ଦିନ ଛାତ ପଡ଼ିବା ପରେ, ସମସ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ଦୀର୍ଘ ବର୍ଷ ବର୍ଷ ଧରି ଲାଗି ରହିଥିବା ଏହି ସମସ୍ୟାର ଆଶୁ ସମାଧାନ ହୋଇ ପାରିଥିବାରୁ ଏହି ମହତ୍ କାର୍ଯ୍ୟ ରେ ସହାୟତା ଓ ସହଯୋଗ କରିଥିବା ସମସ୍ତ ବଦାନ୍ୟମାନ ବ୍ୟକ୍ତି ବିଶେଷ ଓ ଅଞ୍ଚଳବସୀ ଙ୍କୁ କାଜି ଶେଖ୍ ଆସିକ ଉଦ୍ଦିନ୍ ଆନୁଷ୍ଠାନିକ ଭାବେ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ୍ ଜଣାଇଛନ୍ତି।
