Screenshot 2025 07 16 180510 750

ଆନ୍ଦୋଳନ ବେଳେ କୌଣସି ରବର ବୁଲେଟ ଫାୟାର ହୋଇନି : ପୋଲିସ କମିଶନର

ରାଜ୍ୟ
Spread the love

ଭୁବନେଶ୍ୱର: ବିଜେଡିର ବିକ୍ଷୋଭକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । ସେ କହିଛନ୍ତି, ୪୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା। ଡ୍ରୋନ ଓ ଏଆଇ କ୍ୟାମେରା ବ୍ୟବହାର ହୋଇଥିଲା। ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ପକ୍ଷରୁ କମ ବଳ ପ୍ରୟୋଗ କରାଯାଇଛି। ଲୋୟର ପିଏମଜିରେ ବିଜେଡିର ଆନ୍ଦୋଳନ ବେଳେ କୌଣସି ରବର ବୁଲେଟ ଫାୟାର କରାଯାଇନାହିଁ। ଏକଥା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ଏସ. ଦେବଦତ୍ତ ସିଂ।

ଦୁଇଟି ବ୍ୟାରିକେଡ୍ ଭାଙ୍ଗିବାରୁ କେବଳ ପାଣିମାଡ଼ ଓ ଲୁହବୁହା ଗ୍ୟାସ ମାଡ଼ କରାଗଲା। ବିଜେଡିର ଲୋକସେବା ଭବନ ଘେରାଉ ଆନ୍ଦୋଳନ ବେଳେ ପୋଲିସର ଆକ୍ସନ ନେଇ ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର। ଧାରଣାସ୍ଥଳରେ ଥିବା ସମସ୍ତ ଗତିବିଧି ଓ ଆନ୍ଦୋଳନର ଦୃଶ୍ୟ AI କ୍ୟାମେରାରେ କଏଦ ହୋଇଛି। ବିଜେଡି କର୍ମୀ ଧସେଇ ପଶି ବ୍ୟାରିକେଡ୍ ଭାଙ୍ଗିବା ବେଳେ ୭ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତ ପୋଲିସ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପୋଲିସ କମିଶନର ଭେଟିଛନ୍ତି।

ଯେତେବେଳେ ଆନ୍ଦୋଳନକାରୀମାନେ ବ୍ୟାରିକେଡ ନମ୍ୱର୍ ୨କୁ ଭାଙ୍ଗିଲେ ସେତେବେଳେ ପୋଲିସ ଟିୟର ଗ୍ୟାସ ଓ ୱାଟର ସ୍ପ୍ରେ ବ୍ୟବହାର କରିଛି । ରବର୍ ବୁଲେଟ ବ୍ୟବହାର ହୋଇନି । ଆନ୍ଦୋଳନକାରୀଙ୍କ ସହ ଧସ୍ତାଧସ୍ତି ବେଳେ ଆହତ ହୋଇଛନ୍ତି ୭ ପୋଲିସ କର୍ମଚାରୀ । ଗାନ୍ଧୀ ମାର୍ଗରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯିବ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କମିଶନର କହିଛନ୍ତି ।

Leave a Reply

Your email address will not be published. Required fields are marked *