ଜଗତସିଂହପୁର/ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଇଡପାଟଣା ଗ୍ରାମ କୁମ୍ଭାରସାହିର ପରମାନନ୍ଦ ମୁଦୁଲି (ପ୍ରଭୁ) ଗତ ଶୁକ୍ରବାର ଦିନ ସକାଳବେଳା ତେନ୍ତୁଳିପଦା ଗାଁ ବିଲରେ ହଳ କରୁଥିବା ସମୟରେ ତଳେ ମୁହଁ ମାଡିହୋଇ ପଡି ଯାଇଥିଲେ।
ଆଖପାଖରେ ଥିବା ଲୋକମାନେ ଏପରି ଅବସ୍ଥାରେ ପଡିରହିଥିବା ଦେଖି ଛାନିଆ ହୋଇ ଯାଇଥିଲେ। ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡ଼ାକି ତାଙ୍କୁ ନିକଟସ୍ଥ ମଣିଜଂଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ ମଧ୍ୟ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କର ଏହି ଆକସ୍ମିକ ମୃତ୍ୟୁ ନିମନ୍ତେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
