କଟକ : ଆଜି ଏରଞ୍ଚସ୍ଥିତ ଉତ୍କଳମଣି ଗୋପବନ୍ଧୁ ପ୍ରୌଢ଼ ନିବାସରେ ଏକ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମଚନ୍ଦ୍ରଭଞ୍ଜ ଭେଷଜ ମହାବିଦ୍ୟାଳୟର ଦାନ୍ତ ବିଭାଗ ଡାକ୍ତର ଡ. ସରୋଜ କୁମାର ବେହେରାଙ୍କ ନେତୃତ୍ୱରେ ଏକ ସାତଜଣିଆ ଡ଼ାକ୍ତରୀ ଦଳ ପ୍ରୌଢ଼ନିବାସର ଅନ୍ତେବାସୀମାନଙ୍କର ଦାନ୍ତ ପରୀକ୍ଷା କରିବା ସହ ମୁଖ ଗହ୍ଵର ର ଯତ୍ନ ନେବା ସମ୍ପର୍କରେ ସଚେତନ କରାଇଥିଲେ। ଏହି ଶିବିର କୁ ଲୋକ ଶକ୍ତି ଟ୍ରଷ୍ଟ ର ମାନେଜିଂ ଟ୍ରଷ୍ଟି ମନମୋହନ ପତି, ଅଭୟ କୁମାର ସ୍ବାଇଁ, ନବଘନ ପରିଡ଼ା, ଶରତ ଚନ୍ଦ୍ର ପରିଡା ପ୍ରମୁଖ ଶିବିର ପରିଚାଳନା କରିଥିଲେ।
