ଝଙ୍କଡ଼ : ପ୍ରତିବର୍ଷ ତିର୍ତ୍ତୋଲ ବ୍ଲକ, ସଅଁରା ପଞ୍ଚାୟତ ଅଧିନ ବରୁଣପଡା ଗ୍ରାମବାସୀ ମାନେ ଶ୍ରାବଣ ମାସ ଉପଲକ୍ଷେ, ପୁରୀ ଶ୍ରୀକ୍ଷେତ୍ର ଆଦି ବିଭିନ୍ନ ଧର୍ମପୀଠ କୁ ସଂକୀର୍ତ୍ତନ ଶୋଭାଯାତ୍ରା ରେ ଯାତ୍ରା କରିଆସୁଥିବା ବେଳେ ଚଳିତ ବର୍ଷ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରୁ ପାରାଦୀପ ସ୍ଥିତ ମାଆ ସାରଳା ଙ୍କ ମନ୍ଦିର ପର୍ଯ୍ୟନ୍ତ ଏହି ସଂକୀର୍ତ୍ତନ ଶୋଭାଯାତ୍ରା ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଶୋଭାଯାତ୍ରା ଝଙ୍କଡ଼ ସାରଳା ପୀଠ ରୁ ବହାରି ଗଡ଼କୁଜଙ୍ଗ ର ଜଗନ୍ନାଥ ମନ୍ଦିର , ନୂଆଗାଁ ମହାବୀର ମନ୍ଦିର, ପାରାଦୀପ ଜଗନ୍ନାଥ ମନ୍ଦିର ଓ ପରିଶେଷରେ ସାରଳା ମନ୍ଦିରରେ ପହଞ୍ଚିବା ପରେ କାର୍ଯ୍ୟକ୍ରମ ର ଉଦଯାପନ ହୋଇଥଲା। ଏଥିରେ ଲୋକନାଥ ମିଶ୍ର, ଉତ୍ତମ ଭୂୟାଁ , ମଧୁସୂଦନ ନାୟକ ବୁଦ୍ଧେଶ୍ୱର ବାରିକ, ଅଭୟ ଭୂୟାଁ , ସମୀର ସାହୁ , ରଶ୍ମୀ ରଞ୍ଜନ ବିଶ୍ବାଳ, ଶ୍ରୀନିବାସ ମିଶ୍ର , ବିଶ୍ଵନାଥ ମିଶ୍ର , ସନ୍ତୋଷ ବେହେରା, ମଙ୍ଗଳ ଦିପ ବେହେରା, ଦେବେନ୍ଦ୍ର ବେହେରା, ପ୍ରାଣନାଥ ମିଶ୍ର ଓ ନରୋତ୍ତମ ଭୂୟାଁ ସହିତ ସ୍ଥାନୀୟ ଅଞ୍ଚଳର ବହୂ ଶ୍ରଦ୍ଧାଳୁ ଭକ୍ତ ଓ ମହିଳା ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ, ଏହି ଶୋଭାଯାତ୍ରାକୁ ବିଭିନ୍ନ ସ୍ଥାନରେ ସ୍ବାଗତ କରିଥିବାର ଦେଖିବାକୁ ମିଳିଥିଲା।
