Screenshot 2025 07 27 075535

ଭଦ୍ରକରେ ବନ୍ୟା ବିତ୍ପାତ, ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା

ରାଜ୍ୟ
Spread the love

ଭଦ୍ରକ: ବନ୍ୟା ଛନକା ଭିତରେ ବର୍ଷା ଭୟ। ଅଧା ଓଡିଶାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏହାରି ଭିତରେ ଭଦ୍ରକରେ ଦେଖିବାକୁ ମିଳିଛି ବନ୍ୟା ବିତ୍ପାତ। ୨୧ ପଞ୍ଚାୟତର ୨୯ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି।

ଧାମନଗରର ୧୧ ପଞ୍ଚାୟତ, ଭଣ୍ଡାରିପୋଖରୀର ୪ଟି, ତିହିଡ଼ିର ୫ଟି ଓ ଚାନ୍ଦବାଲିର ଗୋଟିଏ ପଞ୍ଚାୟତ ପ୍ରଭାବିତ ହୋଇଛି। ଜିଲ୍ଲାରେ ଥିବା ସୋହଡ଼ା, ପଧାନି, ଅର୍ଜୁନପୁର ଓ ହସନାବାଦ ଭଳି ୪ଟି ପଞ୍ଚାୟତ ଅଧିକ ପ୍ରଭାବିତ ହୋଇଛି। ଏହି ୪ଟି ପଞ୍ଚାୟତରେ ଥିବା ସବୁ ସ୍କୁଲକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି ବୋଲି ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଲୋକେ ପାଣି ଘେରରେ ଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ନେଇଛି।

ବୈତରଣୀ ନଦୀରେ ଚଳିତ ବର୍ଷାଋତୁର ଆସିଥିବା ପ୍ରଥମ ମଧ୍ୟମ ଧରଣର ବନ୍ୟା ବିପଦ ଟଳିଛି। ଶନିବାର ରାତି ଗୋଟାଏ ସମୟରେ ଆଖୁଆପଦାଠାରେ ନଦୀର ଜଳସ୍ତର ସର୍ବାଧିକ ୧୮.୯୯ମିଟରରେ ପହଞ୍ଚି ସ୍ଥିର ହୋଇଯାଇଥିଲା। ପରେ ଜଳସ୍ତର କ୍ରମେ ହ୍ରାସ ପାଇଥିଲା। ରବିବାର ଦିନ ୧୨ଟା ବେଳେ ଜଳସ୍ତର ବିପଦସଙ୍କେତ ସ୍ତର ୧୮.୩୩ମିଟର ତଳକୁ ଆସିଥିଲା। ଆଖୁଆପଦାରେ ୧୭.୭୦ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି। ଧାମନଗର ବ୍ଲକ ଅଧିନରେ ଥିବା ୪ ପଞ୍ଚାୟତ ସୋହଡ଼ା, ପଧାନି, ଅର୍ଜୁନପୁର ଓ ହସନାବାଦ ପଞ୍ଚାୟତର ସ୍କୁଲ ଗୁଡ଼ିକ ପ୍ରଭାବିତ ହୋଇଛି।

Leave a Reply

Your email address will not be published. Required fields are marked *