Sagarika Nath

‘ଏନ୍‌ଆଇଏ’ର ଏସ୍‌ପି ହେଲେ ସାଗରିକ ନାଥ

ରାଜ୍ୟ
Spread the love

ଭୁବନେଶ୍ବର: ସାଗରିକା ନାଥ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ଏସ୍‌ପି ଭାବେ ନିଯୁକ୍ତି ପାଇଛନ୍ତି। ୨୦୧୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଭାରତୀୟ ପୁଲିସ ସେବା (ଆଇପିଏସ୍‌) ଅଫିସର ସାଗରିକା ନାଥଙ୍କ ‘ଏନ୍‌ଆଇଏ’ରେ ଏସ୍‌ପି ନିଯୁକ୍ତି ନେଇ ଗୃହ ମନ୍ତ୍ରଣାଳୟର ସଚିବ ସଂଜୀବ କୁମାର ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏହା ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ସାଗରିକାଙ୍କ ମୂଳ ଘର ଢେଙ୍କାନାଳ ଜିଲ୍ଲାରେ। ସେ କୋରାପୁଟ ଜିଲ୍ଲାର ଦାମନଯୋଡ଼ି ଦିଲ୍ଲୀ ପବ୍ଲିକ୍ ସ୍କୁଲ୍‌ରୁ ମାଟ୍ରିକ୍ ପାସ୍ କରିଥିଲେ। ବିଶାଖାପାଟଣାରେ ଯୁକ୍ତଦୁଇ ପଢ଼ିବା ପରେ ଭୁବନେଶ୍ୱରସ୍ଥିତ ସିଇଟିରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଥିଲେ। ୟୁପିଏସ୍‌ସି ସିଭିଲ୍ ସର୍ଭିସେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୧୬ ମସିହାରେ ଭାରତୀୟ ପୁଲିସ ସେବାରେ ଯୋଗଦେଇଥିଲେ। ତାଙ୍କ ବାପା ପ୍ରଦୀପ କୁମାର ନାଥ ନାଲ୍‌କୋରେ ଡିଜିଏମ୍‌ ଥିଲେ। ଦାଦା ସୁଶାନ୍ତ ନାଥ ମଧ୍ୟ ଓଡ଼ିଶା କ୍ୟାଡର୍‌ ଆଇପିଏସ୍‌।
ଓଡ଼ିଆ ଆଇପିଏସ୍ ଅଧିକାରୀ ସାଗରିକା ନାଥ ପୁଲିସ ଚାକିରିରେ ନିଷ୍ଠାପର ସେବା ଓ ସାହସିକତା ପାଇଁ ସାରା ଓଡ଼ିଶାରେ ବେଶ୍‌ ଲୋକପ୍ରିୟ। କମିସନରେଟ୍‌ ପୁଲିସରେ ଥିବା ବେଳେ ନିଜର ଉତ୍ତମ ବ୍ୟବହାର ଓ ଟ୍ରାଫିକ୍‌ ନିୟକ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚର୍ଚ୍ଚାରେ ଥିଲେ।
ସାଗରିକା ନାଥ ବର୍ତ୍ତମାନ ଖୋର୍ଦ୍ଧା ଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ ବାଲେଶ୍ବର ଏବଂ ସୁନ୍ଦରଗଡ଼ରେ ଏସ୍‌ପି ଭାବେ କାମ କରି ପ୍ରଶଂସାର ପାତ୍ରୀ ହୋଇଥିଲେ। ୩୭ ବର୍ଷୀୟା ଓଡ଼ିଆ ଆଇପିଏସ୍ ଅଧିକାରୀ ସାଗରିକା ନାଥ ପୁଲିସ ଚାକିରିରେ ନିଷ୍ଠାପର ସେବା ଓ ସାହସିକତା ପାଇଁ ସାରା ଓଡ଼ିଶାରେ ବେଶ୍‌ ଲୋକପ୍ରିୟ। କମିସନରେଟ୍‌ ପୁଲିସରେ ଥିବା ବେଳେ ନିଜର ଉତ୍ତମ ବ୍ୟବହାର ଓ ଟ୍ରାଫିକ୍‌ ନିୟକ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚର୍ଚ୍ଚାରେ ଥିଲେ। ସେ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ବିଭିନ୍ନ ସାମାଜିକ କାମରେ ପ୍ର 0ତ୍ୟକ୍ଷ ଅଂଶଗ୍ରହଣ କରିଥା’ନ୍ତି। କ୍ରୀଡ଼ା ଓ ସଂଗୀତ ପ୍ରତି ମଧ୍ୟ ତାଙ୍କର ବେଶ୍‌ ରୁଚି ରହିଛି।

ଆଇପିଏସ  ସାଗରିକା ନାଥଙ୍କ ଏନଆଇରେ ଯୋଗଦାନ ନେଇ ‘ନଗର ଖବର’ ପରିବାର ପକ୍ଷରୁ ଏସ୍‌ପିଙ୍କୁ  ଅଭିନନ୍ଦନ ଜ୍ଞାପନ କରାଯିବା ସହିତ ତାଙ୍କର କର୍ମମୟ ଜୀବନର ସଫଳତା କାମନା କରାଯାଇଛି |

Leave a Reply

Your email address will not be published. Required fields are marked *