ମକ୍ତକ୍କମ

ଗ୍ରାଣ୍ଡ ରିସେପ୍ସନ ଦେଲେ ପିନାକୀ-ମହୁଆ

ଦେଶବିଦେଶ
Spread the love

ନୂଆଦିଲ୍ଲୀ : ଜର୍ମାନୀରେ ବାହା ହେଲେ, ଆଉ ଦିଲ୍ଲୀରେ ରିସେପ୍ସନ ଦେଲେ । ଦେଶର ଏହି ଓଲ୍ଡ କପଲ୍ ବା ବୃଦ୍ଧ ଦଂପତ୍ତି ନିଜ ବାହାଘରକୁ ନେଇ ଗତ ମାସରେ ଖୁବ୍ ଚର୍ଚ୍ଚାରେ ସାଉଁଟିଥିଲେ । ଆଉ ମଙ୍ଗଳବାର ରାତିରେ ଏହି ପିନାକି-ମହୁଆ ଯୋଡ଼ି ଦିଲ୍ଲୀର ଏକ ତାରକା ହୋଟେଲରେ ତାଙ୍କ ରିସେପ୍ସନ ଭୋଜି ଦେଇ ପୁଣି ଚର୍ଚ୍ଚାରେ । ଦଳମତ ନିର୍ବିଶେଷରେ ଶହ ଶହ ହାଇ ପ୍ରୋଫାଇଲ୍ ରାଜନେତା , ନେତ୍ରୀମାନେ ଏହି ପାର୍ଟିରେ ଯୋଗ ଦେଇଥିଲେ । ବିଶେଷ କରି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ, ତାଙ୍କ ପତ୍ନୀ ଡିମ୍ପଲ ଯାଦବ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ମହୁଆଙ୍କ ସହକର୍ମୀ ଭାବେ ସାଂସଦ ତଥା ଅଭିନେତ୍ରୀ ରଚନା ବାନାର୍ଜୀ, ବିଜେଡିର ସୁଲତା ଦେଓ, ସୁପ୍ରିୟା ସୁଲେ, କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ, ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ , ଓଡ଼ିଶାରୁ ପୁରୀ ସାଂସଦ ଶୁଭାଶିଷ ଖୁଣ୍ଟିଆ, ସୁଲତା ଦେଓ ପ୍ରମୁଖ ଏହି ରିସେପ୍ସନ୍ ଭୋଜିରେ ସାମିଲ ହୋଇଥିଲେ। ୬୫ ବର୍ଷୀୟ ପିନାକୀ ମିଶ୍ରଙ୍କର ଏହା ଦ୍ବିତୀୟ ବିବାହ ଥିଲା । ପୂର୍ବରୁ ସେ ସଙ୍ଗୀତା ମିଶ୍ରଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଝିଅ ରହିଛି । ପିନାକୀ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ । ସେହିପରି ୧୯୭୪ ମସିହାରେ ଆସାମରେ ଜନ୍ମ ଗ୍ରହଣ କରିଥିଲେ ମହୁଆ ମୋଇତ୍ରା । ସେ ତାଙ୍କ କ୍ୟାରିଅର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ରୂପେ ଆରମ୍ଭ କରିଥିଲେ। ବିଦେଶରୁ ଚାକିରି ଛାଡ଼ି ଭାରତ ଫେରିବା ପରେ ରାଜନୀତିରେ ପାଦ ଦେଇଥିଲେ । ଏହା ମହୁଆଙ୍କ ତୃତୀୟ ବିବାହ। ପ୍ରଥମ ସ୍ବାମୀ ଲାର୍ସ ବ୍ରରସନଙ୍କୁ ଛାଡ଼ପତ୍ର ଦେବା ପରେ ଜଣେ ଓକିଲ ଜୟ ଅନନ୍ତଙ୍କ ସହ ମହୁଆଙ୍କର ପ୍ରେମ ସଂପର୍କ ରହିଥିଲା। ହେଲେ ତାଙ୍କ ଠାରୁ କିଛି ବର୍ଷ ତଳେ ମହୁଆ ଅଲଗା ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *