1

ଚିଲିକା ବକ୍ଷରେ ପରିବେଶ ସୁରକ୍ଷା ଓ ଆଧ୍ୟାତ୍ମିକତାର ମହାସଙ୍ଗମ: ସାଗର ଶ୍ରୀକ୍ଷେତ୍ରରେ ବୃକ୍ଷରୋପଣ ସହ ଭାଗବତ ପ୍ରଚାର

ରାଜ୍ୟ
Spread the love

କୃଷ୍ଣପ୍ରସାଦ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ, ଚିଲିକାର ଅଫୁରନ୍ତ ଜଳରାଶି ଦ୍ଵାରା ପରିବେଷ୍ଟିତ ଏକ ସ୍ନିଗ୍ଧ ଓ ମନୋରମ ପରିବେଶରେ ଅବସ୍ଥିତ ଗୁପ୍ତଲୀଳା କ୍ଷେତ୍ର “ସାଗର ଶ୍ରୀକ୍ଷେତ୍ର”। ସାତପଡ଼ା ମୁହାଣ ନିକଟସ୍ଥ ଏହି ବ୍ରହ୍ମପୁର ଚକାନାସି ପୀଠରେ ଭୁବନେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “କଲ୍ୟାଣ ଫାଉଣ୍ଡେସନ” ଏବଂ “ସାଗର ଶ୍ରୀକ୍ଷେତ୍ର ନ୍ୟାସ”ର ମିଳିତ ପ୍ରୟାସରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ଶ୍ରୀ ଭାଗବତ ପ୍ରଚାର ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷା ସହିତ ଆଧ୍ୟାତ୍ମିକ ଚେତନାର ପ୍ରସାର ଭଳି ମହତ ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ସମଗ୍ର ଅଞ୍ଚଳରେ ଏକ ନୂତନ ବାର୍ତ୍ତା ପ୍ରଦାନ କରିଛି।

୨

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆବାହକ ଦାୟିତ୍ୱ ତୁଲାଇଥିଲେ ବିଶିଷ୍ଟ ସମାଜସେବୀ ତଥା ପରିବେଶବିତ୍ ଓମ୍ ପ୍ରକାଶ ମହାନ୍ତି। ତାଙ୍କରି ନେତୃତ୍ୱରେ ଆୟୋଜିତ ଏହି ପବିତ୍ର କାର୍ଯ୍ୟରେ ସମାଜର ବିଭିନ୍ନ କ୍ଷେତ୍ରରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଏହାର ଗୌରବ ବୃଦ୍ଧି କରିଥିଲେ। ଅତିଥିମାନଙ୍କ ମଧ୍ୟରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ଆଇନଜୀବୀ ତଥା ଜରାଶ୍ରମ ଓ ଗୋଶାଳାର ପ୍ରତିଷ୍ଠାତା ରାମ ରାୟ, ସାଗର ଶ୍ରୀକ୍ଷେତ୍ର ନ୍ୟାସର ପରିଚାଳକ ବିଶ୍ୱରଞ୍ଜନ ଜେନା, ଡାକ୍ତର ବନୋଜ ରାୟ, ଆଇନଜୀବୀ ଓ ମାନବାଧିକାର କର୍ମୀ ସତ୍ୟନାରାୟଣ ଦାସ, ଟିକସ ପରାମର୍ଶଦାତା ଅଭିମନ୍ୟୁ ସାହୁ, ଶିକ୍ଷାବିତ୍ ଉଲନପ୍ରଭା ଜେନା, ନ୍ୟାସର ଟ୍ରଷ୍ଟି ଭାରତଭୂଷଣ ପଟ୍ଟନାୟକ, ସମାଜସେବୀ ଦୀନେଶ ଗୁପ୍ତା, ଛତିଆ ଜରାଶ୍ରମର ପରିଚାଳକ ଅଶୋକ ସ୍ୱାଇଁ, ଯାଜପୁର ଜିଲ୍ଲା ଜାରକାରେ ଅବସ୍ଥିତ କେଦାରନାଥ ମନ୍ଦିରର ପ୍ରତିଷ୍ଠାତା ସତ୍ୟମ ଦାସ, ଶିକ୍ଷାବିତ ଅକ୍ଷୟ ବେହେରା, ଶିବରାଜ ସାହୁ, ମହେନ୍ଦ୍ର ଦାସ, ଇଂ. ଜ୍ଞାନରଞ୍ଜନ ବାରିକ, ଅଧ୍ୟାପିକା ରଶ୍ମିରେଖା ବାରିକ, ଦୀପକ ଆଚାର୍ଯ୍ୟ, ଚାଟାର୍ଡ ଆକାଉଣ୍ଟାଣ୍ଟ ଦୀନେଶ ଗୋଚ୍ଛାୟତ, ସମ୍ପାଦକ ସୁନୀଲ ଦେଓ, ମନୋଜ ସ୍ୱାଇଁ, ଶଶଧର ନାୟକ, ଗୌରାଙ୍ଗ ରାଉତ, ଶ୍ରୀକ୍ଷେତ୍ର ନ୍ୟାସର ଧବଳେଶ୍ୱର ଜେନା, ସୁରେନ୍ଦ୍ର ଜେନା, ରଜତ ମଲ୍ଲିକ, କଳିଙ୍ଗ କୁମାର ସାଗର ଏବଂ ନଗର ଖବରର ପ୍ରତିଷ୍ଠାତା ସମ୍ପାଦକ ପ୍ରଦୀପ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ବୃକ୍ଷରୋପଣ କରିଥିଲେ।

୩

ଏହି କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ସ୍ଥାନୀୟ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମା’ ଓ ଭଉଣୀମାନଙ୍କର ସକ୍ରିୟ ଅଂଶଗ୍ରହଣ। ସେମାନେ କେବଳ ବୃକ୍ଷରୋପଣରେ ସାମିଲ ହୋଇନଥିଲେ, ବରଂ ଭାଗବତ ଚେତନାର ପ୍ରଚାର ଓ ପ୍ରସାର ଦିଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ, “ତାଡିସରୁ ମିଶନ” ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରତ୍ୟେକ ବ୍ୟକ୍ତି କିପରି ନିଜ ଦୈନନ୍ଦିନ ଜୀବନରେ ଅତି କମରେ ଶ୍ରୀମଦ୍ ଭାଗବତର ଗୋଟିଏ ଅଧ୍ୟାୟ ପାଠ କରିପାରିବେ ଏବଂ ନିଜ ମନର କଥାକୁ ଏକ ଚିଟାଉରେ ଲେଖି ପ୍ରଭୁଙ୍କୁ ସମର୍ପଣ କରିବା ଦ୍ୱାରା ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଉନ୍ନତି ଲାଭ କରିପାରିବେ, ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଭାଗବତ ପୁସ୍ତିକା ବଣ୍ଟନ କରାଯାଇଥିଲା। ପ୍ରକୃତି ସେବା ଓ ପ୍ରଭୁ ସେବାର ଏହି ଅନନ୍ୟ ମିଳନକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି।

୪

Leave a Reply

Your email address will not be published. Required fields are marked *