Encounter

ପୋଲିସ ଏନକାଉଣ୍ଟରରେ ନକ୍ସଲ ନିହତ; ଏସଏଲଆର ରାଇଫଲ ଜବତ

ଦେଶବିଦେଶ
Spread the love

ଝାଡଖଣ୍ଡ:ପଶ୍ଚିମ ସିଂହଭୂମି ଜିଲ୍ଲାରେ ପୋଲିସ ଏବଂ ନକ୍ସଲ ମଧ୍ୟରେ ଏନକାଉଣ୍ଟର ହୋଇଛି। ଗୋଇଲକେରା ଥାନା ଅଞ୍ଚଳର ସୌତାରେ ଏହି ଏନକାଉଣ୍ଟର ହୋଇଥିଲା। ଏହି ସମୟରେ ଉଭୟ ପକ୍ଷରୁ ଅନେକ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା। ସୂଚନା ଅନୁଯାୟୀ, ଜଣେ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏକ SLR ରାଇଫଲ୍ ମଧ୍ୟ ଉଦ୍ଧାର କରାଯାଇଛି।

ଆଇଜି ଅପରେସନ୍ସ ଡକ୍ଟର ମାଇକେଲ ରାଜ କହିଛନ୍ତି ଯେ ଚାଇବାସାର ଗୋଇଲକେରାରେ ଏକ ଏନକାଉଣ୍ଟର ଚାଲିଛି। ଏଥିରେ ନକ୍ସଲମାନଙ୍କୁ କ୍ଷତି ପହଞ୍ଚିଛି । ସର୍ଚ୍ଚ ଅପରେସନ୍ ଏବେ ବି ଜାରି ରହିଛି।

ସୂଚନାଥାଉକି, ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିରନ୍ତର ସର୍ଚ୍ଚ ଅପରେସନ୍ ଚାଲିଛି। ସମାନ କ୍ରମରେ, ଗୋଇଲକେରାରେ ମଧ୍ୟ ଏକ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ଭୋର ସମୟରେ ଜଙ୍ଗଲ ଏବଂ ପାହାଡିଆ ଅଞ୍ଚଳରେ ସୌତା ନିକଟରେ ପୋଲିସ କର୍ମଚାରୀଙ୍କୁ ଦେଖି ନକ୍ସଲମାନେ ଗୁଳି ଚଳାଇଥିଲେ।
ଜବାବରେ ସିଆରପିଏଫ ଏବଂ ଝାଡ଼ଖଣ୍ଡ ପୋଲିସ କର୍ମଚାରୀମାନେ ମଧ୍ୟ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯେଉଁଥିରେ ଜଣେ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *