Ohrc Office

ଡିଗ୍ରୀ ଦେବାରେ ବିଫଳ ଘରୋଇ କଲେଜ, ୨୯ ଛାତ୍ରଛାତ୍ରୀଙ୍କୁ ୧ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ଓଏଚଆରସିର ନିର୍ଦ୍ଦେଶ

ରାଜ୍ୟ
Spread the love

ଭୁବନେଶ୍ୱର: ଏକ ଘରୋଇ କଲେଜ ୨୯ ଜଣ ଇଞ୍ଜିନିୟରିଂ ସ୍ନାତକଙ୍କୁ ଗ୍ରେଡ୍ ସିଟ୍ ଏବଂ ଡିଗ୍ରୀ ପ୍ରମାଣପତ୍ର ଦେବାରେ ବିଫଳ ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଓଡ଼ିଶା ମାନବାଧିକାର କମିଶନ (ଓଏଚଆରସି) ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଭୁଲ୍ ଦ୍ଵାରା ଛାତ୍ରଛାତ୍ରୀ ମାନେ ମାନସିକ ଯନ୍ତ୍ରଣା ଓ କ୍ୟାରିୟରରେ କ୍ଷତି ସହିଥିବାରୁ ଦୁଇଟି ପ୍ରମୁଖ ଖବରକାଗଜରେ କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ପୂର୍ବରୁ କଲେଜର ୪୦୦ ରୁ ଅଧିକ ଛାତ୍ରଛାତ୍ରୀ ଏହି ସମାନ କାରଣରୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ମଧ୍ୟ କମିଶନଙ୍କ ନିକଟକୁ ଯାଇ ନଥିଲେ। ତେବେ ପ୍ରତ୍ୟେକଙ୍କୁ ୨୦୦୦୦ଟଙ୍କା ଲେଖାଏଁ କ୍ଷତିପୂରଣ ବାବଦକୁ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ଏଥିସହିତ ଯଦି ୬୦ ଦିନ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାନଯାଏ ତେବେ ପୂର୍ଣ୍ଣ ଦେୟ ନହେବା ପର୍ଯ୍ୟନ୍ତ ପ୍ରତିବର୍ଷ ୧୨% ହିସାବରେ ସୁଧ ମଧ୍ୟ ଆଦାୟ କରାଯିବ।

Leave a Reply

Your email address will not be published. Required fields are marked *