7539a649 07eb 41ff A6d2 52ae35ad21ab

ଝଙ୍କଡର ବରପୁତ୍ର ଦୁଇ ସାମ୍ବାଦିକ ଗୀତଗୋବିନ୍ଦ ସଦନରେ ସମ୍ବର୍ଦ୍ଧିତ

ରାଜ୍ୟ
Spread the love

ଝଙ୍କଡ : ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନରେ ସମର୍ଥ ସମାଚାର ଚାନେଲ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଓ ମାସିକ ଖବର କାଗଜର ଶୁଭ ଉନ୍ମୋଚନ ଉପଲକ୍ଷେ ବିଶେଷ ପ୍ରତିଭା ମାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଦିତ କରିଥିବାର ଦେଖିବାକୁ ମିଳିଛି । ସମର୍ଥ ସମାଚାର ଚାନେଲ ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଭରତ ଭୂଷଣ ବେହେରା ଙ୍କ ଆମନ୍ତ୍ରଣ କ୍ରମେ ଝଙ୍କଡ଼ ପ୍ରଗଣାର ଦୁଇ ନିର୍ଭିକ ସାମ୍ବାଦିକ ଶରତ କୁମାର ଦାଶ ଏବଂ ରଞ୍ଜନ କୁମାର ମଲ୍ଲିକ ଙ୍କୁ ଶେଷ୍ଠ ସମ୍ବାଦ ଦାତା ଭାବେ ମାନପତ୍ର, ପୁଷ୍ପ ଗୁଚ୍ଛ, ଟ୍ରଫି ପ୍ରଦାନ ପୂର୍ବକ ସମ୍ମାନିତ ଓ ସମ୍ବର୍ଦ୍ଧିତ କରା ଯାଇଥିଲା । ସମ୍ବର୍ଦ୍ଦିତ ପ୍ରତିଭା ହିସାବରେ ସମର୍ଥ ପରିବାର ଓ ପ୍ରତିଷ୍ଠାତା ଙ୍କୁ ଶ୍ରୀଯୁକ୍ତ ଦାଶ ଏବଂ ଶ୍ରୀଯୁକ୍ତ ମଲ୍ଲିକ ବିଶେଷ କୃତଜ୍ଞତା ଅର୍ପଣ କରିଛନ୍ତି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଡଃ. ସୁରେନ୍ଦ୍ର ନାଥ ଦାଶ, ମୁଖ୍ୟ ବକ୍ତା ଭାବେ ଅଶୋକ କୁମାର ମିଶ୍ର, ସମ୍ମାନିତ ଅତିଥିଭାବେ ସୁବାସ କୁମାର ପ୍ରଧାନ, ଶ୍ରୀମତୀ ସୁମିତ୍ରା ମହାପାତ୍ର, ଜ୍ୟୋତିରଞ୍ଜନ ମହାରଣା, ସୁକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ସମାଜରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା କୁ ବହୁ ବିଧ ଭାବେ ତର୍ଜମା କରିଥିଲେ । କଥା କାହାଣୀରେ ଆଲୋଚ୍ୟ ର ବିଷୟ ଥିଲା ଯେ,ସମୟରେ ହେଉ କି ଅସମୟରେ, ଦୁର୍ଦ୍ଦିନରେ ହେଉ କି ଦୁର୍ବିପାକରେ ହେଉ, ପ୍ରତ୍ୟେକ ଖବର କୁ ଘରେ ଘରେ ପହଞ୍ଚାଇବାରେ ସଫଳ ଭୂମିକା ବହନ କରୁଥିବା ଗଣମାଧ୍ୟମ , ଏଇ ଡିଜିଟାଲ ଦୁନିଆଁରେ ଖୁବ ପ୍ରଭାବ ବିସ୍ତାର କରି ପାରିଛି ।

Ecb5912a 0ddf 429f B04b 074d038263c4

ଆଗାମୀ ସମୟ ପାଇଁ ଏହା ଉନ୍ନତ ଜ୍ଞାନ କୌଶଳ ଜରିଆରେ ଏକ ସମ୍ବାଦ ଆନ୍ଦୋଳନ ରେ ପରିଣତ ହେବାକୁ ଯାଉଛି ବୋଲି ଆମନ୍ତ୍ରିତ ଅତିଥିମାନେ ନିଜ ନିଜର ମନ୍ତବ୍ୟ ରଖିଥିଲେ । ଏହି ଅବସରରେ ଶାଶ୍ୱତ ତ୍ରିପାଠୀ ଓ ସାଥୀଙ୍କ ଦ୍ୱାରା ମନୋରଞ୍ଜନ ଗୀତସଙ୍ଗୀତ କାର୍ଯ୍ୟକ୍ରମ ହୋଇଥିଲା । ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ମଞ୍ଚ ଉଦଘାଟନ କରାଯାଇ, ଆବାହ ସଂଗୀତ ” ବନ୍ଦେ ଉତ୍କଳ ଜନନୀ ” ଗାନ କରାଯାଇ ଉତ୍କଳୀୟ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ ସହିତ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇ ଥିଲା । ସମ୍ପାଦକୀୟ ପାଠ କରିଥିଲେ ପ୍ରତିଷ୍ଠାତା ସମ୍ପାଦକ ଭରତ ଭୂଷଣ ବେହେରା !ବହୁ ମାନ୍ୟଗଣ୍ୟ ବିଦ୍ୱାନ ଅତିଥିଙ୍କ ସହିତ ବହୁ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ମାନେ ସମର୍ଥ ସମାଚାର ମାହୋଲ କୁ ଉଚ୍ଚ ପ୍ରଶଂସା କରିଥିବାର ଦେଖିବାକୁ ମିଳିଥିଲା । ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସିଂହ ।

Leave a Reply

Your email address will not be published. Required fields are marked *