7babdf1b Be7e 4f36 Bb31 2bb63b7c1139

ପ୍ରାକ୍ତନ ପ୍ରଧାନ ଶିକ୍ଷକ ସମରେନ୍ଦ୍ର ସିଂହ ଙ୍କ ଏକାଦଶାହରେ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା

ରାଜ୍ୟ
Spread the love

ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ କନକପୁର ସ୍ଥିତ ସାରଦା ଏକାଡେମୀ ର ପ୍ରାକ୍ତନ ଗଣିତଶିକ୍ଷକ ତଥା କୁଜଙ୍ଗ ଚ ଟୁ ଆ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଛାତ୍ରବତ୍ସଳ , ମିଷ୍ଟଭାଷୀ , ସରଳ, ନିରାଡମ୍ବର, ଲୋକପ୍ରିୟ ସମରେନ୍ଦ୍ର ସିଂହ ଙ୍କ ଏକାଦଶାହ ଉପଲକ୍ଷେ ତାଙ୍କର ଜନ୍ମମାଟି ମୁଳିସିଂହ ସିଂହସାହି ରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳୀ ସଭା ଗତ ଗୁରୁବାର ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି। ମା ସାରଳା ଙ୍କ ମୂଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ଓ ନୀରବ ପ୍ରାର୍ଥନା ପରେ, ସମୀକ୍ଷା , ଲିପସା ଓ ଉଷାରାଣୀ ଜୀବନ ଦର୍ଶନ ଉପରେ ଏକ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ପଣ୍ତିତ ବାସବ ନନ୍ଦ ଙ୍କ ସଂଯୋଜନା ରେ ଏହି ସଭାରେ ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳୀ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତୃଷ୍ଣା ପ୍ରିୟଦର୍ଶିନୀ, ଅଧ୍ୟାପକ ଦୀପକ କୁମାର ସିଂହ, ଅକ୍ଷୟ ଦାସ, ତିବିକ୍ରମ ଓଝା , ଶିକ୍ଷକ ଭଗବାନ ଦାସ, ମୁଳି ସିଂହ ପଞ୍ଚାୟତର ସରପଞ୍ଚ ସଫି ଆକାମ୍, ଶିକ୍ଷକ ଝୁଲାରାମ ଦାସ, ରଶ୍ମୀ ରଞ୍ଜନ ସିଂହ , ଅଶୋକ ସିଂହ, ଆଇନଜୀବୀ ରଶ୍ମିତା ଦାସ, ପ୍ରଧାନ ଶିକ୍ଷକ ଧନେଶ୍ଵର ସାହୁ, ପୁର୍ବତନ ସରପଞ୍ଚ ନମିତା ରାଉଳ, ଆଇନଜୀବୀ ମହେଶ ମହାନ୍ତି , ପୁର୍ବତନ ସରପଞ୍ଚ ବିଜୟ ନାୟକ, ସାମ୍ବାଦିକ ମନୋଜ ଦାସ ପ୍ରମୁଖ ବହୂ ପୁରାତନ ଛାତ୍ର ଛାତ୍ରୀ ଓ ବିଶିଷ୍ଟ୍ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସ୍ବର୍ଗତ ସିଂହ ଙ୍କ ଜୀବନଚର୍ଯ୍ୟା ସହିତ ନିଜ ନିଜର ଅନୁଭୂତି ର ସ୍ମୃତିଚରଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ଅବସରରେ ଝଙ୍କଡ଼ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ କବି ଗୋଲକ ବିହାରୀ ପଳାଇ ଙ୍କ ସମ୍ପାଦନା ରେ ପ୍ରକାଶିତ ” ସ୍ମୃତିରେ ସମରେନ୍ଦ୍ର ” ସ୍ମରଣିକା କୁ ଉପସ୍ଥିତ ଅତିଥି ଓ ପରିବାର, ଆତ୍ମୀୟ ସ୍ୱଜନ ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା । ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ କନ୍ୟା ନମିତା ସିଂହ ଓ ଜାମାତା ଅଶୋକ କୁମାର ସିଂହ ଙ୍କ ସମେତ ଶକ୍ତି ପ୍ରାସାଦ, ସୁଜିତ୍, ସଂଜିତ୍, ସୁବ୍ରତ , ପଙ୍କଜିନୀ , ସୁଜାତା, ପୁସ୍ପିତା ଓ ସୁନୀତା ସିଂହ ଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *