ବାୟା ଅବଧୂତ କଲେଜରେ ଜାତୀୟ ସେବାଯୋଜନା ପ୍ରଶିକ୍ଷଣ ଶିବିର ଉଦଘାଟନ

ରାଜ୍ୟ
Spread the love

ଝଙ୍କଡ଼ :  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ମହାନଦୀ-ଚିତ୍ରୋତ୍ପଳା ଦୀପାଞ୍ଚଳ ର କନିମୂଳ ସ୍ଥିତ ବାୟା ଅବଧୂତ ସ୍ମାରକୀ ମହାବିଦ୍ୟାଳୟ ରେ ତ୍ରିଦିବସୀୟ ଆନ୍ତଃ ଜିଲ୍ଲା ସ୍ତରୀୟ, ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ନେତୃତ୍ଵ ବିକାଶ, ପ୍ରଶିକ୍ଷଣ ଶିବିର ଗତ ଶୁକ୍ରବାର ଦିନ ପୂର୍ବାହ୍ନ ରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ କୁ କଲେଜର ପ୍ରତିଷ୍ଠାତା ଇଂ ଡଃ ପ୍ରଭାକର ସ୍ୱାଇଁ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିମନ୍ତ୍ରିତ ଅତିଥି ମାନଙ୍କ ସହିତ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କଲାପରେ , ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜେନା ଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଆଦର୍ଶ ସେବାମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସଙ୍ଗେ ସଙ୍ଗେ ଅନ୍ୟ ସହପାଠୀ ମାନଙ୍କୁ ମଧ୍ଯ ତାଲିମ୍ ଦେଇ ଅନୁପ୍ରାଣିତ କରିବା ପାଇଁ କାର୍ଯ୍ୟକ୍ରମର ପ୍ରଯୋଜକ ଉତ୍କଳବିଶ୍ୱବିଦ୍ୟାଳୟ, ଜାତୀୟ ସେବାଯୋଜନା ବ୍ୟୁରୋ ର ମୂଖ୍ୟସଂଯୋଜକ ଡଃ ବ୍ରଜନାରାୟଣ ପାତ୍ର, ଶୈଳବାଳା ମହିଳା କଲେଜର ପ୍ରାକ୍ତନ ଅଧ୍ୟକ୍ଷା ଡଃ ଗାୟତ୍ରୀ ବିଶ୍ଵାଳ , ଡଃ ସୁଲୋଚନା ଦାସ, ସାହିତ୍ୟିକ ଡଃ ସଞ୍ଜିତ୍ ପଟ୍ଟନାୟକ ,+ ୨ କଲେଜ ଅଧ୍ୟକ୍ଷ ଡଃ ବିବେକାନନ୍ଦ ସିଂହ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ, ସେବା କାର୍ଯ୍ୟରେ ଉତ୍ସର୍ଗ କରିବା ପାଇଁ, ବିଭିନ୍ନ ଆଧ୍ୟାତ୍ମିକ ଓ ସାମାଜିକ ଉଦାହରଣ ଦେଇ ଆବେଗପୂର୍ଣ୍ଣ ଆହ୍ଵାନ ଦେଇଥିଲେ। ବିଶେଷ କରି କଲେଜ ର ପ୍ରତିଷ୍ଠାତା ଇଂ ଡଃ ପ୍ରଭାକର ସ୍ୱାଇଁ ଙ୍କର ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ ର ଉଚ୍ଚପ୍ରଶଂସା କରି ଅଭିନନ୍ଦନ ଜଣାଇଥିଲେ ।

ଏହି ତିନିଦିନିଆ ପ୍ରଶିକ୍ଷଣ ଶିବିର ରେ ପାରାଦୀପ କଲେଜ, ନାଉଗାଁ କଲେଜ୍ , କରିଲୋପାଟଣା ଡିଗ୍ରୀ କଲେଜ, ଏରସମା ଶ୍ରୀଜଗନ୍ନାଥ କଲେଜ୍ , କେନ୍ଦ୍ରାପଡ଼ା ସାନ୍ଧ୍ୟ କଲେଜ୍, ବ୍ରାହ୍ମଣୀ ଡିଗ୍ରୀ କଲେଜ , ନିଆଳି କଲେଜ୍, ବାଲିକୁଦା କଲେଜ , ଅସୁରେଶ୍ୱର ସୁଭଦ୍ରା ମହତାବ କଲେଜ୍ ଓ ନିଶ୍ଚନ୍ତକୋଇଲି ,ପଞ୍ଚାୟତ ପ୍ରହ୍ଲାଦ କଲେଜ୍ ସମେତ ବାୟା ଅବଧୂତ କଲେଜର ଏନ ଏସ ଏସ ବିଦ୍ୟାର୍ଥୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିବାର ଦେଖିବାକୁ ମିଳିଛି। ଶେଷରେ ପୋଗ୍ରାମ୍ ଅଫିସର ଅଧ୍ୟାପିକା ପ୍ରଗତିକା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ମିଲିନା ସ୍ଵାଇଁ , ସଂଯୁକ୍ତା ମହାନ୍ତି , ପ୍ରଶାନ୍ତ କୁମାର ମହାପାତ୍ର ଓ ସଞ୍ଜୟ ଦାସ ଙ୍କ ସମେତ ସମସ୍ତ୍ ଅଧ୍ୟାପକ ଅଧ୍ୟାପିକା , କଲେଜର କର୍ମଚାରୀ ମାନେ ପରିଚାଳନା କରିଥିଲେ । ଆସନ୍ତା ଅଗଷ୍ଟ ୩୧ ଏହି କାର୍ଯ୍ୟକ୍ରମ ଉଦଯାପନ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ଜେନା ସୂଚନା ପ୍ରଦାନ କରିଅଛନ୍ତି।

Leave a Reply

Your email address will not be published. Required fields are marked *