କଟକ : ବନ୍ତୁଣିଆ ନିବାସୀ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ କୈଳାସ ଚନ୍ଦ୍ର ବେହେରାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପାଇ ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା ଓ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ଜାତୀୟ ଯୁବ ସଭାପତି ଇ° ପ୍ରଦୀପ କୁମାର ବେହେରା ଗଭୀର ଦୁଃଖ ପ୍ରକାଶ କରି ଶୋକ ବାର୍ତ୍ତା ପଠାଇଛନ୍ତି। କଟକ ସଦର ବିଧାୟକ ଇ° ପ୍ରକାଶ ଚନ୍ଦ୍ର ସେଠୀ, ସ୍ବର୍ଗତ ବେହେରାଙ୍କ ଆତ୍ମୀୟ ଫକୀର ବେହେରା, ପୀତବାସ ବେହେରା, ବିଳାସ ବେହେରା, ଉଲ୍ଲାସ ବେହେରା, କେଳୁଚରଣ ବେହେରା, ରବିନ୍ଦ୍ର ବେହେରା, ବେଣୁଧର ପରିଡା, ଚିଣ୍ଟୁ ବେହେରା, କ୍ଷୀରୋଦ ବେହେରା, ନିରଞ୍ଜନ ବେହେରା, ଅରୁଣ ବେହେରା, ସିଦ୍ଧେଶ୍ୱର ବେହେରା, ପୁତ୍ର ବିନୋଦ ବେହେରା, ପ୍ରମୋଦ ବେହେରା, ଜ୍ୱାଇଁ ରମେଶ ଚନ୍ଦ୍ର ପରିଡା, ପ୍ରାକ୍ତନ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ଦାଶ, ବେଣ୍ଟକାର ପଞ୍ଚାୟତ ସମିତି ସଭ୍ୟ ଜୟନ୍ତ ଦାସ, ସମାଜସେବୀ ଅଜୟ ଦଳାଇ, ପ୍ରଦ୍ୟମ ମହାନ୍ତି, ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି, କଟକ ଜିଲ୍ଲା ଯାଦବ ମହାସଭା ସମ୍ପାଦକ ତୀର୍ଥବାସୀ ବେହେରା, ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା, ସମ୍ପାଦକ ପ୍ରସନ୍ନ ବେହେରା, ପର୍ଶୁରାମ ବେହେରା, ଟୁଟନ ବେହେରା, ୪୨ମୌଜା ବିଜେପି ମଣ୍ଡଳ ସଭାପତି, ସୁଧାଂଶୁ ନାରାୟଣ ଦାସ, ଉପ ସଭାପତି ପ୍ରିୟରଞ୍ଜନ ଖଟୁଆ, କର୍ନେଦ୍ର ବେହେରା, କଟକ ସଦର ପ୍ରତିଭା ବିକାଶ ପ୍ରତିଷ୍ଠାନର ସଭାପତି ଇ° ଅଶୋକ ବିଶ୍ୱାଳ, ସମ୍ପାଦକ ରୁଦ୍ର ନାରାୟଣ ଦାସ, ଅଭିରାମ ଦଳାଇ, ହୃଦାନନ୍ଦ ବିଶ୍ୱାଳ, ସଦାଶିବ ବିଶ୍ୱାଳ, କପିଳେନ୍ଦ୍ର ଜେନା, ଅକ୍ଷୟ ବାରିକ, ଜ୍ୟୋତି ରଞ୍ଜନ ସାଶେନି, ଦିପ୍ତୀରଂଜନ ସାଶେନି, ଲକ୍ଷ୍ମୀଧର ବିଶ୍ୱାଳ, ଦିବାକର ନାୟକ, ରମେଶ ଚନ୍ଦ୍ର ସେଠୀ,ଅସିତ ଦାସ, କ୍ଷେତ୍ର ମୋହନ ସେନାପତି, ଶିଶିର ସାହୁ, ଅଶୋକ ସେନାପତି, ଚକ୍ରଧର ବେହେରା, ସୌମ୍ୟରଞ୍ଜନ ଦାଶ, ଭଜନା ନନ୍ଦ ସାହୁ, ଘନାଶ୍ୟାମ ମଲ୍ଲିକ, ବ୍ରହ୍ମାନନ୍ଦ ଭୋଇ, ଆର୍ତ୍ତ ରଞ୍ଜନ ସେଠୀ, ନାରାୟଣ ସେଠୀ, ପ୍ରମୋଦ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମ ସ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ ହୋଇଅଛି। ଜ୍ୟେଷ୍ଠ ପୁତ୍ର ବିନୋଦ ବେହେରା ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଦୁଃଖର ବାତାବରଣ ଖେଳି ଯାଇଛି।
