Untitled 1 Copy

ବିଦ୍ୟାଭୂଷଣ ପଣ୍ତିତ ବାନମ୍ବର ଆଚାର୍ଯ୍ୟଙ୍କ ୪୭ତମ ପୁଣ୍ୟତିଥି ପାଳିତ

ରାଜ୍ୟ
Spread the love

କଟକ ସଦର : କଟକ ସଦର ୪୨ ମୌଜା ପାଟଣା ଗ୍ରାମ ର ଗର୍ବ ଓ ଗୌରବ ବିଦ୍ୟାଭୂଷଣ ପଣ୍ତିତ ବାନାମ୍ବର ଆଚାର୍ଯ୍ୟ ଙ୍କ ୪୭ତମ ପୁଣ୍ୟ ତିଥି ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ର ପୂଜ୍ୟ ପୂଜା ଗୃହ ରେ ସଭାପତି ସରୋଜ ନଳିନୀ ପରିଜା, କାର୍ଯ୍ୟ କାରି ସଭାପତି ଅଭୟ କୁମାର ଦାସ, ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି,ମହାସଚିବ ରୁଦ୍ର ନାରାୟଣ ଦାସ, ବରିଷ୍ଟ ସଭ୍ୟ ପର୍ଶୁରାମ ଆଚାର୍ଯ୍ୟ , ନଟବର ବେହେରା , ସନ୍ତୋଷ କୁମାର ଭୋଇ,ଲିପୁ ନନା ପ୍ରଭୁତି ବ୍ରହ୍ମ ମୁହୂର୍ତ୍ତ ରେ ପଣ୍ତିତ ବାନାମ୍ବର ଆଚାର୍ଯ୍ୟ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ମାଲ୍ୟ ଅର୍ପଣ କରିଥଲେ । ଶ୍ରୀ ଜଗନ୍ନାଥ ଷ୍ଟଡି ସର୍କଲ ର ଛାତ୍ର ଛାତ୍ରୀ ଶିକ୍ଷକ ମିହିର କୁମାର ନାୟକ,ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି ପ୍ରଭୁତି ସ୍ମୃତି ଚାରଣ ପୂର୍ବକ ପ୍ରଭୁ ଜଗନ୍ନାଥ ଙ୍କ ନିକଟ ରେ ପ୍ରଦୀପ ପ୍ରଜ୍ବଳନ କରି ଭକ୍ତି ପୂତ ପ୍ରଣାମ ଜଣାଇଥିଲେ

Leave a Reply

Your email address will not be published. Required fields are marked *