6a57a74d 90ad 488c Bc1b E026eca924b6

ନିଆରା ପରମ୍ପରାରେ ପାଳିତ ହୁଏ ଝଙ୍କଡ଼ ସାରଳାଙ୍କ ଦୋଳ ଉତ୍ସବ

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :  ସାରା ରାଜ୍ୟରେ ବୈଷ୍ଣବଧର୍ମ ଧର୍ମ ଅନୁସାରେ ଦୋଳପର୍ବ ପାଳନ କରାଯାଉଥିବା ବେଳେ, ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ଏହାର ବ୍ୟତିକ୍ରମ ଓ ସ୍ୱତନ୍ତ୍ରତା ପରିଲକ୍ଷିତ ହୋଇଥାଏ । ଏଠାରେ ଶାକ୍ତ ଧର୍ମ ଓ ବୈଷ୍ଣବ ଧର୍ମର ସମନ୍ଵୟ ଘଟିଥିବାରୁ, ବୈଷ୍ଣବ ଧର୍ମର ସମସ୍ତ ପର୍ବ ପର୍ବାଣୀ ଓ ଯାନିଯାତ୍ରା ମଧ୍ୟ ଯଥା ବିଧି ବିଧାନ ରେ ପାଳିତ ହୁଏ।

Be5a7daa C065 4f56 Bc71 6a6f6e629b20

ମା ସାରଳା ଙ୍କ ମନ୍ଦିରରେ ରାଧାକୃଷ୍ଣ ମୂର୍ତ୍ତି ପୂଜା ପାଉଥିଲେ ମଧ୍ୟ ଦୋଳଯାତ୍ରାରେ, ମାଆଙ୍କ ଚଳନ୍ତି ପ୍ରତିମା, ବିଜେ ପ୍ରତିମାଙ୍କୁ ଏକ ସୁସଜ୍ଜିତ ମଣିମୟ ବିମାନ ଆରୋହଣ କରାଯାଇ, ଦୋଳ ଦଶମୀ ଦିନରାତିରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ନିଆଯାଇ, ବିଶ୍ବମ୍ବର ଘାଟ ଠା ରେ ପାଣିଛୁଆଁ ହେଲା ପରେ, ସ୍ଵ ପୀଠକୁ ଫେରିଆସିଥିବା ବେଳେ ଏକାଦଶୀ ଦିନ , ବଡସରୋଲ ଗ୍ରାମର ଲଣ୍ଡାଦେଉଳ ସ୍ଥିତ ପୂଜମଣ୍ଡପ, ରେ ପୂଜା ପାଇଥିଲେ, ତୃତୀୟ ଦିନରେ ଲଣ୍ଡାଦେଉଳ ନିକଟରେ ଦୋଳ ମେଲଣ ଅନୁଷ୍ଠିତ ହୋଇଥିଲା। ଏଥିରେ ମାଆ ସାରଳାଙ୍କ ଦୋଳ ବିମାନ କୁ କେନ୍ଦ୍ର କରି କନକପୁରର ବ୍ରଜବିହାରୀ , ଗୋବିନ୍ଦ ଜୀଉ, ତେନ୍ତୁଳିପଦl ର ଗୋପୀନାଥ ଜୀଉ , ମୁଳିସିଂହ ସହର ର ରସିକଲାଲ ଆଦି ବିଭି୍ନପ୍ରାନ୍ତରୁ ଆସିଥିବା ଦୋଳମେଲଣ ଅନୁଷ୍ଠିତ ହେଇଥିଲା।

ଠାକୁରାଣୀ ଙ୍କ ଚଳନ୍ତି ପ୍ରତିନିଧି ବିଜେ ପ୍ରତିମା ମେଲଣ ପଡିଆରୁ ସ୍ୱପିଠ କୁ ଫେରିବା ବେଳକୁ ରାତି ପାହି ଯାଇଥିବାରୁ, ଏହି ଦିନ ରାତିସାରା ମାଆଙ୍କ ପହୁଡ଼ ଖୋଲା ରଖା ଯାଇଥିଲା। ଦୋଳ ପୂର୍ଣ୍ଣିମା ଦିନ, କନକେଶ୍ୱର ମହାଦେବ ଙ୍କ ମନ୍ଦିର ଠାରୁ ଦଶଘଟ, ସାରଳା ମନ୍ଦିରରେ ପହଞ୍ଚିବା ପରେ, ସମ୍ମୁଖସ୍ଥ ଦୋଳ ମଣ୍ଡପରେ, ଝୁଲଣ ଯାତ୍ରା ପରେ ଦଶଘଟ ମାଆଙ୍କ ସମୂଖରେ ପୂଜାର୍ଚ୍ଚନା କରିବା ପରେ, ଚଳିତ ବର୍ଷର ନୂତନପାଞ୍ଜି ପାଠ , ଆରତୀ ଓ ଭୋଗ ଲାଗି କରାଯାଇଥିଲା । ଗତ ହୋଲିପର୍ବ ଦିନ, ପୁନଶ୍ଚ ସେହି ଦୋଳ ମଣ୍ଡପ ରେ ଯମୁନାସ୍ନାନ ଓ ପୂଜାର୍ଚ୍ଚନା ପରେ ମାଆ ସ୍ୱପିଠ କୁ ପ୍ରତ୍ୟାବର୍ତ୍ତନ କରିଥଲେ । ମାଆ ସାରଳା ପରମବୈଷ୍ଣବୀ ହୋଇ ଥିବାରୁ, ଶକ୍ତି ପୀଠରେ ଏହା ଏକ ନିଆରା ପରମ୍ପରା ବୋଲି , ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *