ବେଜିଂ,୪/୯: ପୁଣି ଚର୍ଚ୍ଚାରେ କିମ ଜୋଙ୍ଗ ଉନଙ୍କ ଝିଅ କିମ ଜୋ ଆହ। ୧୫ ବର୍ଷୀୟା କିମ ଜୋ ଆହଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗଙ୍କ ଉତ୍ତରାଧିକାରୀ ବୋଲି ବିବେଚନା କରାଯାଏ। କିମ ଜୁ ଆହଙ୍କୁ ପୂର୍ବରୁ ଅନେକ ସାର୍ବଜନୀନ ଅବସରରେ ତାଙ୍କ ପିତାଙ୍କ ସହ ଦେଖାଯାଇଛି। କିମ ଜୋଙ୍କର ୩ଟି ସନ୍ତାନ ଥିବା ବେଳେ ପୁଅ ବଡ଼। ପ୍ରଶ୍ନ ଉଠୁଛି ଯେ କିମ ତାଙ୍କ ବଡ଼ ପୁଅକୁ ଛାଡି ତାଙ୍କ ଝିଅକୁ କାହିଁକି ଆଗକୁ ଆଣୁଛନ୍ତି।
୨୦୧୦ ମସିହାରେ ଜନ୍ମଗ୍ରହଣ କରିଥିବା କିମ ଜୋ ଆହ କୌଣସି ସ୍କୁଲରେ ପାଠ ପଢ଼ି ନାହାଁନ୍ତି। କିମ ଜୋ ଆହ ଘୋଡା ଚାଳନା ପ୍ରିୟ। ଆହ ପହଁରିବା ଏବଂ ସ୍କିଇଂ ମଧ୍ୟ କରନ୍ତି।
କିମ ଜୋ ଉନଙ୍କ ପରେ, କିମ ଜୋ ଆହ ହେଉଛନ୍ତି ଏକମାତ୍ର ପରିବାର ସଦସ୍ୟ ଯାହାଙ୍କୁ ଅଧିକାରୀମାନେ ସମ୍ମାନଜନକ ଭାବରେ ସମ୍ବୋଧନ କରନ୍ତି। ଉତ୍ତର କୋରିଆରେ କେବଳ ସର୍ବୋଚ୍ଚ ନେତାଙ୍କୁ ସମ୍ମାନୀତ କରାଯାଏ।
ପିତୃସତ୍ତ୍ୱାଧିନ ବ୍ୟବସ୍ଥାକୁ ଭାଙ୍ଗିବା ପାଇଁ ପ୍ରୟାସ- ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ପରିବାର ୧୯୪୮ ମସିହାରୁ ଦେଶକୁ ଶାସନ କରିଆସୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସେଠାରେ ଥିବା ସମସ୍ତ ଏକଛତ୍ରବାଦୀ ଶାସକ ପୁରୁଷ ଥିଲେ। କିମ ପରିବାର ଉପରେ ପିତୃସତ୍ତ୍ୱାଧିନତାର ଅଭିଯୋଗ ଆସିଛି।
୨୦୧୪ ମସିହାରେ, ଏହାକୁ ହ୍ରାସ କରିବା ପାଇଁ, କିମ ତାଙ୍କ ଭଉଣୀଙ୍କୁ ଉତ୍ତର କୋରିଆର ରାଜନୀତିରେ ପଦାର୍ପଣ କରାଇଥିଲେ। ତଥାପି, ଭଉଣୀ ସରକାରରେ କୌଣସି ବଡ଼ ପଦବୀ ପାଇପାରିଲେ ନାହିଁ। କିମଙ୍କ ଭଉଣୀ ବର୍ତ୍ତମାନ ଦଳରେ କେବଳ ଏକ ବରିଷ୍ଠ ପଦବୀରେ ଅଛନ୍ତି।
ଏହା ମଧ୍ୟ କୁହାଯାଉଛି ଯେ କିମ ତାଙ୍କ ପୁଅକୁ ଆଗକୁ ରଖି ଉତ୍ତରାଧିକାର ପାଇଁ ଲଢ଼େଇକୁ ତୀବ୍ର କରିବାକୁ ଚାହାଁନ୍ତି ନାହିଁ। ସେଥିପାଇଁ କିମ ପ୍ରତ୍ୟେକ ପଦକ୍ଷେପ ସତର୍କତାର ସହିତ ନେଉଛନ୍ତି।
