ପାରିବାରିକ ସମ୍ପତ୍ତି ବିଭାଜନ ମାମଲାରେ ହାଇକୋର୍ଟଙ୍କ ବଡ଼ ରାୟ

ରାଜ୍ୟ
Spread the love

କଟକ,୫/୯: ଓଡ଼ିଶା ହାଇକୋର୍ଟ ବଡ଼ ରାୟ, ପାରିବାରିକ ସମ୍ପତ୍ତି ବିଭାଜନ ମାମଲାରେ ଜଣେ ପକ୍ଷକୁ ତାଙ୍କର ପିତୃତ୍ୱ ନିର୍ଣ୍ଣୟ ପାଇଁ ଡିଏନଏ ପରୀକ୍ଷା କରିବାକୁ ବାଧ୍ୟ କରିବା ଅନୁଚିତ ଏବଂ ଏହା ସମ୍ବିଧାନର ଅନୁଚ୍ଛେଦ ୨୧ ଅଧୀନରେ ପ୍ରଦତ୍ତ ଗୋପନୀୟତା ଅଧିକାରର ଉଲ୍ଲଂଘନ କରେ।

ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟଙ୍କ ଏକକ ବେଞ୍ଚ ଏହି ଅନୁରୋଧର ଆଇନଗତ ଅସଙ୍ଗତି ବୋଲି ଆଲୋକପାତ କରି କହିଛନ୍ତି, “ବିଭାଜନ ମାମଲାରେ ପ୍ରତିପକ୍ଷର ପିତୃତ୍ୱ ନିର୍ଣ୍ଣୟ ପାଇଁ ଡିଏନଏ ପରୀକ୍ଷାର ଆବେଦନ ଅନାବଶ୍ୟକ। ଜଣେ ବ୍ୟକ୍ତିଙ୍କୁ ଡିଏନଏ ପରୀକ୍ଷା ପାଇଁ ବାଧ୍ୟ କରିବା ତାଙ୍କର ଗୋପନୀୟତା ଅଧିକାରକୁ ପ୍ରଭାବିତ କରେ।”

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୮ ରେ ଜଣେ ବ୍ୟକ୍ତି କୁଚିଣ୍ଡାର ସିଭିଲ ଜଜ (ସିନିୟର ଡିଭିଜନ) ନିକଟରେ ପାରିବାରିକ ସମ୍ପତ୍ତି ବିଭାଜନ ପ୍ରସଙ୍ଗକୁ ନେଇ ମାମଲା ଦାୟର କରିଥିଲେ। କିନ୍ତୁ ଟ୍ରାୟାଲ କୋର୍ଟ ଏହାକୁ ଗ୍ରହଣ କରିବାର କୌଣସି କାରଣ ନ ଥିବାରୁ ପ୍ରତ୍ୟାଖ୍ୟାନ କରିଥିଲେ। ତେଣୁ, ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଏକ ସିଭିଲ ମିସେଲାନିୟସ ପିଟିସନ ଦାୟର ହୋଇଥିଲା।ମାମଲା ଖାରଜ ହେବା ପ‌ରେ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର ହୋଇଥିଲା।

Leave a Reply

Your email address will not be published. Required fields are marked *