କଟକ,୧୦/୯: କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଆସୁ ଆରୋଗ୍ୟ ପାଇଁ ଅନୁଷ୍ଠାନ ତରଫ ରୁ ପ୍ରଦୀପ ପ୍ରଜ୍ବଳନ
ଜନପ୍ରିୟ କଣ୍ଠଶିଳ୍ପୀ , ସଙ୍ଗୀତଜ୍ଞ , ସଙ୍ଗୀତ ନିର୍ଦ୍ଦେଶକ ଙ୍କ ଆସୁ ଆରୋଗ୍ୟ ପାଇଁ କଟକ ସଦର ୪୨ ମୌଜା ପାଟଣା ଗ୍ରାମର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ର ସଭାପତି ଶ୍ରୀମତୀ ସରୋଜ ନଳିନୀ ପରିଜା, କାର୍ଯ୍ୟକାରୀ ସଭାପତି ଶିକ୍ଷକରତ୍ନ ଅଭୟ କୁମାର ଦାସ, ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ଆଦର୍ଶ ଶିକ୍ଷକ ମିହିର କୁମାର ନାୟକ, ସନ୍ତୋଷ କୁମାର ଭୋଇ ଏବଂ ଶ୍ରୀ ଜଗନ୍ନାଥ ଷ୍ଟଡି ସର୍କଲ ର ଛାତ୍ର ଛାତ୍ରୀ ମାନେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟ ରେ ପ୍ରଦୀପ ପ୍ରଜ୍ବଳନ କରି ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।
