ବାମରା, ୧୩/୯: ବାମରା ବ୍ଲକ କେଶାଇବାହାଲ ପଞ୍ଚାୟତ ଅନ୍ତର୍ଗତ ଫଟାଟାଙ୍ଗର ଗ୍ରାମରେ ଜନଜାତି ସଶକ୍ତିକରଣ ଜୀବିକା ନିର୍ବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏହି ଅବସର ରେ ଏକ ବହୁମୁଖୀ ପ୍ରାଣୀ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ଫଟାଟାଙ୍ଗର ଓ ଡଙ୍ଗାଯୋର ଗ୍ରାମର ଚାଷୀ ମାନଙ୍କ ମୋଟ ଶହେ ୩୯ ଗୋଟି ଛେଳି, ଗାଈ ଓ ବଳଦ ମାନଙ୍କ ବସନ୍ତ ଟୀକା, କୁର୍ମୀ, ଚର୍ମ ଓ ଡିୱାର୍ମି ରୋଗ ପରୀକ୍ଷା କରିବା ସହ ମାଗଣାରେ ଆବଶ୍ୟକୀୟ ଔଷଧ ପ୍ରଦାନ କରାଯାଇଥିଲା। କୁଚିଣ୍ଡା ଆଇ ଟିଡିଏ ପ୍ରକଳ୍ପ ପ୍ରଶାସକ ହେମ ସାଗର ଭୋଇଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ OT ELP ପ୍ଲସ ର ପ୍ରୋଗ୍ରାମ ଅଫିସର ଉଚିତ କରାଡ଼ ଏବଂ କେଶାଇବାହାଲ ପ୍ରାଣୀ ଚିକତ୍ସାଅଧିକାରୀ ଡ଼କ୍ଟର ଶୁଭ୍ରାଂଶୁ ମୋହନ ନାୟକ, LI ଗୌତମ ନନ୍ଦଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ। ଏଥିରେ ସହଯୋଗୀ ଅନୁଷ୍ଠାନ ସିଡ଼ି ତଥା ବାମରା କ୍ଲଷ୍ଟର ର ଟିମ ଲିଡର ଫିରୋଜ ଡୁଙ୍ଗଡୁଙ୍ଗ ଉପସ୍ଥିତ ରହି ପରିଚାଳନା କରିଥିଲେ।
