ଗୋବିନ୍ଦପୁର ଧାନମଣ୍ଡି ଓ ସୋସାଇଟିକୁ ଗୋବିନ୍ଦପୁର ରେ କରିବାକୁ ଦାବୀ

ଜଗତସିଂହପୁର ଜିଲା ଖବର ରାଜ୍ୟ
Spread the love

ଝଙ୍କଡ଼, ୧୬/୯: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ର ଗୋବିନ୍ଦପୁର ସେବା ସମବାୟ ସମିତି ର କାର୍ଯ୍ୟାଳୟ,ସମ୍ପ୍ରତି କୋଷ୍ଠିମଲ୍ଲିକା ପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଖୋଲା ଯାଇଥିବାରୁ, ଗୋବିନ୍ଦପୁର ପଞ୍ଚାୟତ ର ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବହୁ ପୂର୍ବରୁ ଏହି କୋଷ୍ଟିମଲ୍ଲିକା ପୁର ପଞ୍ଚାୟତ ଟି ଗୋବିନ୍ଦପୁର ପଞ୍ଚାୟତ ଅଧିନରେ ରହିଥିଲା। ଯାହା ଫଳରେ ସେଠାରେ ଦିର୍ଘ , ଦୁଇଦଶନ୍ଧି ପୂର୍ବରୁ ଏହି ସୋସାଇଟି ଓ ଧାନମଣ୍ଡି ଖୋଲା ଯାଇଥିଲା। ତେବେ ବର୍ତ୍ତମାନ ଏହି ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ରେ ୧୩ ଟି ରାଜସ୍ବ ଗ୍ରାମ ର ଚାଷୀମାନେ, କୋଷ୍ଟିମଲ୍ଲିକା ପୁର ସୋସାଇଟିରେ ବହୁ ଅନିୟମିତତା ଓ ଅବ୍ୟବସ୍ଥା ଲାଗି ରହିଥିବାରୁ, ଏତେଦୂର ଯାଇ ସେଠାରେ ଧାନ ନଦେଇ, କନକପୁର ଜନକଲ୍ୟାଣ ସେବା ସମବାୟ ସମିତି ଓ ତିର୍ତ୍ତୋଲ ସେବା ସମବାୟ ସମିତି ରେ ଧାନଦେଉଛନ୍ତି। ତେବେ ଗୋବିନ୍ଦପୁର ସେବା ସମବାୟ ସମିତି, ନାମକରଣ ଥାଇ ମଧ୍ୟ ଏହି ସୋସାଇଟିକୁ କୋଷ୍ଟିମଲ୍ଲିକା ପୁର ରେ ରଖାଯାଇ ଥିବାରୁ, ଶହ ଶହ ସଂଖ୍ୟାରେ ଚାଷୀ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତିର୍ତ୍ତୋଲ ବ୍ଲକ ରେ ଗତ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ରେ ଏହି ପଞ୍ଚାୟତ ର ଚାଷୀମାନେ ଏ ବିଷୟରେ ଲିଖିତ ଅଭିଯୋଗ କରିବା ପରେ, ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ , ଗତ ଶୁକ୍ରବାର ଦିନ ବିଭାଗୀୟ ଅଧିକାରୀ ମାନଙ୍କ ସମେତ ତିର୍ତ୍ତୋଲ ତହସିଲଦାର, ସ୍ଥାନୀୟ ରାଜସ୍ବ ନୀରିକ୍ଷକ ମାନେ ଗୋବିନ୍ଦପୁରରେ ପହଞ୍ଚି ସରଜମିନ ତଦନ୍ତ କରିବା ସହିତ ଭିତ୍ତିଭୂମିର ମଧ୍ୟ ଅନୁଧ୍ୟାନ କରିଥିଲେ ।

ଘଟଣା ସ୍ଥଳରେ ଉପସ୍ଥିତ ଥିବା ସୂର୍ଯ୍ୟକାନ୍ତ କାନୁନଗୋ , ସୁଧାକର ବରାଳ, ନାୟବ ସରପଞ୍ଚ ରଶ୍ମୀ ରଞ୍ଜନ ଦାସ, ଦେବବ୍ରତ ମହାନ୍ତି, ଭବାନୀଶଙ୍କର ସ୍ବାଇଁ, ସମରେନ୍ଦ୍ର ଭୋଳ, ବିମଳେନ୍ଦୁ ନନ୍ଦ, ବିଜୟ କୁମାର ସ୍ବାଇଁ , ବିଜୟ କୁମାର ପରିଡ଼ା , ଅଜୟ କୁମାର ସ୍ୱାଇଁ , ରମେଶ ଚନ୍ଦ୍ର ନାୟକ, ବିମଳେନ୍ଦୁ ଲେଙ୍କା , ସାରଦା ଚରଣ ଖୁଣ୍ଟିଆ, ରବିନ୍ଦ୍ର ବର୍ଦ୍ଧନ , ସୂର୍ଯ୍ୟନାରାୟଣ ସ୍ୱାଇଁ , କ୍ଷେତ୍ରମୋହନ ନାୟକ ଓ ସମାଜସେବୀ ଭାସ୍କର ଚନ୍ଦ୍ର ନାୟକ ଙ୍କ ସମେତ ଶତାଧିକ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଏହି ଗୋବିନ୍ଦପୁର ସେବା ସମବାୟ ସମିତି ର ସ୍ଥାନାନ୍ତରଣ କାର୍ଯ୍ୟକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ସହିତ ଏଠାରେ ଏକ ସମବାୟ ବ୍ୟାଙ୍କର ଶାଖା ଖୋଲିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ନିକଟରେ ଦୃଢ଼ ଦାବୀ ଉପସ୍ଥାପନ କରିଥିଲେ। ଦେଖିବକୁ ବାକିରହିଲା, ସରକାର ଙ୍କ ତରଫରୁ ଏଠାରେ କେବେ ଖୋଲାଯାଉଛି ସୋସାଇଟି ଓ ସମବାୟ ବ୍ୟାଙ୍କ ?

Leave a Reply

Your email address will not be published. Required fields are marked *