ଖୋର୍ଦ୍ଧା,୨୬/୯: ଧରା ପଡିଲା ଗଞ୍ଜେଇ ବ୍ୟବସାୟୀ , ଜବତ ହୋଇଛି ଅଧ-ଲକ୍ଷ ଟଙ୍କାର ଗଞ୍ଜେଇ, ଛୁପାରୁସ୍ତମ ଭାବେ କରୁଥିଲେ ଗଞ୍ଜେଇ ବ୍ୟବସାୟ । ଛଦ୍ମ ବେଶରେ ଗଲେ ଗଞ୍ଜେଇ ବେପାରୀ ଧରିଲେ ଟାଙ୍ଗୀ ଅବକାରୀ ବିଭାଗର ଅଧିକାରୀ । ଜବତ ହୋଇଛି ଅଧ-ଲକ୍ଷ ଟଙ୍କାର ଗଞ୍ଜେଇ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଝରିଆ ଗାଁରୁ ଜବତ ହୋଇଛି ଗଞ୍ଜେଇ , ଗିରଫ ହୋଇଛନ୍ତି ଗଞ୍ଜେଇ ବେପାରୀ କିଶୋର ପ୍ରଧାନ ।
ଅବକାରୀ କର୍ମଚାରୀଙ୍କୁ ଗଞ୍ଜେଇ ବିକ୍ରୀବେଳେ ଧରାପଡିଲା ଗଞ୍ଜେଇ ବେପାରୀ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଝରିଆ ଗ୍ରାମର କିଶୋର ପ୍ରଧାନ ଛୁପାରୁସ୍ତମ ଭାବେ ଗଞ୍ଜେଇ ବିକ୍ରୀ କରିଥିଲେ , ମାତ୍ର ଧରା ପଡୁନଥିଲେ । ଟାଙ୍ଗୀ ଅବକାରୀ ବିଭାଗ ନିରୀକ୍ଷକ ରାଧାକାନ୍ତ ଭୋଇ ଙ୍କ ଯୋଜନା ଅନୁସାରେ ଉପ-ନିରୀକ୍ଷକ ରମେଶ ଚନ୍ଦ୍ର ବାରିକ ନିଜେ ଗଞ୍ଜେଇ କ୍ରୟ କରିବା ପାଇଁ ଝରିଆ ଗ୍ରାମରେ ପହଞ୍ଚିଗଲେ ଏବଂ ଗଞ୍ଜେଇ ବେପାରୀ କିଶୋର ପ୍ରଧାନ ଙ୍କ ଠାରୁ ଗଞ୍ଜେଇ କ୍ରୟ କରିବା ପାଇଁ କହିଲେ , ବିଚରା ଗଞ୍ଜେଇ ବେପାରୀ ଜଣକ ଏକଥା ଜାଣି ପାରିଲାନାହିଁ । ସମସ୍ତଙ୍କୁ ଗଞ୍ଜେଇ ବିକ୍ରୀ କରିବା ପରି ଗଞ୍ଜେଇର ମୂଲ୍ୟ ମୁଲଚାଲ କରି ଅବକାରୀ ବିଭାଗର ଅଧିକାରୀଙ୍କୁ ଗଞ୍ଜେଇ ବିକ୍ରୀ କରୁଥିବା ବେଳେ ଝରିଆ ଗ୍ରାମର ଗଞ୍ଜେଇ ବେପାରୀ କିଶୋର ପ୍ରଧାନଙ୍କୁ ବାନ୍ଧିଲା ଅବକାରୀ ବିଭାଗ । ତାଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆସୁଛି , ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ଖୋଳତାଡ଼ କରୁଛି ଅବକାରୀ ବିଭାଗ ।
