ନ୍ୟାସନାଲ କିକ୍‌ବକ୍ସିଂ ପ୍ରତିଯୋଗିତାରେ ଗଞ୍ଜାମକୁ ୪ ବ୍ରୋଞ୍ଜ

ରାଜ୍ୟ
Spread the love

ଗଞ୍ଜାମ,୨୭/୯: ହିମାଞ୍ଚଳ ପ୍ରଦେଶରେ ଅନୁଷ୍ଠିତ ନ୍ୟାସନାଲ ବକ୍ସିଂ ପ୍ରତିଯୋଗିତାରେ ଗଞ୍ଜାମର ୩ ଜଣ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ବିକାଶ କୁମାର ବେହେରା, ଲକ୍ଷ୍ମଣ ଆଚାରୀ, ପ୍ରତୀକ ନାୟକ ଓ ଦେବାଶିଷ ସାହୁ ପ୍ରମୁଖ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି l ୱାକ ଓଡ଼ିଶା ପ୍ରେସିଡେଣ୍ଟ କାର୍ତିକ ଡାକୁଆ, ଗଞ୍ଜାମ ଜିଲା କୋଚ ପ୍ରମୋଦ କୁମାର ଅପାତ, ଦୁର୍ଗା ପ୍ରସାଦ ଦାସ ଏବଂ ଶିବାଜୀ କୁମାର ବେଜଙ୍କ ନେତୃତ୍ୱରେ ଜିଲାର ଚାରିଜଣ ପ୍ରତିଯୋଗୀ ପ୍ରତୀକ ନାହାକ, ଦେବାଶିଷ ସାହୁ, ବିକାଶ ବେହେରା ଏବଂ ଲକ୍ଷ୍ମଣ ଆଚାର୍ଯ୍ୟ ପ୍ରମୁଖ ଶୁକ୍ରବାର ହିମାଞ୍ଚଳ ପ୍ରଦେଶ ଗ୍ରସ୍ତ କରିଥିଲେ । ଉପରୋକ୍ତ ପ୍ରତିଯୋଗୀ ମାନେ ଜୁନିୟର କିକ ବକ୍ସିଂ ପ୍ରତିଯୋଗିତାରେ ଖେଳି ଏହି ସଫଳତା ପାଇଛନ୍ତି। ବର୍ତ୍ତମାନ ଓଡିଶା କିକ୍‌ ବକ୍ସିଂ ହେଡ୍‌କ୍ୱାଟର୍ସ ଅନୁଗୁଳ କ୍ୟାମ୍ପରେ ସେମାନେ ଟ୍ରେନିଂ ନେଉଛନ୍ତି। ଏଠାରୁ ମନୋନୀତ ହୋଇଥିବା ସମସ୍ତ ଖେଳାଳି ଏସିଆନ କିକ୍‌ ବକ୍ସିଂ ପ୍ରତିଯୋଗିତାରେ ଖେଳିବେ ବୋଲି କୋଚ ଅପାତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *