ସମାଜସେବୀ ଯୁବ କଳାକାରଙ୍କ ସ୍ମୃତି ଚାରଣ ସଭା

କଟକ ଜିଲା ଖବର ରାଜ୍ୟ
Spread the love

କନ୍ଦରପୁର, ୭/୧୦: କଟକ ସଦର ବ୍ଲକ ଅନ୍ତର୍ଗତ ବମ୍ବୁରୀ ଗ୍ରାମ ନିବାସୀ କଳ୍ପତରୁ ଚୌଧୁରୀ ଓ ଜୟନ୍ତୀ ଚୌଧୁରୀଙ୍କ ୩୩ ବର୍ଷୀୟ ପୁତ୍ର ଯୁବ କଳାକାର ସ୍ବର୍ଗତ ଚିରଞ୍ଜିବି ଚୌଧୁରୀ (କିକି) ଙ୍କ ସମ୍ମାନାର୍ଥେ ଓ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରୀଶ୍ରୀ ଦଧିବାମନ ଜୀୟୁ ରାମଲୀଳା ପ୍ରଚାର ସମିତି ଆନୁକୂଲ୍ୟରେ ଏକ ସ୍ମୃତି ଚାରଣ ସଭା ବମ୍ବୁରୀ ସ୍ଥିତ ଶ୍ରୀଶ୍ରୀ ଦଧିବାମନଜୀୟୁ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଶ୍ରୀଶ୍ରୀ ଦଧିବାମନ ଜୀୟୁ ରାମଲୀଳା ପ୍ରଚାର ସମିତିର ସଭାପତି ଉମାକାନ୍ତ ଭୂୟାଁ ସଭାପତିତ୍ବ କରିଥିବା ସ୍ଥଳେ କୋଷାଧକ୍ଷ ନିରଞ୍ଜନ ପରିଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସଭାରେ ଗ୍ରାମ ମୁରବୀ କୃତିବାସ ମହାନ୍ତି, ସମାଜସେବୀ ବିଗ୍ନେଶ୍ୱର ରାଉତ, ଦୁର୍ଗାପ୍ରସାଦ ପରିଡା, ଭିକାରି ବେହେରା, ନିରଞ୍ଜନ ଲେଙ୍କା, ତୀର୍ଥବାସୀ ବେହେରା, ଆର୍ତ୍ତଭଞ୍ଜନ ବିଶ୍ୱାଳ, ଶରତ ଚନ୍ଦ୍ର ରାୟ, ପିୟୁଷ ରଞ୍ଜନ ପରିଡା, ଲେଖକ ବିଜୟ ଭୂଷଣ ପରିଡା, ସରପଞ୍ଚ ସୁଭାଶିନୀ ରାଉତ, ଗଣେଶ ଚନ୍ଦ୍ର ରାଉତ, ବୁଲେଇ ବେହେରା, ପ୍ରମୁଖ ସ୍ବର୍ଗତ ଚିରଞ୍ଜିବି ଚୌଧୁରୀଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ବୀରବର ରାଉତ, ସୁକାନ୍ତ ସାହୁ, ରବୀନ୍ଦ୍ର ମୁଦୁଲି, ଶରତ ପ୍ରଧାନ, ନିରଞ୍ଜନ ଦେ, ଭିକାରି ଭୋଇ, ସତ୍ୟବାଦୀ ରାଉତ, ମୋହନ ସୁନ୍ଦର ପରିଡା, ମନମୋହନ ସିଂ, କମଳାକାନ୍ତ ଭୋଇ, ତ୍ରିଲୋଚନ ଭୂୟାଁ, ପ୍ରସନ୍ନ କୁମାର ବିଶ୍ୱାଳ, ରବୀନ୍ଦ୍ର ମହାରଣା, ରାଜେନ୍ଦ୍ର ବେହେରା, ମାଧବା ନନ୍ଦ ପ୍ରଧାନ, ନିରଞ୍ଜନ ରାଉଳ, ଦାଶରଥି ଚୌଧୁରୀ, ଯୋଗେନ୍ଦ୍ର ଭୋଇ, ରଣରଞ୍ଜନ ପରିଡା, ଚିତ୍ତରଞ୍ଜନ ବେହେରା, ରବନ ସାହୁ, ଲିଙ୍ଗରାଜ ସାହୁ, ରଘୁ ପରିଡା ଓ ପ୍ରସନ୍ନ ବେହେରାପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ନିରଞ୍ଜନ ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *