୮୩ ବର୍ଷରେ ବିଗ୍.ବି

ଦେଶବିଦେଶ ମନୋରଞ୍ଜନ
Spread the love

ନୂଆଦିଲ୍ଲୀ :ଭାରତୀୟ ସିନେମାର ମହାନାୟକ ଶତାଦ୍ଦୀର ଶେହେନସା। ଆଜି ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ଦୀର୍ଘ ଦଶଦ୍ଦି ଧରି ବଲିଉଡ୍ ଏବଂ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିଥିବା ବିଗ୍‌ ବିଙ୍କ ଜନ୍ମଦିନକୁ ସାରା ଦେଶ ପାଳନ କରୁଛି। ମୁମ୍ବାଇର ଜଲସା ଘର ଆଗରେ ଅମିତାଭଙ୍କ ଗୋଟିଏ ଝଲକ ପାଇଁ ପ୍ରଶଂସକ ମାନେ ଅପେକ୍ଷା କରିଛନ୍ତି। ଗଲା ୬୦ ବର୍ଷ ଧରି ନିଜର ଅଲଗା ଅଲଗା ଚରିତ୍ରରେ ଅଭିନୟ କରି ଅମିତାଭ ତିଆରି କରିଛନ୍ତି ମାଇଲ୍‌ ଷ୍ଟୋନ୍।ଆଜି ଜନ୍ମଦିନ ଅବସରରେ ସାରା ବିଶ୍ଵରୁ ଛୁଟୁଛି ଶୁଭେଚ୍ଛା। ଦିନେ ଭିଡ ଭିତରେ ଛିଡା ହୋଇ ବମ୍ବେର ଗଳିରେ କାମ ପାଇଁ ସଂଘର୍ଷ କରୁଥିବା ବ୍ୟକ୍ତି ଆଜି ଦୂରରୁ ପୋଷ୍ଟରରେ ଚିହ୍ନି ହୋଇଯାଉଥିବା ମେଗା ଷ୍ଟାର୍। ବୟସ ତାଙ୍କ ଆଗରେ ଯେମିତି ହାର୍‌ ମାନିଛି। ସମୟ ଯେମିତି ତାଙ୍କ ପାଖରେ ଅଟକି ଯାଇଛି। ଆହ୍ଲାବାଦରେ ହରିବଂଶ ରାୟବଚ୍ଚନ ଙ୍କ ଘରେ ଆଜି ର ଦିନରେ ୧୯୪୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଅମିତାଭ। ଅଲ୍‌ ଇଣ୍ଡିଆ ରେଡିଓରେ ଭଏସ୍ ଓଭର ଆଟିଷ୍ଟ ଭାବରେ କ୍ୟାରିୟର ଆରମ୍ଭ କରିବାକୁ ଚେଷ୍ଟା କରି ବାରମ୍ବାର ବିଫଳ ହୋଇଥିଲେ। ନିଜର ଲମ୍ବା ଚେହେରା, ମୋଟା ସ୍ଵର ନା ତାଙ୍କୁ ପରଦା ପଛରେ ନା ପରଦା ଆଗକୁ ଆଣିବାକୁ ଦେଇଥିଲା। ହେଲେ ନିୟତି କିଛି ଅଲଗା ଥିଲା।

Leave a Reply

Your email address will not be published. Required fields are marked *