ହାତୀ ଆକ୍ରମଣରେ ଯୁବକ ମୃତ: ରାସ୍ତା ରୋକ ପ୍ରତିବାଦ

ଜିଲା ଖବର ଢେଙ୍କାନାଳ ରାଜ୍ୟ
Spread the love

ଢେଙ୍କାନାଳ, ୧୨/୧୦ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଖଜୁରିଆକଟା ସେକ୍ସନ ବାଲିମୀ ଗାଁର ନରୋତ୍ତମ ବେହେରା ବୋଲି ଜଣାପଡିଛି । ଆଜି ଭୋର୍ ସମୟରେ ଦୁଇ ଜଣ ଶୌଚ ହୋଇ ଫେରୁଥିବାବେଳେ ନୂଆ ବନ୍ଧ ନିକଟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଜଣେ ପ୍ରାଣ ବିକଳରେ ଖସି ପଳାଇଆସିଥିବାବେଳେ ନରୋତ୍ତମଙ୍କୁ ଘୋଷାଡି ନେଇ ମାରି ଦେଇଥିଲା । ବାରମ୍ବାର ଅଞ୍ଚଳରେ ଏଭଳି ଘଟଣା ଘଟୁଛି। କିନ୍ତୁ ବନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ତେଣୁ ଏହା ପ୍ରତିବାଦରେ ଆଜି ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଘଟଣା ସ୍ଥଳରେ ବନବିଭାଗ ଏବଂ ପୁଲିସ୍‌ ପହଞ୍ଚି ଗ୍ରାମବାସୀମାନଙ୍କୁ ବୁଝାସୁଝା କରୁଛି ।

Leave a Reply

Your email address will not be published. Required fields are marked *