କାର୍ତ୍ତିକ ସୋମବାର: ଧବଳେଶ୍ୱରରେ ଶ୍ରଦ୍ଧାଳୁଙ୍କ ଭିଡ଼

କଟକ ଜିଲା ଖବର ରାଜ୍ୟ
Spread the love

କଟକ, ୧୩/୧୦:ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ସେଥିପାଇଁ ସବୁ ଶୈବ ପୀଠରେ ଭକ୍ତଙ୍କ ଭିଡ଼ । ସକାଳୁ ସକାଳୁ ବାବାଙ୍କ ଦର୍ଶନ କରିବାକୁ ତତ୍ପର ହୋଇଥିଲେ ଶ୍ରଦ୍ଧାଳୁ । ଘଣ୍ଟଘଣ୍ଟା ଶଦ୍ଦରେ ପରିବେଶ ଯେମିତି ପ୍ରକମ୍ପିତ ହୋଇଥିଲା ଭକ୍ତିମୟ ପରିବେଶ । ସେହିପରି କଟକ ଜିଲାର ଅନ୍ୟତମ ଶୈବପୀଠ ବାବା ଧବଳେଶ୍ୱରଙ୍କ ପାଖରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । କାର୍ତ୍ତିକ ସୋମବାରରେ ପ୍ରଭୁଙ୍କ ଦର୍ଶନ କରିବାକୁ ଭୋର ୪ଟାରୁ ପହଡ ଖୋଲିବା ମାତ୍ରେ ଲମ୍ବା ଲାଇନରେ ଅପେକ୍ଷା କରିଥିଲେ ଭକ୍ତ । ସମସ୍ତ ନୀତିକାନ୍ତି ସମାପନ ହେବା ପରେ ଶ୍ରଦ୍ଧାଳୁମାନେ ଭୋଳା ବାବାଙ୍କ ଦର୍ଶନ କରିଛନ୍ତି । କିଭଳି ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ହେବ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯିବା ସହ ପୁଲିସ ମୁତୟନ ହୋଇଥିଲେ । ଭକ୍ତଙ୍କର ପ୍ରବଳ ଗହଳି ଲାଗିଥିଲା, ଶ୍ରଦ୍ଧାଳୁମାନେ ଲମ୍ବା ଧାଢ଼ି ରେ ବାବାଙ୍କ ଦର୍ଶନ ଲାଗି ଅପେକ୍ଷା କରିଥିଲେ। ଶାନ୍ତି ଶୃଙ୍ଖଳାର ସହ ଶ୍ରଦ୍ଧାଳୁ ମାନଙ୍କର ଧାଢି ଦର୍ଶନ ଲାଗି ଗୁରୁଡ଼ିଝାଟିଆ ଆଇଆଇସି ତପନ କୁମାର ପତିଙ୍କ ନେତୃତ୍ଵରେ ସାରା ପୋଲିସ ଟିମ୍ କାର୍ଯ୍ୟ ସୁଚାରୁ ରୁପେ ତୁଲାଉଥିବାର ଦେଖିବାକୁ ମିଳିଥିଲା, ପ୍ରାୟ ଦଶ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ବାବା ଧବଳେଶ୍ଵର ଙ୍କ ଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *