କରୁର ଦଳାଚକଟାର ସିବିଆଇ ତଦନ୍ତ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ

ଦେଶବିଦେଶ
Spread the love

ନୂଆଦିଲ୍ଲୀ, ୧୩/୧୦:ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ଏନେଇ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗିଙ୍କ ତତ୍ତ୍ୱର୍ବଧାନରେ ତଦନ୍ତ ହେବ । ଏହି ତଦନ୍ତକୁ ମନିଟର ପାଇଁ ୩ଜଣିଆ କମିଟି ଗଠନ କରାଯିବ । ସେପ୍ଟେମ୍ବର ୨୭ରେ ସାଉଥ୍‍ ସୁପରଷ୍ଟାର ତଥା ଟିଭିକେ ନେତା ବିଜୟଙ୍କ ରାଲିରେ ଦଳାଚକଟା ହୋଇଥିଲା । ଯେଉଁଥିରେ ୪୧ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ ।ଆବେଦନର ଶୁଣାଣି ସମୟରେ, କୋର୍ଟ ତାମିଲନାଡୁ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ଟିଭିକେ ରାଲି ପାଇଁ କାହିଁକି ଅନୁମତି ଦିଆଯାଇଥିଲା। ଏହା ବ୍ୟତୀତ, କୋର୍ଟ ପ୍ରଶ୍ନ କରିଥିଲେ ଯେ ଯେତେବେଳେ ମାମଲାଟି ମାଦୁରାଇ ବେଞ୍ଚର କ୍ଷେତ୍ରାଧିକାର ମଧ୍ୟରେ ଥିଲା, ସେତେବେଳେ ହାଇକୋର୍ଟ କିପରି SIT ତଦନ୍ତ ନିର୍ଦ୍ଦେଶ ଦେଲେ।

Leave a Reply

Your email address will not be published. Required fields are marked *