ଅଫିସ୍ ରେ କାର୍ଯ୍ୟରତ ଥିବାବେଳେ ହୃଦଘାତରେ ମୃତ୍ୟୁ

ଗଞ୍ଜାମ ଜିଲା ଖବର ରାଜ୍ୟ
Spread the love

ଭଞ୍ଜନଗର,୧୩/୧୦: ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ନୀଳକଣ୍ଠ ସ୍ବାଇଁଙ୍କର(୫୨) ସୋମବାର ହୃଦଘାତରେ ପରଲୋକ ଘଟିଛି। ଖବରପାଇ ଭଞ୍ଜନଗର ଉପଜିଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଉମା ଶଙ୍କର ବେହେରା, ପୂର୍ବତନ ଏନଏସି ଅଧ୍ୟକ୍ଷା ସୁନିତା ଦଳବେହେରା ପ୍ରମୁଖ ଭଞ୍ଜନଗର ମେଡ଼ିକାଲରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି। ଘଟଣାରୁ ପ୍ରକାଶ ଯେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସାରଦାବର୍ତ୍ତନୂଆଁଗାଁ ଗ୍ରାମର ନୀଳକଣ୍ଠ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟରେ ୧୯୯୬ରୁ ଚାକିରି କରନ୍ତି। ବିଗତ କିଛି ମାସ ହେବ ସେ ଆକାଉଣ୍ଟାଣ୍ଟ ଦାୟିତ୍ୱରେ ଥିଲେ। ଆଜି ଅପରାହ୍ନ ୪ ଟା୫ ମିନିଟରେ କାର୍ଯ୍ୟାଳୟରେ ଥିବା ସମୟରେ ଆସନ୍ତାକାଲିର କାର୍ଯ୍ୟକ୍ରମ ଉପରେ ଗ୍ରୁପରେ ମେସେଜ ପକାଇଥିଲେ। ଏହାପରେ ସେ ବାଥ୍‌ ରୁମ ଯାଇ ସେଠି ପଡ଼ି ଯାଇଥିଲେ। ଏହାପରେ ସେ ନିଜେ ବାଥ୍‌ ରୁମରୁ ଉଠି ଆସି ନିଜ ଚେୟାରରେ ବସି କାମ କରୁଥିଲେ। ଏହି ସମୟରେ ସେ ଚେୟାରରୁ ପୁଣି ତଳେ ପଡ଼ିଯାଇଥିଲେ। ଦୁଇଥର ହୃଦଘାତ ମାରିବା ପରେ ସେ ମୃତ୍ୟୁବରଣ କରିଥିବା କର୍ମଚାରୀମାନେ ଆଶଙ୍କା କରୁଛନ୍ତି। ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ ହେବାପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ।

Leave a Reply

Your email address will not be published. Required fields are marked *